Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର କ୍ରମାଗତ ତୃତୀୟ ଥର ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁରସ୍କୃତ
ଆଜିର ଖବର

ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର କ୍ରମାଗତ ତୃତୀୟ ଥର ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁରସ୍କୃତ

January 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର ଫଳାଫଳରେ ରାଜ୍ୟରେ ଅଭୂତପୂର୍ବ କୃତିତ୍ୱର ଅଧିକାରୀ ହୋଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ତୃତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଅଛି। ପୂର୍ବରୁ ଏଭଳି ପୁରସ୍କାର ବ୍ୟବସ୍ଥା ସମ୍ବନ୍ଧରେ ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ଚଳିତବର୍ଷ ନୂତନ ଉତ୍ସାହ ଉଦ୍ଦୀପନା ସହ ଛାତ୍ରଛାତ୍ରୀ ତଥା ଗୁରୁଜୀ, ଗୁରୁମା ଏକ ପ୍ରତିଯୋଗିତାମୂଳକ ମନୋଭାବ ନେଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍‌.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀ ଗୁରୁମାମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଥାଉ କି ଦୀର୍ଘ ୨୯ (ଅଣତିରିଶି) ବର୍ଷ କାଳ ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ପ୍ରାପ୍ତ ହୋଇ ଓଡ଼ିଶା ତଥା ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି। ଏହିଭଳି ସ୍ୱତନ୍ତ୍ର ପୁରସ୍କାର ହାସଲ କରିଥିବାରୁ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ. ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ. ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ଶ୍ରୀମତୀ ବାସନ୍ତି ବେହେରା, ଉପଦେଷ୍ଟା ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ହରିକୃଷ୍ଣ ପାଢ଼ୀ, ଶ୍ରୀ ସୁଦର୍ଶନ ପାଢ଼ୀ, ଶ୍ରୀ ବି. ଗଜପତି ରାଓ ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି, ଏତଦ୍‌ବ୍ୟତୀତ ଆଗାମୀ ଦିନରେ ଏହି ସଫଳତାକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଛନ୍ତି।

ସମସ୍ତ ଅଭିଭାବକ, ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତିର ସମସ୍ତ ସଦସ୍ୟ-ସଦସ୍ୟା ଏହାକୁ ସର୍ବଶ୍ରେଷ୍ଠ ବିଦ୍ୟାଳୟ ରୂପେ ଘୋଷଣା କରିଥିବାରୁ ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ପୁରସ୍କୃତ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.