Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ଚିଲିକାରେ ପକ୍ଷୀ ସଂଖ୍ୟା ବୃଦ୍ଧି, ଆସିଛନ୍ତି ୧୨ ଲକ୍ଷ ୪୨ ହଜାର
ଆଜିର ଖବର

ଏଥର ଚିଲିକାରେ ପକ୍ଷୀ ସଂଖ୍ୟା ବୃଦ୍ଧି, ଆସିଛନ୍ତି ୧୨ ଲକ୍ଷ ୪୨ ହଜାର

January 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଏଥର ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ବନ୍ୟାପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଚଳିତ ବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଆସିଛନ୍ତି। ଏଥିରେ ବିଦେଶରୁ ଆସିଛନ୍ତି ୧୧୧ ପ୍ରଜାତିର ୧୨ ଲକ୍ଷ ୪ହଜାର ୩୫୧ ପକ୍ଷୀ । ସେହିପରି ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଗତବର୍ଷ ଚିଲିକାକୁ ପ୍ରାୟ ୧୧ ଲକ୍ଷ ପକ୍ଷୀ ଆସିଥିଲେ। ଅର୍ଥାତ ଗତ ବର୍ଷ ଅପେକ୍ଷା ଏଥର ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି ।

ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ଚିଲିକା ଡିଭିଜନର ୫ଟି ରେଞ୍ଜ ତଥା ଟାଙ୍ଗୀ, ସାତପଡ଼ା, ନୂଆପଡା, ରମ୍ଭା, ବାଲୁଗାଁ ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା ।

 

ଚିଲିକା ପକ୍ଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ବାତିଲ ହେଲା ଟ୍ରେନ୍

September 30, 2026

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ବାତିଲ ହେଲା ଟ୍ରେନ୍

September 30, 2026

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026

ଘର ଦୁଆରେ ପହଞ୍ଚିବ ସରକାରୀ ସେବା, ୧ରୁ ୧୦ ଦିନିଆ ‘ସେବା ସେତୁ’ ଅଭିଯାନ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.