ଏଥର ଚିଲିକାରେ ପକ୍ଷୀ ସଂଖ୍ୟା ବୃଦ୍ଧି, ଆସିଛନ୍ତି ୧୨ ଲକ୍ଷ ୪୨ ହଜାର

Published: Jan 6, 2021, 9:59 am IST

ଭୁବନେଶ୍ବର, ଏଥର ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ବନ୍ୟାପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଚଳିତ ବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଆସିଛନ୍ତି। ଏଥିରେ ବିଦେଶରୁ ଆସିଛନ୍ତି ୧୧୧ ପ୍ରଜାତିର ୧୨ ଲକ୍ଷ ୪ହଜାର ୩୫୧ ପକ୍ଷୀ । ସେହିପରି ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଗତବର୍ଷ ଚିଲିକାକୁ ପ୍ରାୟ ୧୧ ଲକ୍ଷ ପକ୍ଷୀ ଆସିଥିଲେ। ଅର୍ଥାତ ଗତ ବର୍ଷ ଅପେକ୍ଷା ଏଥର ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି ।

ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ଚିଲିକା ଡିଭିଜନର ୫ଟି ରେଞ୍ଜ ତଥା ଟାଙ୍ଗୀ, ସାତପଡ଼ା, ନୂଆପଡା, ରମ୍ଭା, ବାଲୁଗାଁ ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା ।

 

Related posts