
ଭୁବନେଶ୍ବର: ଆଜି ବିଏମସି ପକ୍ଷରୁ ଭୁବନେଶ୍ଵର ଠାରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି। ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁକୁ ନେଇକି ଖତ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିକ୍ରୟ କରାଯାଉଛି। ୫ କିଲୋ ପାକେଟର ମୂଲ୍ୟ ୧୨୫ ଟଙ୍କା ଏବଂ ୨୦ କିଲୋକୁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ଵାରା ରାଜଧାନୀ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ଜୈବିକ ସାରା ରୂପେ ବ୍ୟବହାର କରାଯାଇପାରିବ। ଏହା ସହିତ ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ମିଳିପାରିବ। କାରଣ ଏହି ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହିବା ଦ୍ଵାରା ପଚି ସଢି ପରିବେଶକୁ ପ୍ରଦୂଷିତ କରୁଥିଲା। ଏତଦବ୍ୟତୀତ ବିଏମସିକୁ ମଧ୍ୟ ରାଜସ୍ୱ ମିଳିପାରିବ।
ଉଲ୍ଲେଖ ଯୋଗ୍ୟ ଯେ, ଫୋନ ମାଧ୍ୟମରେ ‘ମୋ ଖତ’ ମଧ୍ୟ ଅର୍ଡର କରିପାରିବେ। ସେଥିପାଇଁ ୯୧ ୭୮୧ ୫୦୪ ୨୩୩୧ରେ ଫୋନ କରି ଅର୍ଡର କରିପାରିବେ।