ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୩୦ ଜଣ କରୋନା ଆକ୍ରାନ୍ତ

Published: Jan 6, 2021, 8:46 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୩୦, ବଲାଙ୍ଗିରିରୁ ୧୭, ମୟୂରଭଞ୍ଜରୁ ୧୪, ବାଲେଶ୍ବରରୁ ୧୩, ସମ୍ବଲପୁରରୁ ୧୩, କଟକରୁ ୧୨, ଯାଜପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୨, ନୂଆପଡ଼ାରୁ ୧୦, ଝାରସୁଗୁଡାରୁ ୯, ବରଗଡରୁ ୭, ଜଗତସିଂହପୁରରୁ ୭, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ଭଦ୍ରକରୁ ୧, ନୟାଗଡରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୭୪୩ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts