ସଂସଦରେ ବଜେଟ ଅଧିବେଶନ ଲାଗି ତାରିଖ ଘୋଷଣା

Published: Jan 5, 2021, 9:07 pm IST

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ତାରିଖ ଘୋଷଣା ହୋଇଛି। ସଂସଦୀୟ ବ୍ୟାପାର କମିଟି ପକ୍ଷରୁ ଚଳିତ ଜାନୁୟାରୀ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ସୁପାରିଶ କରାଯାଇଛି। ୨ଟି ପର୍ଯ୍ୟାୟରେ ସଂସଦର ବଜେଟ ଅଧିବେଶନ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ତେବେ ଫେବୃୟାରୀ ୧ରେ ସାଧାରଣ ବଜେଟ ଉପସ୍ଥାପିତ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ଜାନୁୟାରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଉଭୟ ଗୃହ ପ୍ରତ୍ୟେକ ଦିନ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ କରୋନା ଗାଇଡଲାଇନର ସମସ୍ତ ପ୍ରୋଟୋକଲ ପାଳନ କରାଯିବ।

Related posts