ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆଧୁନିକୀକରଣ କାମ ପାଇଁ ତିନୋଟି ଟ୍ରେନକୁ ବାତିଲ କରାଯାଇଅଛି

Published: Jan 6, 2021, 6:10 am IST

ଭୁବନେଶ୍ବର, କେରେଜଙ୍ଗ ଷ୍ଟେସନରେ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ କେତେ ଟ୍ରେନକୁ ସାମୟିକ ବାତିଲ କରିଛି। ସେଗୁଡିକ ହେଲା

1-ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ ଏବଂ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ତିନିଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରିବ।

2-ତାଳଚେର-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଅନୁଗୁଳ-କେରେଜଙ୍ଗ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନକୁ ଗୋଟିଏ ଦିନ ପାଇଁ ଉଭୟ ଦିଗରୁ ବାତିଲ କରାଯାଉଥିବାବେଳେ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ କୁ ତିନି ଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି।

3-୦୮୪୯୪/୦୮୪୯୩ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ୮ ଜାନୁଆରୀ, ୨୦୨୧ ରିଖ ଦିନ ବାତିଲ ରହିବ।

4- ସେହିଭଳି, ୬ ଏବଂ ୭ ଜାନୁଆରୀ, ୨୦୨୧ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍ ଏହାର ନିର୍ଧାରିତ ସମୟ ଅପରାହ୍ନ ୧ଘ.୪୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୦ମି.ରେ ଛାଡିବ ଏବଂ ୮ ଜାନୁଆରୀ, ୨୦୨୧ ରିଖ ଦିନ ଏହି ଟ୍ରେନ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୩ଘ.୫୫ମି.ରେ ଛାଡିବ।

Related posts