Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ଲଢିବାକୁ ଡରୁଛନ୍ତି ଧର୍ମେନ୍ଦ୍ର : ସସ୍ମିତ
ଆଜିର ଖବର

ନିର୍ବାଚନ ଲଢିବାକୁ ଡରୁଛନ୍ତି ଧର୍ମେନ୍ଦ୍ର : ସସ୍ମିତ

March 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
dharmendra vrs sasmit patra
dharmendra vrs sasmit patra

ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତ କରିସାରି ରଣାଙ୍ଗନକୁ ଓହ୍ଲାଇଲେଣି। ଏବେ ଓଡ଼ିଶାରେ ରାଜନୀତି ପରିବେଶ ବେଶ୍‌ ଉଷ୍ମ। ଓଡ଼ିଶା ରାଜନୀତିରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍‌ସୋର୍‌ରେ ଚାଲିଛି ରାଜନୀତି ପ୍ରତିଦ୍ବନ୍ଦ୍ବିତା। ଉଭୟ ଉଭୟଙ୍କୁ ଟାର୍ଗେଟ୍‌ କରିବା ସହ ଆରୋପ ପ୍ରତ୍ୟାରୋପ ଜୋର୍‌ସୋର୍‌ ଚାଲିଛି। ତେବେ ଏହି କ୍ଷେତ୍ରରେ ଶାସକ ବିଜେଡ଼ି ଓ ବିଜେପି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ସବୁସମୟରେ ବିଜେଡ଼ିକୁ ଘେରୁଥିବାବେଳେ  ଆଜି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶା ପାଇଁ ବିଜେପି ପ୍ରାୟ ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର ତାଙ୍କୁ ଆଜି ଘେରିଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ବାବୁ ଡରୁଛନ୍ତି, ଓଡ଼ିଶାର ହାରିଯିବାର ଭୟ ତାଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ଦେଉନାହିଁ। ୨୦୦୦, ୨୦୦୪ରେ ନବୀନ ବାବୁଙ୍କ ହାତ ଧରି ଲଢ଼ିଥିଲେ, ୨୦୧୪ରେ ଓଡ଼ିଶାରୁ ନିର୍ବାଚନ ଲଢ଼ି ନଥିଲେ। ଚଳିତ ଥର ମଧ୍ୟ ପ୍ରାର୍ଥୀ ତାଲିକାରେ ତାଙ୍କର  ନା ନାହିଁ, ନିର୍ବାଚନ ଲଢ଼ିଲେ ଧର୍ମେନ୍ଦ୍ର ପ୍ରଧାନ ହାରିଯିବେ। ଏବଂ ସାଂସଦ ପଦ ମଧ୍ୟ ପଳାଇବ ବୋଲି କହିଛନ୍ତି ସସ୍ମିତ।  ଯଦି  ଧର୍ମେନ୍ଦ୍ରଙ୍କ ସତ୍‌ସାହସ ଅଛି  ନିର୍ବାଚନ ଲଢ଼ନ୍ତୁ, ପଛୁଆ ରାଜନୀତି କଲେ ଚଳିବ ନାହିଁ କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର।

dharmendrapradhan sasmitapatra the samikhsya
Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026
Latest News

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.