Categories
ଆଜିର ଖବର ରାଜ୍ୟ ଖବର

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ: ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲାଗି ଓଡ଼ିଶା ସରକାରଙ୍କ ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି ଆୟୋଜିତ ଏହି ଯାତ୍ରାରେ ଆଜି ବହୁ ସଂଖ୍ୟାରେ ଅଭିନବ ଆଇଡିଆ ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ଯାତ୍ରା ଭୁବନେଶ୍ୱର ସମେତ ଖୋର୍ଦ୍ଦାର ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ଟି ନୂତନ ଷ୍ଟାଟଅପ୍ ଆଇଡିଆ ସଂଗ୍ରହ କରିଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ଶୁଭାରମ୍ଭ କରିବା ପରେ ମଙ୍ଗଳବାରଠାରୁ ଭ୍ୟାନ୍‌ଗୁଡ଼ିକ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଏହି ଯାତ୍ରା ଆଇଏମ୍‌ଆଇଏସ୍‌, ବିଜେବି ସ୍ୱୟଂଶାସିତ କଲେଜ, ସରକାରୀ ଆଇଟିଆଇ ଭୁବନେଶ୍ୱର, ଏକାମ୍ର କଲେଜ, ପିଏନ୍ କଲେଜ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ, ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି, ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି, ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଂଟ୍‌, କିସ୍ ବିଶ୍ୱବିଦ୍ୟାଳୟ, ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଏନ୍‌ଆଇଏଫ୍‌ଟି, ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟରେ ପହଂଚିଥିଲା।

ଏହି ଯାତ୍ରାରେ ଛାତ୍ରଛାତ୍ରୀମାନେ ନିଜ ଷ୍ଟାର୍ଟଅପ କ୍ଷେତ୍ରରେ ନିଜର ଆଇଡିଆକୁ ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ। ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାରେ ଛାତ୍ରଛାତ୍ରୀମାନଙ୍କଠାରୁ ଆଇଡିଆ ସଂଗ୍ରହ କରାଯିବାକୁ ଥିବା ବେଳେ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ରେ ସେମାନଙ୍କ ଭିତରେ ଉଦ୍ୟମିତା ଭାବ ଜାଗ୍ରତ କରାଯିବ।

ଯାତ୍ରା ଆଗକୁ ବଢ଼ୁଥିବା ବେଳେ ଆସନ୍ତା କାଲି ଏହା ଭୁବନେଶ୍ୱର ଓ ଖୋର୍ଦ୍ଧାର ଆଉ ନଅଟି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବ। ଦ୍ୱିତୀୟ ଦିନରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ୱର, ଆଇଏଚ୍‌ଏମ୍‌, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ, ଆଇଟିଇଆର୍‌, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ସ୍କିଲ ଡେଭେଲପମେଂଟ୍ ସେଂଟର, ଆଇଆଇଟି ଭୁବନେଶ୍ୱର, ଓୟୁଏଟି ଓ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଂଚିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍‌ସ ଜୁଏଲ୍‌ସ ଆଭାର କଲେକ୍ସନ ୨୦୨୩ ର ଶୁଭାରମ୍ଭ

ଭୁବନେଶ୍ଵର: ଜୁଏଲାରୀ ଉଦ୍ୟୋଗରେ ରିଲାଏନ୍‌ସ ଜୁଏଲ୍ସ ହେଉଛି ବିଶ୍ୱାସ ଓ ଉତ୍କର୍ଷତାର ଅନ୍ୟ ନାମ ଏବଂ ଏହା ଏହାର ବହୁ ପ୍ରତୀକ୍ଷିତ ଆଭାର କଲେକ୍ସନ ୨୦୨୩ ର ଶୁଭାରମ୍ଭ ସହିତ ୧୬ଶ ବାର୍ଷିକୋତ୍ସବର ପାଳନ କରୁଛି। ଏହି ସ୍ୱତନ୍ତ୍ର ଆନିଭର୍ସାରି କଲେକ୍ସନ ହେଉଛି ୧୬ ବର୍ଷର ସଫଳତା ପାଇଁ ଏକ କୃତଜ୍ଞତାର ନିଦର୍ଶନ ଓ ଏହାର ପୃଷ୍ଠପୋଷକଙ୍କ ମଧ୍ୟରେ ରିଲାଏନ୍ସ ଜୁଏଲ୍ସ ଇତି ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିଛି।

ଅନେକ ବର୍ଷ ଧରି, ରିଲାଏନ୍‌ସ ଜୁଏଲ୍ସ ନିଜକୁ ଏକ ବ୍ରାଣ୍ଡ ଭାବରେ ଉପସ୍ଥାପିତ କରିପାରିଛି ଯାହାକି ଜୁଏଲାରୀ ଉଦ୍ୟୋଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିରେ ରହିଛି ଅନେକ ଆକର୍ଷଣୀୟ ଡିଜାଇନ୍ ଓ ଅତୁଳନୀୟ କାରିଗରି। ଆଭାର କଲେକ୍ସନ ହେଉଛି ଆମର ଗ୍ରାହକମାନଙ୍କ ପାଇଁ ଏକ କୃତଜ୍ଞତାର ନିଦର୍ଶନ। ସୁନା ଓ ହୀରା ଗହଣାର ଏହି ଆକର୍ଷଣୀୟ ଡିଜାଇନ୍ ଦୀର୍ଘ ୧୬ ବର୍ଷର ଅଭିଜ୍ଞତା ଆଧାରରେ ପ୍ରସ୍ତୁତ କରାଯାଇଛି ଯାହାକି ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକଙ୍କ ସହିତ ସେୟାର କରିଥାଏ। ଏହି କଲେକ୍ସନ ସହିତ, ରିଲାଏନ୍‌ସ ଜୁଏଲ୍ସ ନିଜର କୃତଜ୍ଞତାର ଭାବନା ପ୍ରକାଶ କରୁଛି ଓ ଏହାର ପୃଷ୍ଠପୋଷକ ମାନଙ୍କୁ “ଧନ୍ୟବାଦ” ଜଣାଉଛି।

ପ୍ରତି ଇୟରିଂ ଡିଜାଇନ୍ କୁ ଅତ୍ୟନ୍ତ କୁଶଳତାର ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଅତ୍ୟନ୍ତ ମନମୁଗ୍ଧକର ଅଟେ, ଏହା ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ବ୍ୟକ୍ତିତ୍ୱ ବିକାଶ କରେ ତଥା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଏହା ସାଧାରଣ ଲୁକ୍ ଠାରୁ ଆରମ୍ଭ କରି ସ୍ମରଣୀୟ ଅବସର ନିମନ୍ତେ ଆକର୍ଷଣୀୟ ଷ୍ଟାଇଲର ସମ୍ଭାର ପ୍ରଦାନ କରିଥାଏ। ଏହି ଆଭାର କଲେକ୍ସନରେ ରହିଛି ବ୍ୟାପକ ଷ୍ଟାଇଲିଂ ବିକଳ୍ପ ଯାହାକି ସବୁ ଅବସର ପାଇଁ ଉପଯୋଗୀ।

ଏହି କଲେକ୍ସନରେ ରହିଛି ବ୍ୟାପକ ଶ୍ରେଣୀୟ ଇୟରିଂ ଡିଜାଇନ୍ ଉଭୟ ସୁନା ଓ ହୀରା ଅଳଙ୍କାରରେ ଯେଉଁଥିରେ ରହିଛି ବିଭିନ୍ନ ଷ୍ଟାଇଲ୍ ଯଥା ଷ୍ଟଡ୍ସ, ସୁଇ ଧାଗା, ଜେ-ହୁପ୍ସ, ଡାଙ୍ଗଲର୍ସ ଓ ସମ୍ମୁଖ ଓ ପଛ ପାର୍ଶ୍ଵ। ଏହାକୁ ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଷ୍ଟାଇଲକୁ ଅଭିବୃଦ୍ଧି କରିଥାଏ ଓ ସମସ୍ତ ବର୍ଗର ମହିଳାଙ୍କୁ ଆକର୍ଷଣୀୟ କରିଥାଏ।

ସୁନିଲ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍ସ, ୧୬ଶ ବାର୍ଷିକୋତ୍ସବ ପାଳନ ଅବସରରେ ନିଜର ଉତ୍ସାହକୁ ପ୍ରକାଶ କରିଥିଲେ ଓ ଆଭାର କଲେକ୍ସନର ଶୁଭାରମ୍ଭ ଅବସରରେ କହିଥିଲେ ଯେ, “ଆମେ ଏହି ଉଦ୍ୟୋଗରେ ୧୬ ବର୍ଷ ସମାପ୍ତ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ଓ ଆମେ ଏହି ସଫଳତା ଆମର ମୂଲ୍ୟବାନ ପୃଷ୍ଠପୋଷକ ଓ ଗ୍ରାହକଙ୍କ କାରଣରୁ ପାଇପାରିଛୁ। ଏହି ଆକର୍ଷଣୀୟ ଆଭାର କଲେକ୍ସନ ଇୟରିଂରେ ରହିଛି ଉତ୍କୃଷ୍ଟ କାରିଗରୀ ଓ ଏହା ଆମର ଗ୍ରାହକଙ୍କ ସମ୍ପର୍କ ଓ ନିବିଡ଼ତାକୁ ପରିପ୍ରକାଶ କରିଥାଏ। ଏହି କଲେକ୍ସନ ସହିତ, ଆମେ ଏକ ସରଳ ବାର୍ତା ପ୍ରଦାନ କରିବାକୁ ଚାହୁଁଛୁ, “୧୬ ବର୍ଷ ଧରି ରିଲାଏନ୍‌ସ ଜୁଏଲ୍ସ ପରିବାରର ଏକ ସଦସ୍ୟ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ।”

ଏହି ଆଭାର କଲେକ୍ସନ ୨୦୨୩ ଅଭିଯାନ ଅଗଷ୍ଟ ୩୧, ୨୦୨୩ ପର୍ଯ୍ୟନ୍ତ ଜାରି ରହିଛି। ଏହି ଆନିଭର୍ସାରି ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ, ରିଲାଏନ୍‌ସ ଜୁଏଲ୍ସ ଏହି ଅବଧି ମଧ୍ୟରେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟ ଉପରେ ୨୫% ରିହାତି ପ୍ରଦାନ କରୁଛି। ଏହି କଲେକ୍ସନ ସମସ୍ତ ସୋରୁମରେ ଓ ସପ୍‌-ଇନ୍‌-ସପରେ ସାରା ଭାରତରେ ଉପଲବ୍ଧ ରହିଛି ଓ ଗ୍ରାହକମାନେ ଅନଲାଇନରେ ମଧ୍ୟ https://m.reliancejewels.com/static/aabhar2023.mobi ରୁ କ୍ରୟ କରିପାରିବେ।

ରିଲାଏନ୍‌ସ ଜୁଏଲ୍ସ ଏହି ଉତ୍ସବରେ ସାମିଲ୍ ହେବା ପାଇଁ ତଥା ଆଭାର କଲେକ୍ସନ ୨୦୨୩ କୁର ସୌନ୍ଦର୍ଯ୍ୟକୁ ଆବିଷ୍କାର କରିବା ପାଇଁ ସଭିଙ୍କୁ ଆମନ୍ତ୍ରିତ କରୁଛି। ଆପଣଙ୍କର ନିକଟତମ ରିଲାଏନ୍‌ସ ଜୁଏଲ୍ସ ଷ୍ଟୋରକୁ ପରିଦର୍ଶନ କରନ୍ତୁ ଓ ଅତୁଳନୀୟ କାରିଗରୀକୁ ଅନୁଭବ କରନ୍ତୁ ଯାହାକି ଆମର ଜୀବନର ବିଭିନ୍ନ ସ୍ତରକୁ ସୂଚାଇଥାଏ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହାର ୪୦୦ + ଫ୍ଲାଗସିପ୍ ସୋରୁମ୍ ଓ ସପ୍‌-ଇନ-ସପ୍ ସାରା ଭାରତର ୧୭୦+ ସହରରେ ରହିଛି। ଏହି ବ୍ରାଣ୍ଡରେ ଅନେକ ଡିଜାଇନର ସୁନା, ହୀରା ଓ ରୂପା ଗହଣାର କଲେକ୍‌ସନ ରହିଛି। ଡିଜାଇନ୍ ଓ କାରିଗରୀ ଉପରେ ଧ୍ୟାନ ପ୍ରଦାନ କରିବା ସହିତ, ଏହି ବ୍ରାଣ୍ଡ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ୍ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରୁଛି ଯାହାକି ଭାରତର ଐତିହ୍ୟର କଳାକୃତି ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୁନାଗଡ଼ ଓ ଜୟପୁର ସହରରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଓ କୋରାପୁଟ ଜିଲ୍ଲାର ଜୟପୁର ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି।

ଜୁନାଗଡ଼ ଓ ଜୟପୁର ସହରର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର ଦ୍ୱୟରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ସ୍ଥାନୀୟ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏହି ଷ୍ଟୋର ଦ୍ୱୟରେ ପାଇପାରିବେ।

ଜୁନାଗଡ଼ ସହରରେ ୭୦୦୦ ବର୍ଗଫୁଟ ଓ ଜୟପୁର ସହରରେ ୧୦୦୦୦ ବର୍ଗଫୁଟ ଅଂଚଳରେ ଖୋଲିଥିବା ନୂଆ ଷ୍ଟୋରଦ୍ୱୟ ଉଭୟ ଜୁନାଗଡ଼ ଓ ଜୟପୁର ସହରର ପ୍ରଥମ। ଏହି ଷ୍ଟୋର୍ ଦୁଇଟିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ୩୯୯୯ ଟଙ୍କାର ବଛାବଛା ସାମଗ୍ରୀ କିଣାକିଣି ସହିତ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଜୁନାଗଡ଼ ଓ ଜୟପୁର ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା ବିଳାସ’

ନୂଆଦିଲ୍ଲୀ: ଚଳିତ ମାସ ୧୩ତାରିଖ (୧୩ ଜାନୁୟାରୀ-୨୦୨୩)ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ। ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହି ବିଳାସପୂର୍ଣ୍ଣ କ୍ରୁଜ ଭାରତର ପାଞ୍ଚଟି ରାଜ୍ୟ ଓ ବାଂଲାଦେଶର ବିଭିନ୍ନ ୨୭ଟି ନଦୀ ବ୍ୟବସ୍ଥାରେ ୩୨୦୦ କି.ମି.ରୁ ଅଧିକ ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବେ। ଭାରତର ନଦୀ କ୍ରୁଜ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାକୁ ରୂପାୟିତ କରିବା ପାଇଁ ଏହି କ୍ରୁଜ ଅଭିଯାନ ବାଟ ଦେଖାଇବ। ଏହି କ୍ରୁଜ ସେବା ବାସ୍ତବରେ ଭାରତର ରିଭର କ୍ରୁଜ ସମ୍ଭାବନାର ଚାବି ଖୋଲିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗର ବାଟ ଖୋଲୁଛୁ। ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଆମେ ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମରତ। ନଦୀପଥର ଉପଯୋଗ କରି ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ ବଢାଇବାକୁ ଆମେ ଯେଉଁ ଉଦ୍ୟମ କରୁଛୁ ତାହା ଖୁବ୍ ସଫଳତା ପାଇଛି। ଏଥିରେ ଆମେ ନଦୀ ପର୍ଯ୍ୟଟନକୁ ଯୋଡି ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଚେଷ୍ଟା କରୁଛୁ। ଗଙ୍ଗା ବିଳାସ କ୍ରୁଜ ଅଭିଯାନ ତାହାର ଏକ ଅଂଶବିଶେଷ। ଏହା ଦ୍ୱାରା ପର୍ଯ୍ୟଟକମାନେ ନୂଆ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶୈକ୍ଷିକ ଅଭିଜ୍ଞତା ଅର୍ଜନ କରିବା ସହିତ ଭାରତର ଜୈବ ବିବିଧତା ସମ୍ପର୍କରେ ଅନେକ କଥ।। ଜାଣିବେ। ଏହା ମଧ୍ୟ ଆମ ନଦୀ ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।”

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ, “କାଶୀରୁ ସାରନାଥ, ମଜୁଲିରୁ ମେୟଙ୍ଗ, ସୁନ୍ଦରବନରୁ କାଜିରଙ୍ଗା ଆଦି ସ୍ଥାନକୁ ରିଭର କ୍ରୁଜରେ ଯାତ୍ରା କରିବା ଏକ ଜୀବନବ୍ୟାପୀ ଅଭିଜ୍ଞତା। ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗ୍ ଦର୍ଶନରେ ଏହି ଚମତ୍କାର ଉଦ୍ୟମ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ଏକ ନୂଆ ଯୁଗ ଆରମ୍ଭ କରିବ। ଏହା ମଧ୍ୟ ଭାରତ ସରକାରଙ୍କ ଆକ୍ଟ ଇଷ୍ଟ ବା ପ୍ରାଚ୍ୟ ନୀତିକୁ କାର୍ଯ୍ୟକାରୀ କରିବାର ସଂକଳ୍ପକୁ ସାକାର କରିବାରେ ଉଭୟ ନୀତିଗତ ଓ ବାସ୍ତବତା ଦୃଷ୍ଟିରୁ ସହାୟକ ହେବ।”

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଏହିି ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି। ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟକ୍ରମ ୫୧ଦିନ ପାଇଁ ଚାଲିବ । ଏଥିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବ। ଏହି ପର୍ଯ୍ୟଟକ ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କଲିକତା, ଆସାମର ଗୁଆହାଟି ଓ ବାଂଲାଦେଶର ଢାକା ଆଦି ବୁଲି ଦେଖିପାରିବେ। ବାଂଲାଦେଶ ସହିତ ଥିବା ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରେ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବେ।

ଏମ୍.ଭି. ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିବାକୁ ସମର୍ଥ। ଏହାର ତିନିଟି ଡେକ୍ ଏବଂ ୧୮ଟି ସୁଟ୍ ରହିଛି। ଏହି ସୁଟ୍ରେ ୩୬ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ସୁବିଧା ରହିଛି। ଯାତ୍ରୀମାନଙ୍କୁ ସ୍ମରଣୀୟ ଓ ବିଳାସପୂର୍ଣ୍ଣ ଅନୁଭବ ଦେବାକୁ ଜାହାଜରେ ସବୁପ୍ରକାର ବ୍ୟବସ୍ଥା ଉପଲବ୍ଧ। ଜାହାଜଟି ପ୍ରଦୂଷଣମୁକ୍ତ ଏବଂ ଏଥିରେ ଶବ୍ଦ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ସବୁ ପ୍ରକାର ନିରାପଦ ଓ ସୁରକ୍ଷା ନୀତି ଏହି କ୍ରୁଜ(ଜାହାଜ) ଅନୁସରଣ କରୁଛି।

ମୋଟର ଚାଳିତ ପୋତ ବା ଏମ୍ଭି ଗଙ୍ଗା ବିଳାସର ଏହି ପ୍ରଥମ ଯାତ୍ରାରେ ସୁଇଜରଲାଣ୍ଡର ୩୨ ପର୍ଯ୍ୟଟକ ଅଛନ୍ତି। ସେମାନେ ବାରାଣସୀରୁ ଦ୍ରିବୁଗଡ ଯାଏଁ ଟିକେଟ କରିଛନ୍ତି। ଗଙ୍ଗା ବିଳାସ ୧ମାର୍ଚ୍ଚ ୨୦୨୩ରେ ଦିବ୍ରୁଗଡରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଯାତ୍ରା କାଳରେ ପର୍ଯ୍ୟଟକମାନେ ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ, ଧାର୍ମିକ ଓ ଐତିହାସିକ ସ୍ଥଳ ବୁଲି ଦେଖିବାର ସୁଯୋଗ ପାଇବେ। ସେମାନଙ୍କୁ ବାରାଣସୀର ପ୍ରଖ୍ୟାତ ଗଙ୍ଗା ଆରତି ଦେଖିବାକୁ ସୁଯୋଗ ମିଳିବ। ଏହା ପରେ ସେମାନେ ସାରନାଥ ବୁଲି ଦେଖିବେ ଯାହା ବୌଦ୍ଧଧର୍ମର ଏକ ପ୍ରମୁଖ ପବିତ୍ର ପୀଠ। ଏହାଛଡା ଏହାର ସବୁ ପର୍ଯ୍ୟଟକ ପ୍ରଖ୍ୟାତ ତନ୍ତ୍ରସ୍ଥଳ ମେୟଙ୍ଗ, ସର୍ବବୃହତ ନଦୀ ଦ୍ୱୀପ ତଥା ବୈଷ୍ଣବ ସମ୍ପ୍ରଦାୟର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଜୁଲି ଦେଖିବାର ସୁଯୋଗ ପାଇବେ। ଆହୁରି ସେମାନେ ମଧ୍ୟ ବିହାର ଯୋଗ ସ୍କୁଲ, ବିକ୍ରମଶିଳା ବିଶ୍ୱ ବିଦ୍ୟାଳୟ ବୁଲି ଦେଖି ଭାରତୀୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିବେ।

ଏହି କ୍ରୁଜ ମଧ୍ୟ ପ୍ରଖ୍ୟାତ ଜୈବ ବିବିଧତାରେ ସମୃଦ୍ଧ ବିଶ୍ୱ ଐତିହ୍ୟସ୍ଥଳୀ ସୁନ୍ଦରବନ ପରିକ୍ରମା କରିବ। ବଙ୍ଗୋପସାଗରର ଏହି ତ୍ରିକୋଣ ଭୂମି ଅଞ୍ଚଳ ସୁନ୍ଦରବନ ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ। ଏହାଛଡା କ୍ରୁଜରେ ଯାତ୍ରୀମାନେ ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନର ସୁଯୋଗ ପାଇବେ। ଏହି ଜାତୀୟ ଉଦ୍ୟାନଟି ଏକ ଶିଙ୍ଗା ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି।

ମନ୍ତ୍ରୀ ଶ୍ରୀ ସୋନୋୱାଲ ରିଭର କ୍ରୁଜ ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରର ବିକାଶ ଘଟିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରୋଜଗାର ବଢିବ। ରିଭର କ୍ରୁଜ ଓ ନଦୀ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅର୍ଥ ବିନିଯୋଗ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ନଦୀ ପର୍ଯ୍ୟଟନ ସର୍କିଟକୁ ବିକଶିତ କରାଇ ବର୍ତ୍ତମାନର ପର୍ଯ୍ୟଟନ ସର୍କିଟ ସହିତ ସମନ୍ୱିତ କରାଯିବ। ଏହା ଫଳରେ ଏହି କ୍ଷେତ୍ର ସର୍ବାଧିକ ଭାବେ ଲୋକଲୋଚନକୁ ଆସିବା ସହିତ ବିକଶିତ ହେବ ବୋଲି ସେ କହିଛନ୍ତି ।
ଏମ୍ଭି ଗଙ୍ଗା ବିଳାସ କ୍ରୁଜ ସେବା ପ୍ରଦାନ କରିବାରେ ଏଭଳି ପ୍ରଥମ ଜାହାଜ। ଏଥିପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ(ଏଡବ୍ଲୁଏଆଇ), ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବନ୍ଦର ଓ ଜଳପଥ ମନ୍ତ୍ରଣାଳୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ଏହାର ସଫଳତା ଆଧାରରେ ଦେଶର ଅନ୍ୟ ଭାଗରେ ରିଭର କ୍ରୁଜ, ବ୍ୟବସ୍ଥା ଆରମ୍ଭ କରିବାକୁ ଆଗ୍ରହୀ ପକ୍ଷ ଆଗେଇ ଆସିବେ ବୋଲି ସରକାର ଆଶାବାଦୀ।

ବିଶ୍ୱର କ୍ରୁଜ ମାର୍କେଟ ବିଗତ କେତେ ବର୍ଷ ଧରି ୫% ହାରରେ ବଢୁଛି। ୨୦୨୭ ସୁଦ୍ଧା ଏହା ୩୭%ରେ ପହଚିଂବ ବୋଲି ଆଶା କରାଯାଉଛି। ତେବେ ୬୦% ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗରେ ରହିଛି। ଭାରତର ଆଠଟି କ୍ରୁଜ ଜାହାଜ କଲିକତା ଓ ବାରାଣସୀ ମଧ୍ୟରେ ଚଳାଚଳ କରୁଛି। ସେହିଭଳି ବ୍ରହ୍ମପୁତ୍ର (ଜାତୀୟ ଜଳପଥ-୨) ରେ କ୍ରୁଜ ସିପ୍ ଚାଲୁଛି। ଅବଶ୍ୟ ନଦୀରେ କ୍ରୀଡା ଓ ପର୍ଯ୍ୟଟନରେ ଅଂଶ ସ୍ୱରୂପ ଭାରତର ଗଙ୍ଗା, ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀର ରାପ୍ଟିଂ,କ୍ୟାମ୍ପିଂ, ସାଇଟି ସିଂ ଓ କାୟାକିଙ୍ଗ ଆଦି ଅନୁଷ୍ଠିତ ହେଉଛି। ଜାତୀୟ ଜଳପଥ-୨ରେ ଏବେ ଯେଉଁ ୧୦ଟି ପାସେଞ୍ଜର ଟର୍ମିନାଲ ନିର୍ମାଣ ଚାଲିଛି ତାହା କ୍ରୁଜ ସେବାକୁ ପ୍ରୋତ୍ସାହିତ କରିବ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 17 ଅକ୍ଟୋବର ଅପରାହ୍ନ 4 ଟାରେ ଗୁଜରାଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ।

ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ ନାଗରିକମାନଙ୍କୁ ରୋଗ ଓ ଚିକିତ୍ସା ଉପଚାର ଜନିତ ଅତ୍ୟଧିକ ଖର୍ଚ୍ଚରୁ ସୁରକ୍ଷା ଦେବା ପାଇଁ 2012 ରେ ‘‘ମୁଖ୍ୟମନ୍ତ୍ରୀ ଅମୃତ (ଏମଏ)’’ ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ଷ 2014 ରେ, ‘‘ଏମଏ’’ ଯୋଜନାର ସଂପ୍ରସାରଣ ସେହି ପରିବାର ଗୁଡ଼ିକୁ କଭର କରିବା ପାଇଁ କରାଯାଇଛି ଯାହାଙ୍କର ବାର୍ଷିକ ଆୟ ସୀମା 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହାପରେ, ଏହି ଯୋଜନାର ଅନ୍ୟ କେତେକ ଗୋଷ୍ଠୀଙ୍କ ପାଇଁ ବିସ୍ତାର କରାଯାଇଛି। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅମୃତମ୍ ବାତ୍ସଲ୍ୟ (ଏମଏଭି) ଯୋଜନା ଭାବରେ ନୂଆ ନାମ ପ୍ରଦାନ କରିଛନ୍ତି।

ଯୋଜନାର ସଫଳତାର ଅନୁଭବ ଦ୍ବାରା ଆକର୍ଷିତ ହୋଇ, ପ୍ରଧାନମନ୍ତ୍ରୀ 2018 ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ର ଶୁଭାରମ୍ଭ କରିଛନ୍ତି – ଯାହା ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ବୀମା ଯୋଜନା ଅଟେ ଏବଂ ପ୍ରତି ପରିବାର ପାଇଁ ପ୍ରତି ବର୍ଷ 5 ଲକ୍ଷ ଟଙ୍କାର କଭରେଜ୍ ପ୍ରଦାନ କରିଥାଏ। ଏହି ଯୋଜନା ଅନ୍ତର୍ଗତ ପରିବାର ସଦସ୍ୟମାନଙ୍କ ସଂଖ୍ୟା ଏବଂ ବୟସର କୌଣସି ସୀମା ବିନା ପ୍ରାଥମିକ, ଦ୍ବିତୀୟ ଓ ତୃତୀୟ ସ୍ତରର ଯତ୍ନ ପାଇଁ ହସ୍‌ପିଟାଲରେ ଭର୍ତ୍ତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏବି-ପିଏମଜେଏୱାଇର ଶୁଭାରମ୍ଭ ସହିତ ଗୁଜରାଟ 2019 ରେ ଏବି- ପିଏମଜେଏୱାଇ ଯୋଜନା ରେ ଏମଏ/ ଏମଏଭି ଯୋଜନାର ବିଲୟ କରି ଦେଇଛନ୍ତି ଏବଂ ଏହାକୁ ପିଏମଜେଏୱାଇ- ଏମଏ ର ନୂତନ ନାମ ଦେଇଛନ୍ତି। ଏମଏ/ ଏମଏଭି ଏବଂ ଏବି-ପିଏମଜେଏୱାଇର ହିତାଧିକାରୀ ଏକିକୃତ ପିଏମଜେଏୱାଇ-ଏମଏ କାର୍ଡ଼ର ଯୋଗ୍ୟ ହୋଇଛନ୍ତି।

କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଏହି କାର୍ଡ଼ର ବିତରଣର ଶୁଭାରମ୍ଭ କରିବେ। ହିତାଧିକାରୀମାନଙ୍କୁ ଇ-କେୱାଇସିକୁ ସମ୍ପୂର୍ଣ୍ଣ କରିବା ପରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧୀକରଣଙ୍କ ପ୍ୟାନେଲରେ ରହିଥିବା ଏଜେନ୍ସି ଦ୍ବାରା ଗୁଜରାଟରେ ଥିବା ସମସ୍ତ ହିତାଧିକାରୀଙ୍କୁ 50 ଲକ୍ଷ କଲର ଆୟୁଷ୍ମାନ କାର୍ଡ଼ ତାଙ୍କର ଘରେ ଘରେ ବିତରଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍ ସେଲ୍‌’ର ଶୁଭାରମ୍ଭ ଘୋଷଣା

ମୁମ୍ବାଇ: ରିଲାଏନ୍‌ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ଆଜି ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି। ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍‌, କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍। ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍‌ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦+ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ।

ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି। ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍‌ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍‌ସ ରିଟେଲର ୨୦ କୋଟି + ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି। ଚଳିତ ବେଷ୍ଟିଭାଲ୍ ସେଲରେ ନେଇ ଆସିଛି ଏକ୍ସକ୍ଲୁସିଭ୍ ଅଫର ଓ ଡିଲ୍‌, ବ୍ୟାଙ୍କ ଟାଏଅପ୍‌ସ ଓ ଦିପାବଳୀ ସାମଗ୍ରୀ ଓ ଜେନେରାଲ୍ ମର୍ଚ୍ଚାଣ୍ଡାଇଜ୍ ଉପରେ ସ୍ୱତନ୍ତ୍ର ରିହାତି ସୁବିଧା। ଏହା ସହିତ ଆପାରେଲ୍‌, ବ୍ୟୁଟି ଉତ୍ପାଦ, ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଓମାର୍ଟରେ ଏକ୍ସକ୍ଲୁସିଭ୍ ଭାବରେ ଉପଲବ୍ଧ ଓ ଏହା ଆପଣଙ୍କର ନିକଟତମ ସ୍ମାର୍ଟ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି। ଏହା ସହାୟତାରେ ଗ୍ରାହକମାନେ ସର୍ବୋତ୍କୃଷ୍ଟ କ୍ରୟ ଅନୁଭୂତି ପାଇ ପାରୁଛନ୍ତି ଓ ନିଜ ମନ ମୁତାବକ କ୍ରୟ ପ୍ରଣାଳୀକୁ ମଧ୍ୟ ବାଛି ପାରୁଛନ୍ତି – ଏହା ଅନଲାଇନ୍ ହେଉଛ ବା ନେବରହୁଡ ଷ୍ଟୋର ହେଉ ଯାହାକି ଏକ ବାସ୍ତବିକ ଓମନିଚ୍ୟାନେଲ୍ ଅନୁଭବ ପ୍ରଦାନ କରୁଛି।

ଦାମୋଦଲ୍ ମଲ୍‌, ସିଇଓ, ଗ୍ରୁପ୍ ରିଲାଏନ୍‌ସ ରିଟେଲ୍‌, ଏହି ଅବସରରେ କହିଛନ୍ତି ଯେ, “୩୦୦୦+ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି। ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି। ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ। ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ।

କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ ଓ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ୍ ଡିଲରୁ ବାଛି ପାରିବେ। ଏଥିରେ ରହିଛି ଦିୟା, କ୍ୟାଣ୍ଡେଲ୍‌, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଯାହାକି ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ପୂରଣ କରିବ। ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ।

ସନ୍ଦୀପ ଭରଗଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି। ଆମେ ଅଣ-ଗ୍ରୋସେରି ବର୍ଗରେ ଗତ ୧୫ ଦିନ ମଧ୍ୟରେ ବିକ୍ରିରେ ୩ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ଏହି ସାମଗ୍ରୀକ କ୍ଷେତ୍ରରେ ଆମେ ଆଶା ଠାରୁ ଅଧିକ ସଫଳତା ହାସଲ କରିଛୁ।”

ଜିଓମାର୍ଟ ବର୍ତମାନ ଏହାର ସମସ୍ତ ବର୍ଗରେ ୧୯,୦୦୦ ପିନକୋଡକୁ ଏହାର କାର୍ଯ୍ୟ ସଂପ୍ରସାରିତ କରିଛି ଓ ଗ୍ରାହକମାନେ ଭାରତର ସର୍ବବୃହତ୍ ଇ-ମାର୍କେଟ୍ ପ୍ଲେସରୁ କ୍ରୟ କରିବାର ସୁବିଧ ପାଇ ପାରୁଛନ୍ତି। ଏହି ଦ୍ରୁତ ସଂପ୍ରସାରଣ ମଧ୍ୟରେ ଜିଓମାର୍ଟ ଦେଶରେ ପ୍ରସ୍ତୁତ ସର୍ବବୃହତ୍ ଇ-ମାର୍କେଟପ୍ଲେସର ଲକ୍ଷ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛି।
‘ବେଷ୍ଟିଭାଲ୍ ସେଲ’ ରେ ଭାରତର ବ୍ୟାପକ ଓ ବିଭିନ୍ନ ହ୍ୟାଣ୍ଡଲୁମ୍ ଓ କଳାକୃତି ଉଦ୍ୟୋଗର କଳାକାରମାନଙ୍କୁ ସାମିଲ୍ କରୁଛି। ଉଦାହରଣସ୍ୱରୂପ, ଗ୍ରାହକାମନେ ଗୁଜରାଟର ପୋଚାମପାଲି ସାଢ଼ୀ ଓ ବନ୍ଧନି ଆପାରେଲ୍ ପାଇବା ସହିତ ପଞ୍ଜାବୀ ଜୋତା, ଜୟପୁରି ବ୍ଲକ୍ ପ୍ରିଂଟ କୁଇଲ୍‌ଟସ ସହିତ ମୋରାଦାବାଦର ବ୍ରାସ ବାୱେଲ୍‌ସ ଓ ପୂଜା ଆକ୍‌ସେସୋରି ଓ ପରିବେଶୀ ଉପଯୋଗୀ ଛାନାପଟନା କାଠ ଖେଳନା ଓ ବ୍ଲୁ ପଟେରି ଆଦିକୁ ପାଇପାରିବେ।

ଦିୱାଲି ସ୍ପେଶିଆଲ୍ ଅଫର:

ଏକ୍ସପ୍ଲୋସିଭ୍ ଇଲେକ୍‌ଟ୍ରୋନିକ୍ ଡିଲ୍‌ସ : ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍‌, କମ୍ପ୍ୟୁଟର ଆକ୍‌ସେସୋରିଜ୍‌, ରେଫ୍ରିଜରେଟର, ଗୃହ ଉପକରଣ ଓ ଆହୁରି ଅନେକରେ ୮୦% ପର୍ଯ୍ୟନ୍ତ ରିହାତି! ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଇଲେକ୍‌ଟ୍ରୋନିକ୍‌ସରେ ୧୦%ର କ୍ୟାସବ୍ୟାକ୍ ସୁବିଧା ଲାଭ କରନ୍ତୁ।

ଫାୟାରକ୍ରାକର ଫେସନ ଅଫର: ପୁରୁଷ, ମହିଳା ଓ କିଡ୍‌ସ, ଫୁଟ୍‌ଉୟର ଓ ଆକ୍‌ସେସୋରିଜ୍ ଗୁଡ଼ିକୁ ଖୁବ୍ କମ ମୂଲ୍ୟରେ ଲାଭ କରନ୍ତୁ।

ଧମାକେଦାର ଡିଲ୍‌ସ: ଡିନର ସେଟ୍‌ରେ ୫୦% ପର୍ଯ୍ୟନ୍ତ ରିହାତି, ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକର ମୂଲ୍ୟ ଟ.୨୯୯ ରୁ ଆରମ୍ଭ ଓ ଏହା ସହିତ ମିଠା, ସ୍ନାକ୍‌ସ ଓ ଚକୋଲେଟ୍‌ସରେ ୫୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ।

ବ୍ୟାଙ୍କ ଅଫର (କେବଳ ଜିଓମାର୍ଟରେ): ଗ୍ରାହକମାନେ ୧୦% ଇନଷ୍ଟାଂଟ ଡିସକାଉଂଟ ସୁବିଧାକୁ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଉପରେ ସମସ୍ତ ବର୍ଗରେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ପାଇପାରିବେ।

ସ୍ପେଶିଆଲ୍ ସ୍ମାର୍ଟ ଷ୍ଟୋର ଅଫର: ସମସ୍ତ ପ୍ରମୁଖ ବର୍ଗ ମାନଙ୍କରେ ୮୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ। ଏଥିରେ ରହିଛି ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଭାରତୀୟ ମିଠା, ଡ୍ରାଏ ଫ୍ରୁଟ୍‌ସ ଗିଫ୍‌ଟ ପ୍ୟାକ୍ ଓ ଡିଓରେ ୫୦% ପର୍ଯ୍ୟନ୍ତ ରିହାତି, ସାବୁନରେ ୩୩% ପର୍ଯ୍ୟନ୍ତ ରିହାତି, କମ୍ବୋ ୫ କେଜି ବାସୁମତୀ ଚାଉଳ, ଚିନି ଓ ୫ ଲି ତେଲ ମାତ୍ର ଟ.୧୨୯୯ ରେ, ଟିଭି ଉପରେ ୬୦% ପର୍ଯ୍ୟନ୍ତ ରିହାତି, ଅଡିଓ ଆକ୍‌ସେସୋରି ଯଥା ସ୍ମାର୍ଟୱାଚ, ସ୍ପିକର ଇତ୍ୟାଦି ଉପରେ ୭୦% ପର୍ଯ୍ୟନ୍ତ ରିହାତି, ଆପାରେଲ୍ ଓ ଫୁଟଉୟର ଓ ଆହୁରି ଅନେକ ଉପରେ ୮୦% ପର୍ଯ୍ୟନ୍ତ ରିହାତି ସୁବିଧା ଓ ଆହୁରି ଅନେକ ଅଫର।

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ମଧ୍ୟ ୩୬୦-ଡିଗ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଯାହାକି ଟିଭିସି, ପ୍ରିଂଟ, ରେଡିଓ, ଆଉଟଡୋର ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜିଓମାର୍ଟ ଆପରେ ବିଭିନ୍ନ ଅଫର ଗୁଡ଼ିକର ଘୋଷଣା କରୁଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୫:୩୦ ମିନିଟ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିବେ।

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ରହିଛି। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି। ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ।

ଦେଶରେ ବିଶ୍ବସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ରଖିଛନ୍ତି । ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ବୟ ଆସିପାରିବ। ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ବାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା। ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ‘ଆଜାଦି କ୍ୱେଷ୍ଟ’ ନାମରେ ଏକ ଅନଲାଇନ୍ ଶୈକ୍ଷିକ ଖେଳ ସିରିଜର ଶୁଭାରମ୍ଭ

ଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର କାହାଣୀ ସମସ୍ତଙ୍କ ସାମନାକୁ ଆଣିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ଜିଙ୍ଗା ଇଣ୍ଡିଆ ସହଯୋଗରେ ବିକଶିତ ଅନଲାଇନ୍ ଶିକ୍ଷା ମୋବାଇଲ ଖେଳ ଶୃଙ୍ଖଳା ‘ଆଜାଦି କ୍ୱେଷ୍ଟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଅପୂର୍ବ ଚନ୍ଦ୍ର ଏବଂ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ କିଶୋର କିଚଲି ମଧ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗ ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଆମର ସ୍ୱାଧୀନତା ସଂଗ୍ରାମୀ ତଥା ଅଣସ୍ୱୀକୃତ ନାୟକ ମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ଅଂଶ ବିଶେଷ।

“ଏହି ଖେଳ ଗୁଡିକ ଅନଲାଇନ୍ ଖେଳାଳୀ ମାନଙ୍କର ବିଶାଳ ବଜାରକୁ ଧରି ରଖିବା ଏବଂ ଖେଳ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ଅଟେ। ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଦେଶର କୋଣ ଅନୁକୋଣରୁ ଅଣସ୍ୱୀକୃତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଶିକ୍ଷାକୁ ଆକର୍ଷଣୀୟ କରିବା ପାଇଁ ଆଜାଦି କ୍ୱେଷ୍ଟ ହେଉଛି ଏକ ପ୍ରୟାସ’ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶ୍ରୀ ଠାକୁର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସମସ୍ତ ବୟସ ବର୍ଗର ଲୋକମାନେ ଏହି ଖେଳ ଗୁଡିକ ସହିତ ଜଡିତ ହେବେ ଏବଂ ସେଗୁଡ଼ିକ ଖୁବ୍ ଶୀଘ୍ର ଘରେ ଘରେ ପ୍ରିୟପାତ୍ର ହେବ।

ଭାରତରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ର ବିଷୟରେ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ଖେଳ କ୍ଷେତ୍ରର ପ୍ରତିପୋଷଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ରହି ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ଖେଳ କ୍ଷେତ୍ରର ଶ୍ରେଷ୍ଠ ଦେଶ ମଧ୍ୟରେ ଛିଡା ହେବାରେ ସକ୍ଷମ ହୋଇଛି। କେବଳ ୨୦୨୧ ରେ ଖେଳ କ୍ଷେତ୍ର ୨୮% ବୃଦ୍ଧି ପାଇଛି। ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ଅନଲାଇନ୍ ଖେଳାଳୀଙ୍କ ସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୨୩ ସୁଦ୍ଧା ଏଭଳି ଖେଳାଳୀଙ୍କ ସଂଖ୍ୟା ୪୫ କୋଟିରେ ପହଂଚିବ ବୋଲି ମନ୍ତ୍ରୀ ଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆପ୍ ଗୁଡିକ ଆମର ଏଭିଜିସି କ୍ଷେତ୍ରର ସାମର୍ଥ୍ୟକୁ ବୃଦ୍ଧି କରାଇବ ଏବଂ ସଙ୍ଗେ ସଙ୍ଗେ ଆମର ଗୌରବମୟ ଇତିହାସକୁ ବିଶ୍ୱର କୋଣ ଅନୁକୋଣକୁ ନେଇଯିବ। ଏହି ଆପ୍ ଗୁଡ଼ିକରେ ଥିବା ତଥ୍ୟ ସବୁକୁ ପ୍ରକାଶନ ବିଭାଗ ଏବଂ ଭାରତୀୟ ଐତିହାସିକ ଗବେଷଣା ପରିଷଦ ଦ୍ୱାରା ସୃଷ୍ଟି କରାଯାଇଛି ଏବଂ ଏହା ଆମର ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରାମାଣିକ ତଥ୍ୟର ସହଜରେ ଉପଲବ୍ଧ ଭଣ୍ଡାରରେ ପରିଣତ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଏହି ଆପ୍ ଗୁଡ଼ିକର ସୃଷ୍ଟି ପାଇଁ ଜିଙ୍ଗା ଇଣ୍ଡିଆ ଯେଉଁ କଷ୍ଟକର ଉଦ୍ୟମ ସବୁ କରିଛି, ତାକୁ ସ୍ୱୀକାର କରିଥିଲେ। ମନ୍ତ୍ରୀ ସବୁ ବୟସ ବର୍ଗର ଲୋକ ମାନଙ୍କୁ ଏହି ସବୁ ଆପ୍କୁ ଡାଉନଲୋଡ୍ କରିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଆମର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବା ପାଇଁ ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ସାଧନ ହୋଇ ପାରିବ। ଏହି ଆପ୍ ବ୍ୟବହାରକାରୀଙ୍କୁ ଏକା ସାଙ୍ଗରେ ମନୋରଞ୍ଜନ ପ୍ରଦାନ କରିବ, କର୍ମରେ ବ୍ୟାପୃତ ରଖିବା ଶିକ୍ଷିତ କରିବ।

ଏହି ଅବସରରେ ଉଦ୍ବୋଧନ ଦେଇ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ ଶ୍ରୀ କିଶୋର କିଚଲି କହିଛନ୍ତି ଯେ ସ୍ୱାଧୀନତାର ପଥ ଭାରତ ଇତିହାସରେ ଏକ ରୂପାନ୍ତରଣକାରୀ ମାଇଲଖୁଂଟକୁ ସ୍ମରଣ କରାଇ ଥାଏ ଏବଂ ଭାରତର ଅତୀତକୁ ସମ୍ମାନ ଦେବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରୟାସର ଏକ ଅଂଶ ହୋଇଥିବାରୁ ଆମେ ଗର୍ବିତ। ଜିଙ୍ଗାରେ ଆମର ଲକ୍ଷ୍ୟ ହେଉଛି ଖେଳ ମାଧ୍ୟମରେ ଲୋକଙ୍କୁ ଯୋଡିବା। ଏହି ପଦକ୍ଷେପ ହେଉଛି ସବୁ ବୟସର ଖେଳାଳୀ ମାନଙ୍କୁ ଖେଳରେ ସମ୍ପୃକ୍ତ ରଖିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଯୁଗ ସମ୍ବନ୍ଧରେ ପାରସ୍ପରିକ ଭାବ ବିନିମୟକାରୀ ମନୋରଞ୍ଜନର ଶକ୍ତିକୁ ଶିକ୍ଷା ଗ୍ରହଣ ଅନୁଭୂତିରେ ପରିଣତ କରିବା।

ଖେଳ ଏବଂ ଖେଳନା ଶିଳ୍ପ ଗୁଡିକର ଏହି ଧରଣର ପ୍ରଥମ ପଦକ୍ଷେପ ହିତାଧିକାରୀ ମାନଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରୁ ଏହା ଏକ ପ୍ରେରଣା, ଯାହାକି ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ଏବଂ ମାଇଲଖୁଂଟକୁ ପ୍ରଦର୍ଶନ କରୁଥିବା ତଥା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱକୁ ପ୍ରଦର୍ଶନ କରୁଥିବା ଖେଳ ଏବଂ ଖେଳନା ବିକାଶ ପାଇଁ ଅନୁପ୍ରେରିତ ହୋଇଛି। ଲୋକ ମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଏବଂ ଶିକ୍ଷିତ କରିବା ନିମନ୍ତେ ଏହା ପ୍ରସ୍ତୁତ କରାଯାଇଛି। ଧାରାବାହିକର ପ୍ରଥମ ଦୁଇଟି ଗେମ୍ ‘ଆଜାଦି କ୍ୱେଷ୍ଟ\’ ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ବର୍ଣ୍ଣନା କରେ, ମଜାଳିଆ ଖେଳ ଖେଳ ସହିତ ଜଡିତ କରି ପ୍ରମୁଖ ମାଇଲଖୁଂଟ ଏବଂ ବୀର ମାନଙ୍କ ଉପରେ ଆଲୋକପାତ କରିଥାଏ। ଖେଳ ଗୁଡିକର ବିଷୟବସ୍ତୁ ସରଳ କିନ୍ତୁ ବିସ୍ତୃତ। ଏସବୁ ପ୍ରକାଶନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯିବା ସହିତ ଭାରତୀୟ ଐତିହାସିକ ଗବେଷଣା ପରିଷଦର ବିଶେଷଜ୍ଞମାନଙ୍କ ଦ୍ୱାରା ସନ୍ନିବେଶିତ କରା ଯାଇଛି।

ଆଜାଦି କ୍ୱେଷ୍ଟ ସମ୍ପର୍କରେ:

ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଏକ ଖେଳ ସିରିଜର ବିକାଶ ପାଇଁ ଜିଙ୍ଗା ଇଣ୍ଡିଆ ସହିତ ପ୍ରକାଶନ ବିଭାଗ ଆଜି ଏକ ଏମଓୟୁ ସ୍ୱାକ୍ଷର କରିଛି। ଆଜାଦି କ୍ୱେଷ୍ଟ ଖେଳ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଡିଭାଇସ୍ ପାଇଁ ଇଂରାଜୀ ଏବଂ ହିନ୍ଦୀରେ ଭାରତର ଲୋକଙ୍କ ପାଇଁ ଉପଲବ୍ଧ ଏବଂ ସେପ୍ଟେମ୍ବର ୨୦୨୨ ରୁ ଏହା ସାରା ବିଶ୍ୱରେ ଉପଲବ୍ଧ ହେବ। ଅନଲାଇନ୍ ଗେମିଂ କମ୍ପାନୀ ଜିଙ୍ଗା ଇଣ୍ଡିଆ ୨୦୧୦ ରେ ବେଙ୍ଗାଲୁରୁରେ ସ୍ଥାପିତ ହୋଇଥିଲା ଏବଂ ମୋବାଇଲ୍ ଏବଂ ୱେବ୍ ମାଧ୍ୟମରେ ଫ୍ରାଂଚାଇଜରେ କେତେକ ଲୋକପ୍ରିୟ ଖେଳର ବିକାଶ କରିଛି।

‘ଶିକ୍ଷାର କ୍ରୀଡ଼ା କରଣ’ ସଂକଳ୍ପ ଉପରେ ଆଧାରିତ ଏହି ସ୍ୱତନ୍ତ୍ର ଖେଳ ଶୃଙ୍ଖଳା ଦେଶରେ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବ। ଖେଳ ଭିତିକ ଶିକ୍ଷଣ ଶ୍ରେଣୀଗୃହ ଏବଂ ବୟସ ବାହାରେ ଶିକ୍ଷଣ ପ୍ରକ୍ରିୟାକୁ ବିସ୍ତାର କରି ଏକ ସମାନ ଏବଂ ଆଜୀବନ ନିଷ୍ପକ୍ଷ ଶିକ୍ଷା ପ୍ରଦାନ କରିଥାଏ। ଆଜାଦି କ୍ୱେଷ୍ଟ ସିରିଜ୍ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କିମ୍ବଦନ୍ତୀ ବିଷୟରେ ଜ୍ଞାନ ପ୍ରଦାନ କରିବ, ଯାହା ଦ୍ୱାରା ଖେଳାଳି ମାନେ ଗର୍ବ ଅନୁଭବ କରିବେ ଏବଂ କର୍ତବ୍ୟର ଭାବନା ଅନୁଭବ କରିବେ ଏବଂ ଉପନିବେଶବାଦୀ ମାନସିକତାର ଭାବନାକୁ ହଟାଇବାରେ ମଧ୍ୟ ଏହା ସହାୟକ ହେବ ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କର ୭୬ ତମ ସ୍ୱାଧୀନତା ଦିବସ ଭାଷଣରେ ‘ଅମୃତ କାଳର ପଂଚ ପ୍ରାଣ’ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା।

ସିରିଜର୍ ପ୍ରଥମ ଖେଳ ହେଉଛି ଆଜାଦି କ୍ୱେଷ୍ଟ: ମ୍ୟାଚ୍ ୩ ପଜଲ୍, ୧୮୫୭ ରୁ ୧୯୪୭ ପର୍ଯ୍ୟନ୍ତ ଭାରତର ସମଗ୍ର ସ୍ୱାଧୀନତାର ରଙ୍ଗୀନ ଯାତ୍ରା ସହିତ ଖେଳାଳୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବା ଏକ ସରଳ ଏବଂ ସହଜ ଖେଳ। ଖେଳାଳି ମାନେ ଖେଳ ମାଧ୍ୟମରେ ଅଗ୍ରଗତି କରୁଥିବାବେଳେ ୪୯୫ ସ୍ତରରେ ବିସ୍ତାର କରି ପାରିବେ। ୭୫ ଟି ଟ୍ରାଇଭିଆ କାର୍ଡ, ପ୍ରତ୍ୟେକ ଇତିହାସର ପ୍ରମୁଖ ମୂହୁର୍ତ ଗୁଡିକ ପ୍ରଦର୍ଶନ କରନ୍ତି, ଲିଡବୋର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ଏବଂ ସୋସିଆଲ୍ ମିଡିଆରେ ଗେମ ପୁରସ୍କାର ଏବଂ ଅଗ୍ରଗତିର ଅଂଶୀଦାର କରାନ୍ତି। ଅନ୍ୟ ପଟେ, ଆଜାଦି କ୍ୱେଷ୍ଟରେ ଭାରତର ବୀରମାନେ ୭୫ ସ୍ତରରେ ବିସ୍ତୃତ ହୋଇଥିବା ୭୫୦ ପ୍ରଶ୍ନ ମାଧ୍ୟମରେ ଭାରତର ସ୍ୱାଧୀନତାର ବୀରମାନଙ୍କ ବିଷୟରେ ଖେଳାଳିଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ଏକ କୁଇଜ୍ ଖେଳ ଭାବରେ ଡିଜାଇନ୍ କରା ଯାଇଛି ଏବଂ ୭୫ ‘ଆଜାଦି ବୀର’ କାର୍ଡ ମାଧ୍ୟମରେ ଅଳ୍ପ ଜଣାଶୁଣା ବୀରମାନଙ୍କ ବିଷୟରେ ମଧ୍ୟ କୁହନ୍ତି। ଏହି ‘ଆଜାଦୀ ବୀର’ କାର୍ଡ ଗୁଡ଼ିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆବଂଟନ କରାଯାଇ ପାରିବ।

ପ୍ରକାଶନ ବିଭାଗ ଏବଂ ଜିଙ୍ଗା ଇଣ୍ଡିଆ ମଧ୍ୟରେ ବର୍ଷକର ସହଭାଗିତା ଏହିପରି ଅଧିକ ଖେଳ ପ୍ରଦାନ କରିବ ଏବଂ ବିଷୟବସ୍ତୁ ତଥା ବୈଶିଷ୍ଟ୍ୟ ଓ ବିଷୟବସ୍ତୁ ଦୃଷ୍ଟିରୁ ବିଦ୍ୟମାନ ଖେଳକୁ ବିସ୍ତାର କରିବ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଦିଗ ବିଷୟରେ ଶିକ୍ଷା ଦେବ ଏବଂ ଲୋକମାନେ ବିଶେଷକରି ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବ। ଖେଳଗୁଡିକ ଖେଳାଳୀ ମାନଙ୍କୁ ପ୍ରତି ମାସରେ ମଧ୍ୟ ରୋମାଂଚକର ପୁରସ୍କାର ପ୍ରଦାନ କରିବ। ଯେଉଁମାନେ ଆଜାଦି କ୍ୱେଷ୍ଟ୍ ସଂପୂର୍ଣ୍ଣ କରିବେ, ସେମାନଙ୍କୁ ଏକ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିବ। ଆଜାଦି କ୍ୱେଷ୍ଟ ସମ୍ପର୍କିତ ପୁସ୍ତିକା ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ। http://davp.nic.in/ebook/goi_print/index.html

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଭୂମିପୂଜନ ଏବଂ ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି ରେକ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ଜୁଲାଇ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହେବେ। ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ । ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଠାରେ ବାଣିଜ୍ୟ ଭବନ ଉଦଘାଟନ କରିବା ସହ ନିର୍ଯ୍ୟାତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ସୋମ ପ୍ରକାଶ ଓ ଅନୁପ୍ରିୟା ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ନବ ଭାରତରେ ଗତ ଆଠ ବର୍ଷ ଧରି ଚାଲି ଆସୁଥିବା ନାଗରିକ କୈନ୍ଦ୍ରିକ ପ୍ରଶାସନିକ ଢାଞ୍ଚାରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦେଶ ଆଜି ଏକ ନୂତନ ଓ ଆଧୁନିକ ବାଣିଜ୍ୟ ଭବନ ସହିତ ଏକ ରପ୍ତାନୀ ପୋର୍ଟାଲ ପାଇଛି। ଏଥିରୁ ଗୋଟେ ଭୌତିକ ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ଭିତ୍ତିଭୂମିଯୁକ୍ତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଦେଶର ପ୍ରଥମ ଶିଳ୍ପ ମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତୁବାର୍ଷିକୀ। “ତାଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକ ନିଷ୍ପାଦନ ସ୍ୱାଧୀନ ଭାରତକୁ ଦିଗଦର୍ଶନ ଦେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି” ବୋଲି ସେ କହିଥିଲେ।

ମନ୍ତ୍ରଣାଳୟର ନୂତନ ଭିତ୍ତିଭୂମି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମଧ୍ୟ ବ୍ୟାବସାୟିକ ସୁଗମତା ନିମନ୍ତେ ସଂକଳ୍ପ ନେବାର ବେଳ ଉପନୀତ। ଏହା ଦ୍ୱାରା ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ମଧ୍ୟ ଆସିବ। କୌଣସି ବିଷୟରେ ନିକଟବର୍ତ୍ତୀ ହେବା ଏହି ଦୁଇଟି ମଧ୍ୟ ସଂଯୋଗକାରୀ। ସେ କହିଥିଲେ ଯେ ସରକାରଙ୍କ ସହ ଯୋଗାଯୋଗ କରିବା ବାଟରେ କୌଣସି ବାଧାବିଘ୍ନ ଆସିବା ଅନୁଚିତ। ସରକାରଙ୍କ ନିକଟରେ ସହଜରେ ପହଞ୍ଚôବା ବା ସମସ୍ୟା ଉତଥାପନ କରିବାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ସରକାରଙ୍କ ନୀତିରେ ଏହା ବେଶ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ।

ନିକଟ ଅତୀତର ଅନେକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତର ନୂତନ କର୍ମସଂସ୍କୃତି ହେଉଛି ଯେକୌଣସି ପ୍ରକଳ୍ପକୁ ଠିକ ସମୟ ମଧ୍ୟରେ ସାରିବା। ଯେତେବେଳେ ସରକାରୀ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ି ନରହି ନିଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୁଏ ଓ ସରକାରୀ ଯୋଜନାରେ ଲକ୍ଷ୍ୟ ସ୍ଥଳରେ ପହଂଞ୍ଚ, ସେତେବେଳେ ହିଁ ଦେଶର ଟିକସଦାତା ତାର ଉଚିତ ସମ୍ମାନ ପାଏ ବୋଲି ସେ କହିଥିଲେ। ଆଜି ଆମ ପାଖରେ ଆଧୁନିକ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ରହିଛି। ଏହି ବାଣିଜ୍ୟ ଭବନ ଦେଶକୁ ‘ଗତିଶକ୍ତି’ ପଥରେ ଅଗ୍ରସର କରିବ ବୋଲି ସେ କହିଥିଲେ।

ଏହି ବାଣିଜ୍ୟ ଭବନ ତାଙ୍କ ସରକାରଙ୍କ ଅମଳରେ ବାଣିଜ୍ୟିକ ସଫଳତାର ପ୍ରତୀକ ବୋଲି ସେ କହିଥିଲେ। ସେ ଏହାର ଶିଳାନ୍ୟାସ ସମୟର ସ୍ମୃତିଚାରଣ କରି କହିଥିଲେ ଯେ ବୈଶ୍ୱିକ ନବୋନ୍ମେଷ ସୂଚକରେ ନୂଆ କିଛି କରି ଦେଖାଇବା ଓ ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚକରେ ୪୬ତମ ସ୍ଥାନରେ ରହିଛି ଓ ଏଥିରେ ନିରବଚ୍ଛିନ୍ନ ଉନ୍ନତି ଘଟୁଛି। ସେ ବ୍ୟାବସାୟିକ ସୁଗମତା ନିମନ୍ତେ ସେତେବେଳେ କହୁଥିଲେ ଓ ଆଜି ୩୨ଠଠଠରୁ ଅଧିକ ଅନାବଶ୍ୟକ ନଥିପତ୍ର ଅପସାରଣ କରାଯାଇଛି। ସେହିପରି ଏହି ଭବନର ଶିଳାନ୍ୟାସ ବେଳେ ବସ୍ତୁ ଓ ସେବକାର (ଜିଏସଟି) ନୂଆ ଥିଲା। ଆଜି ମାସିକ ସର୍ବନିମ୍ନ ଏକ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହେଉଛି। ଜିଇଏମ ସମ୍ପର୍କରେ କହିବାକୁ ଗଲେ ସେତେବେଳେ ନଅ ହଜାର କୋଟି ଟଙ୍କାର ଅର୍ଡର ଦିଆଯାଉଥିବା ବେଳେ, ଆଜି ପୋର୍ଟାଲରେ ୪୫ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀ ପଞ୍ଜୀକୃତ ହୋଇଛନ୍ତି ଓ ୨.୨୫ କୋଟିରୁ ଅଧିକ ବହିନା ଦିଆଯାଇଛି। ୨୦୧୪ରେ ଦୁଇଟି ମୋବାଇଲ ୟୁନିଟରୁ ସେତେବେଳେ ୧୨ଠଟି ୟୁନିଟ ଥିବାବେଳେ ଆଜି ତାହା ୨ଠଠ ୟୁନିଟ ଅତିକ୍ରମ କରିଛି। ଆଜି ଦେଶରେ ୨୩ଠଠ ପଞ୍ଜୀକୃତ ଫିନଟେକ ଷ୍ଟାର୍ଟଅପ ଥିବାବେଳେ ଚାରିବର୍ଷ ତଳେ ଏହା ମାତ୍ର ୫ଠଠ ଥିଲା। ବାଣିଜ୍ୟ ଭବନ ଶିଳାନ୍ୟାସ ସମୟରେ ଭାରତରେ ବର୍ଷକୁ ଆଠ ହଜାର ଷ୍ଟାର୍ଟଅପ ପଞ୍ଜୀକୃତ ହେଉଥିବା ବେଳେ, ଆଜି ତାହା ୧୫ ହଜାରରୁ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଐତିହାସିକ ବୈଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଭାରତର ରପ୍ତାନୀ ୬୭ଠ ବିଲିଅନ ଡଲାର ଅର୍ଥାତ ୫ଠ ଲକ୍ଷ କୋଟିରେ ପହଂଚିଥିଲା। ଗତ ବର୍ଷ ଦେଶ ସ୍ଥିର କରିଥିଲା ଯେ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଏହା ୪ଠଠ ବିଲିଅନ ଡଲାର ବା ୩ଠ ଲକ୍ଷ କୋଟି ବାଣିଜ୍ୟିକ ରପ୍ତାନୀ ଲକ୍ଷ ହାସଲ କରିବେ। ଆମେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହ ୪୧୮ ବିଲିଅନ ଡଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାରେ ପହଂଚିଲୁ। “ବିଗତ ବର୍ଷଗୁଡ଼ିକର ସଫଳତା ଦ୍ୱାରା ଉଦବୃଦ୍ଧ ହୋଇ ଆମେ ଆମର ରପ୍ତାନୀ ଲକ୍ଷ୍ୟ ବୃଦ୍ଧି କରିବା ସହ ତାହା ହାସଲ ନିମନ୍ତେ ଆମର ଉଦ୍ୟମ ଦ୍ୱିଗୁଣିତ କରିଛୁ”। କେବଳ ସ୍ୱଳ୍ପମିଆଦୀ ନୁହେଁ ଦୀର୍ଘମିଆଦୀ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ଦରକାର ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ଯ୍ୟାତ- ଜାତୀୟ ଆମଦାନୀ, ରପ୍ତାନୀ ପାଇଁ ଜାତୀୟ ବିଶ୍ଳେଷଣ ବାଣିଜ୍ୟିକ ପୋର୍ଟାଲ ଅଂଶୀଦାରମାନଙ୍କୁ ଅନ୍ଧାରେ ନିଜର ପ୍ରକୃତ ତଥ୍ୟ ପ୍ରଦାନ କରିବ। “ଏହି ପୋର୍ଟାଲ ଜରିଆରେ ୨ଠଠରୁ ଅଧିକ ଦେଶକୁ ରପ୍ତାନୀ ହେଉଥିବା ୩ଠରୁ ଅଧିକ ସାମଗ୍ରୀ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ। ସମୟ କ୍ରମେ ଜିଲ୍ଲାସ୍ତରରୁ ରପ୍ତାନୀ ସାମଗ୍ରୀ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିବ। ଏହା ଜିଲ୍ଲାଗୁଡ଼ିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କ୍ରମବର୍ଦ୍ଧିଷ୍ଣୁ ରପ୍ତାନୀ ପରିପ୍ରେକ୍ଷୀରେ କହିଥିଲେ ଯେ ଦେଶ ବିକାଶମୁଖୀରୁ ବିକଶିତ ଦେଶ ସଂଦିକ୍ଷଣ ଦେଇ ଗତି କରୁଛି। ଗତ ଆଠ ବର୍ଷ ଧରି ଦେଶର ରପ୍ତାନୀ ଲକ୍ଷ୍ୟ ସାଧିତ ହେବା ସହ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ରପ୍ତାନୀ ବୃଦ୍ଧି ସହ ଏହି ପ୍ରକ୍ରିୟାର ସୁଗମତା ଓ ନୂତନ ବଜାରରେ ସାମଗ୍ରୀ ପ୍ରବର୍ତ୍ତନ ନେଇ ନୀତି ଖୁବ ଫଳପ୍ରଦ ହୋଇଛି। ବର୍ତ୍ତମାନ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ, ପ୍ରତ୍ୟେକ ବିଭାଗ ରପ୍ତାନୀ ବୃଦ୍ଧି ଦିଗରେ ଉଦ୍ୟମ କରୁଛନ୍ତି। ସେ ଏମଏସଏମଇ ହେଉ ବା ବର୍ହିବ୍ୟାପାର ମନ୍ତ୍ରଣାଳୟ, କୃଷି ବା ବାଣିଜ୍ୟ ପ୍ରତ୍ୟେକ ସମାନ ଲକ୍ଷଣ ହାସଲ ପାଇଁ ଉଦ୍ୟମ କରୁଛନ୍ତି।

“ନୂତନ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଉଛି। ଏପରିକି କେତେକ ଆକାଂକ୍ଷିତ ଜିଲ୍ଲାକୁ ମଧ୍ୟ ରପ୍ତାନୀ ବହୁଗୁଣରେ ବୃଦ୍ଧି ପାଇଛି। କର୍ପସ ଓ ହସ୍ତତନ୍ତ କ୍ଷେତ୍ରରୁ ରପ୍ତାନୀ ଶତକଡ଼ା ୫୫ ଭାଗ ବୃଦ୍ଧି ପାଇବା ଅର୍ଥ ତୃଣମୂଳ ସ୍ତରରେ କିପରି କାର୍ଯ୍ୟ ଚାଲୁଛି ତାହା ସହଜେ ଅନୁମେୟ” ବୋଲି ସେ କହିଥିଲେ।

ସ୍ଥାନୀୟ ସାମଗ୍ରୀ ଉପରେ ସରକାରଙ୍କ ଗୁରୁତ୍ୱ “ଲୋକାଲ ଫର ଭୋକାଲ, ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ” ଭଳି ଯୋଜନା ଯୋଗୁ ରପ୍ତାନୀ ବୃଦ୍ଧି ପାଇଛି। ବର୍ତ୍ତମାନ ଆମର ଅନେକ ସାମଗ୍ରୀ ପ୍ରଥମଥର ପାଇଁ ନୂଆ ନୂଆ ଦେଶଗୁଡ଼ିକୁ ରପ୍ତାନୀ କରାଯାଇଛି । “ଆମର ସ୍ଥାନୀୟ ଖୁବ ଦ୍ରୁତ ଗତିରେ ବୈଶ୍ୱିକ” ହେବାରେ ଲାଗିଛି। ଏହା ପ୍ରକାଶ କରେ ଯେ ବିଭିନ୍ନ ଉଦାହରଣ ଦେଇଥିଲେ। ସୀତାଭୋଗ ମିଠାଇ ବାହାରିନକୁ ରପ୍ତାନୀ ହେଉଥିବା ବେଳେ, ତାଜା ରାଜାଲଙ୍କା ନାଗାଲାଣ୍ଡରୁ ଲଣ୍ଡନ ଯାଉଛି। ଆସାମର ତାଜା ବର୍ମିଜ ଅଙ୍ଗୁର ଦୁବାଇ ଯାଉଛି, ଛତିଶଗଡ଼ର ମହୁଆ ସାମଗ୍ରୀ ଫ୍ରାନ୍ସ ଓ କାରଗିଲର ଖୁମାନୀ ଦୁବାଇ ଯାଉଛି।

“ରପ୍ତାନୀ ବାତାବରଣ ଦୃଷ୍ଟିରୁ ଆମେ ଆମର କୃଷକ, ବୁଣାକାର ଓ ପାରମ୍ପରିକ ସାମଗ୍ରୀକୁ ଜିଆଇ ଟ୍ୟାଗିଂ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛୁ।” ୟୁଏଇ ଓ ଅଷ୍ଟ୍ରେଲିଆ ସହ ହୋଇଥିବା ବାଣିଜ୍ୟିକ ରାଜିନାମାର ଉଦାହରଣ ସହ ସେ ଅନ୍ୟାନ୍ୟ ଦେଶ ସହ ଏ ନେଇ ଯଥେଷ୍ଟ ଅଗ୍ରଗତି ଘଟିଛି ବୋଲି କହିଥିଲେ। ଏକ ଆହ୍ୱାନମୂଳକ ପରିସ୍ଥତିକୁ ସୁଯୋଗରେ ପରିଣତ କରିବାରେ ବିଦେଶରେ ଥିବା ଆମ ଦୂତାବାସଗୁଡ଼ିକର ଭୂମିକାକୁ ସେ ପ୍ରଶଂସା କରିଥିଲେ। “ଦେଶର ପ୍ରଗତି ନିମନ୍ତେ ବ୍ୟବସାୟ ଓ ନୂତନ ବଜାର ଚିହ୍ନଟ ଓ ଆବଶ୍ୟକତାକୁ ଚିହ୍ନଟ କରି ନୂତନ ସାମଗ୍ରୀ ପ୍ରସ୍ତୁତି ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।”

ପରିଶେଷରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିକାଶକୁ ସମୟଭିତ୍ତିକ ଭାବେ ପୋର୍ଟାଲର ସମୀକ୍ଷା ଓ ନିକଟରେ ବିକଶିତ ଅନ୍ୟାନ୍ୟ ମଞ୍ଚର ଅନୁଧ୍ୟାନ ପାଇଁ ଅନୁରୋଧ କରିଥିଲେ। “ଲକ୍ଷ୍ୟ ହାସଲ ନିମନ୍ତେ ଆମେ ଯେଉଁ ବ୍ୟବସ୍ଥାର ବିକାଶ କରୁଛୁ ତାହା କେତେ ସଫଳ ହୋଇଛି ଓ ସେଥିରେ ଯଦି କିଛି ସମସ୍ୟା ରହିଛି, ତା’ହେଲେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ।”

Categories
ବିଶେଷ ଖବର

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ ରେଳ ଇନୋଭେସନ୍ ପଲିସି ରେଳବାଇ ପାଇଁ ଷ୍ଟାର୍ଟଅପ୍” ର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍ /ଏମଏସଏମଇ/ଇନୋଭେଟର/ଉଦ୍ୟୋଗୀମାନଙ୍କ ଦ୍ୱାରା ବିକଶିତ ଅଭିନବ ପ୍ରଯୁକ୍ତିବିଦ୍ୟାକୁ ନୀତିର ଲକ୍ଷ୍ୟ ସହିତ ପ୍ରୋତ୍ସାହନ।

ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପର୍ଯ୍ୟାୟ କ୍ରମେ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ।

ଜାତୀୟ ପରିବହନକାରୀ ଭାରତୀୟ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇ ନବସୃଜନ କ୍ଷେତ୍ରରେ ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି। ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ “ରେଳବାଇ ପାଇଁ ଷ୍ଟାର୍ଟଅପ୍” ଶୁଭାରମ୍ଭ କରିଛନ୍ତି।

ଏହି ନୀତି ଦ୍ୱାରା କାର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବହୁତ ବଡ଼ ଏବଂ ଅବ୍ୟବହୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶଗ୍ରହଣ ମାଧ୍ୟମରେ ମାପ ଏବଂ ଦକ୍ଷତା ଆଣିବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇରେ ଟେକ୍ନୋଲୋଜିର ଏକୀକରଣକୁ ନେଇ ଦୀର୍ଘ ଦିନର ଆଲୋଚନା ଆଜି ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏକ ନୂତନ ରୂପ ନେଇଛି।

ଏହି ପଦକ୍ଷେପ ଶୁଭାରମ୍ଭରେ ଖୁସି ବ୍ୟକ୍ତ କରି ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ଲାଟଫର୍ମ ଷ୍ଟାର୍ଟ ଅପ୍ ମାଧ୍ୟମରେ ରେଳବାଇ ସହ ଯୋଡିହେବା ପାଇଁ ଏକ ଭଲ ସୁଯୋଗ ମିଳିବ। ବିଭିନ୍ନ ରେଳ ମଣ୍ଡଳ, ରେଳବାଇର ଫିଲ୍ଡ ଅଫିସ୍ /ଜୋନ୍ ଠାରୁ ପ୍ରାପ୍ତ ୧୦୦ ରୁ ଅଧିକ ସମସ୍ୟା ଷ୍ଟେଟମେଣ୍ଟ ମଧ୍ୟରୁ ୧୧ ଟି ସମସ୍ୟା ଷ୍ଟେଟମେଣ୍ଟ ଯେପରିକି ରେଳ ଧାରଣାରେ ଫାଟ, ହେଡୱେ ହ୍ରାସ ଇତ୍ୟାଦି ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ପାଇଁ ନିଆଯାଇଛି। ଅଭିନବ ସମାଧାନ ଖୋଜିବା ପାଇଁ ଏଗୁଡିକ ଷ୍ଟାର୍ଟ ଅପ୍ ପୂର୍ବରୁ ଉପସ୍ଥାପିତ ହେବ।

ଏହି ସୁଯୋଗକୁ ବ୍ୟବହାର କରିବାକୁ ରେଳମନ୍ତ୍ରୀ ଷ୍ଟାର୍ଟଅପ୍ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କୁ ଭାରତୀୟ ରେଳବାଇର ୫୦ ପ୍ରତିଶତ ପୁଞ୍ଜି ଅନୁଦାନ, ନିଶ୍ଚିତ ବଜାର, ମାପ ଏବଂ ଇକୋସିଷ୍ଟମ୍ ଆକାରରେ ସହାୟତା କରିବାକୁ ନିଶ୍ଚିତ କରିଥିଲେ।

ଭାରତୀୟ ରେଳ ଇନୋଭେସନ୍ ପଲିସିର ପ୍ରମୁଖ ବିବରଣୀଗୁଡିକ ହେଉଛି: –

୧.୫ କୋଟି ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନୁଦାନ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ କରିବା।

ସମସ୍ୟା ଷ୍ଟେଟମେଣ୍ଟର ଫ୍ଲୋଟିଂ ଠାରୁ ଆରମ୍ଭ କରି ପ୍ରୋଟୋଟାଇପ୍ ର ବିକାଶ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ଏହାକୁ ସ୍ୱଚ୍ଛ ଏବଂ ଅବଜେକ୍ଟିଭ୍ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ରେଖା ସହିତ ଅନଲାଇନ୍ ଅଟେ।

ରେଳବାଇରେ ପ୍ରୋଟୋଟାଇପ୍ ର ପରୀକ୍ଷା କରାଯିବ। ପ୍ରୋଟୋଟାଇପ୍ ର ସଫଳ କାର୍ଯ୍ୟଦକ୍ଷତା ଉପରେ ନିୟୋଜନକୁ ମାପିବା ପାଇଁ ବର୍ଦ୍ଧିତ ଅର୍ଥ ପ୍ରଦାନ କରାଯିବ।

ଇନୋଭେଟର ଚୟନ କ୍ଷେତ୍ରରେ ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ବ୍ୟବସ୍ଥା ଦ୍ୱାରା କରାଯିବ ଯାହା ଆଜି ରେଳମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କରାଯିବ।

ବିକଶିତ ବୌଦ୍ଧିକ ଗୁଣଧର୍ମ ଅଧିକାର (IPR) କେବଳ ଉଦ୍ଭାବକ ସହିତ ରହିବ।

ଉଦ୍ଭାବକ ପାଇଁ ବିକାଶମୂଳକ ଆଦେଶ ନିଶ୍ଚିତ।

ବିଳମ୍ବକୁ ଏଡାଇବା ପାଇଁ ବିଭାଗୀୟ ସ୍ତରରେ ସମ୍ପୂର୍ଣ୍ଣ ଉତ୍ପାଦ ବିକାଶ ପ୍ରକ୍ରିୟାର ବିକେନ୍ଦ୍ରୀକରଣ।

ଗତ ମଇ ମାସରେ, ରେଳବାଇ ଫିଲ୍ଡ ୟୁନିଟ୍ ଗୁଡିକ ସମସ୍ୟା କ୍ଷେତ୍ର ପ୍ରଦାନ କରିବାକୁ କୁହାଯାଇଥିଲା। ଏହାର ଉତ୍ତରରେ, ଆଜି ପର୍ଯ୍ୟନ୍ତ ପ୍ରାୟ ୧୬୦ ଟି ସମସ୍ୟା ଷ୍ଟେଟମେଣ୍ଟ ଗ୍ରହଣ କରାଯାଇଛି। ଆରମ୍ଭ କରିବା ପାଇଁ, ନୂତନ ଇନୋଭେସନ୍ ପଲିସି ମାଧ୍ୟମରେ କାରବାର କରିବାକୁ ୧୧ ଟି ସମସ୍ୟା ଷ୍ଟେଟମେଣ୍ଟ ଚିହ୍ନଟ ହୋଇଛି ଏବଂ ପୋର୍ଟାଲରେ ଅପଲୋଡ୍ ହୋଇଛି।

– ରେଳ ଧାରଣାରେ ଫାଟ ଚିହ୍ନଟ ବ୍ୟବସ୍ଥା।

– ରେଳ ଚାପ ମନିଟରିଂ ସିଷ୍ଟମ୍।

– ଭାରତୀୟ ରେଳ ଜାତୀୟ ଏଟିପି ସିଷ୍ଟମ ସହିତ ଉପାନ୍ତ ଅଞ୍ଚଳ ପାଇଁ ହେଡୱେ ଉନ୍ନତି ବ୍ୟବସ୍ଥା।

– ଟ୍ରାକ୍ ଯାଞ୍ଚ କାର୍ଯ୍ୟକଳାପର ସ୍ୱୟଂଚାଳିତ।

– ଅଧିକ ପଣ୍ୟ ପରିବହନ କ୍ଷମତା ୱାଗନ୍ ପାଇଁ ସର୍ବୋଚ୍ଚ ଏଲାଷ୍ଟୋମେରିକ୍ ପ୍ୟାଡ୍ (EM ପ୍ୟାଡ୍) ର ଡିଜାଇନ୍।

– ୩-ପର୍ଯ୍ୟାୟ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ସର ଟ୍ରାକ୍ସନ୍ ମୋଟର ପାଇଁ ଅନ୍ ଲାଇନ୍ କଣ୍ଡିସନ୍ ମନିଟରିଂ ସିଷ୍ଟମର ବିକାଶ।

– ଲୁଣ ପରି ଦ୍ରବ୍ୟ ପରିବହନ ପାଇଁ ହାଲୁକା ଓଜନର ୱାଗନ୍।

– ଯାତ୍ରୀ ସେବାରେ ଉନ୍ନତି ପାଇଁ ଡିଜିଟାଲ୍ ତଥ୍ୟ ବ୍ୟବହାର କରି ଆନାଲିଟିକାଲ୍ ଉପକରଣର ବିକାଶ।

– ଟ୍ରାକ୍ କ୍ଲିନିଂ ମେସିନ୍।

– ତାଲିମ ପରବର୍ତ୍ତୀ ସଂଶୋଧନ ଏବଂ ସ୍ୱ-ସେବା ସତେଜ ପାଠ୍ୟକ୍ରମ ପାଇଁ ଆପ୍।

– ବ୍ରିଜ୍ ଯାଞ୍ଚ ପାଇଁ ରିମୋଟ ସେନ୍ସିଂ, ଜିଓମାଟିକ୍ସ ଏବଂ ଜିଏସ୍ ର ବ୍ୟବହାର।

ରେଳବାଇରୁ ଅଧିକ ସମସ୍ୟା ବିବୃତ୍ତି ସଂଗ୍ରହ କରାଯାଇଛି, ଯାହାର ଯାଞ୍ଚ ଚାଲିଛି ଏବଂ ପର୍ଯ୍ୟାୟକ୍ରମେ ଅପଲୋଡ୍ କରାଯିବ।

ଭାରତୀୟ ରେଳ ଇନୋଭେସନ୍ ପୋର୍ଟାଲ୍ ଉନ୍ମୋଚିତ ହୋଇଛି ଯାହା ୱେବ୍ ଠିକଣା www.innovation.indianrailways.gov.in ରେ ଉପଲବ୍ଧ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସର ନୂତନ ସଭ୍ୟସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ କଲା। ଏହି ସଭ୍ୟସଂଗ୍ରହ ଅଭିଯାନ ସାରା ରାଜ୍ୟର ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ଚାଲିବ।

ଆଜି ସକାଳ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଭାରୀ ତଥା ଅଖିଳଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, କାର୍ଯ୍ୟକାରି ସଭାପତି ଚିରଞ୍ଜିବ ବିଶ୍ୱାଳ, ସାଂସଦ ସପ୍ତଗିରୀ ଉଲ୍ଲାକା, ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଗାନ୍ଧୀ ସୁତା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣରେ କହିଥିଲେ ଯେ, ସଭ୍ୟସଂଗ୍ରହ ହେଉଛି କଂଗ୍ରେସ ଦଳ ପାଇଁ ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ। ଏହି କାର୍ଯ୍ୟକୁ ଅତି ଆଗ୍ରହର ସହିତ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ନିତି ନିୟମ ଅନୁସାରେ ସଭ୍ୟ ସଂଗ୍ରହ କରାଯିବ।

ଡ. ଏ ଚେଲା କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଆଜି ଓଡ଼ିଶାରେ ଯାହା କିଛି ହେଇଛି ସେ ପାରାଦ୍ୱୀପ ପୋର୍ଟ, ନାଲକୋ, ରାଉରକେଲା ଷ୍ଟିଲପ୍ଲାଂଟ, କୋରାପୁଟର ହାଲ, ଏନଟି୍‌ପିସି ଇତ୍ୟାଦି କଂଗ୍ରେସ ସମୟରେ ହୋଇଥିଲା। ହଜାର ଦିନର ହଜାର ଶିଳ୍ପର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ମଧ୍ୟ ସେ କାର୍ଯ୍ୟକାରୀ କରାଇଥିଲେ।

ବିଧାୟକ ଶ୍ରୀ ବାହିନପୀତି କହିଲେ ଆମେ କାଗଜରେ ବାଘ ନୁହେଁ ଆମେ କାର୍ଯ୍ୟକ୍ଷେତ୍ରରେ ବାଘ। ଆମେ ଲୋକଙ୍କ ସହିତ ରହିଛୁ ଓ ଲୋକଙ୍କ ପାଇଁ ଲଢ଼ିବୁ ଏଇଟା ହିଁ କଂଗ୍ରେସର ଆଦର୍ଶ।

ଶ୍ରୀ ଜୟଦେବ ଜେନା ନିଜର କୋହକୁ ସମ୍ବରଣ କରି କହିଲେ କଂଗ୍ରେସ ହେଉଛି ମୋର ମା ଆଜି ମୋ ପାଇଁ ସୁଖର କଥା ହେଉଛି କଂଗ୍ରେସ ପାଟି ପାଇଁଁ ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି ଓ କଂଗ୍ରେସକୁ ଶକ୍ତିଶାଳୀ କରିବି ଏବଂ ରାଜ୍ୟରେ କଂଗ୍ରେସକୁ ଫେରାଇବି ଏହାହିଁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରାଜନ ଏକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଧନ୍ୟବାଦ ଦେବା ସହ ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ କହିଥିଲେ ।

ଏହି ସଭ୍ୟ ସଂଗ୍ରହ ଅଭିଯାନ ସଭାରେ ସମସ୍ତ ଜିଲ୍ଲା ସଭାପତି ତଥା ଜିଲ୍ଲା ମହିଳା ସଭାନେତ୍ରୀ ତଥା ଅନ୍ୟନେତୃବର୍ଗ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜିର ନାରୀଙ୍କ ପାଇଁ ରିଲାଏନ୍‌ସ ଜୁଏଲ୍‌ସ ବେଲା କଲେକ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ କଲେକ୍‌ସନ “ବେଲା” ର ଏକ ନୂତନ ଡିଜାଇନର ଶୁଭାରମ୍ଭ କରିଛି ଯାହା ପ୍ରତି ଦିନକୁ ସ୍ୱତନ୍ତ୍ର କରିଥାଏ। ଏହା ଆଧୁନିକ ନାରୀଙ୍କ ପାଇଁ ପ୍ରସ୍ତୁତ। ଫେସନ ଜୁଏଲାରୀ ମାର୍କେଟରେ ରିଲାଏନ୍‌ସ ଜୁଏଲ୍‌ସ ବ୍ରାଣ୍ଡର ଏକ ସ୍ୱତନ୍ତ୍ର ଲୋକପ୍ରିୟତା ରହିଛି। ଏହାର ଫେସନ ଜୁଏଲାରୀ ମଧ୍ୟରେ ଅନେକ ଗୁଡ଼ିଏ ପ୍ରିମିୟମ ମାନର ଆକର୍ଷଣୀୟ ଡିଜାଇନ୍ ରହିଛି। ଏହି ନୂତନ କଲେକ୍‌ସନଟି ପ୍ରତିଟି ଗହଣାକୁ ସ୍ୱତନ୍ତ୍ର ଭାବରେ ହାଇଲାଇଟ୍ କରିଥାଏ।

ବେଲା ଏକ କଲେକ୍‌ସନ ଠାରୁ ଅଧିକ। ନାରୀମାନଙ୍କର ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଏହି ଡିଜାଇନକୁ ପ୍ରସ୍ତୁତ କରାଯାଇଛି। ବେଲା ର ଏହି ଗହଣା ଗୁଡ଼ିକ ଅତ୍ୟନ୍ତ ସ୍ୱତନ୍ତ୍ର, ସମସାମୟିକ ଭାବରେ ପ୍ରସ୍ତୁତ ଓ ଯାହାକି ନାରୀ ଏବଂ ମହିଳାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ପ୍ରତିଦିନ ଓଜନିଆ ଗହଣା ପିନ୍ଧିବା ପରିବର୍ତେ ଏହିପରି ହାଲୁକା ଗହଣାକୁ ବିକଳ୍ପ ଭାବରେ ପିନ୍ଧା ଯାଇପାରିବ। ଏହାର କାରିଗରିକୁ ଅତ୍ୟନ୍ତ ସୂକ୍ଷ୍ମ ଓ ଚମତ୍କାର ଭାବରେ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରତିଦିନ ପିନ୍ଧିବା ପାଇଁ ପ୍ରସ୍ତୁତ କରାଯାଇଛି, ତାହା ଡିନର ପ୍ଲାନ ହେଉ, ସପିଂ ହେଉ ବା ବନ୍ଧୁ ତଥା ପରିବାର ସହିତ ବାହାରକୁ ବୁଲିବା ପାଇଁ ଯିବା ହେଉ ବା ରବିବାର ଦିନ ଭୋଜନ, ଘରେ କ୍ଷୁଦ୍ର ଉତ୍ସବ ପାଳନ ବା ୱିକେଣ୍ଡ ପାର୍ଟି  ବା ଡିନର ଡେଟ୍ ହେଉ, ଏହା ସବୁ ସ୍ଥାନ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହି କଲେକ୍‌ସନଟି ନାରୀଙ୍କ ପରି ଶକ୍ତି ଓ ସୁନ୍ଦରତାର ଏକ ପ୍ରତୀକ ଯେଉଁମାନେ ପ୍ରତିଦିନ କଠିନ ପରିଶ୍ରମ କରିଥାନ୍ତି ଓ ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିଥାନ୍ତି। ଏହି ନୂଆ ଡିଜାଇନରେ ରହିଛି ସିଙ୍ଗିଲ୍ ଓ ଲେୟାରଯୁକ୍ତ ଲେରିଆଟ୍ସ ଓ ଷ୍ଟାକ୍‌ଡ ରିଙ୍ଗ୍ ସେଟ୍ ଉଭୟ ୟେଲୋ ଗୋଲ୍‌ଡ ଓ ରୋଜ୍ ଗୋଲ୍‌ଡରେ। ଏହି ସମ୍ଭାର ର ମୂଲ୍ୟ ମାତ୍ର ଟ.୬୭୫୦/- ରୁ ଆରମ୍ଭ ଯାହାକି ପ୍ରତ୍ୟେକଙ୍କ ପାଇଁ ଏକ ସୁଲଭ ମୂଲ୍ୟ ଅଟେ।

ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ପ୍ରସ୍ତୁତ ବେଲା ଫିଲ୍‌ମସ ଏହି କଲେକ୍‌ସନ ଓ ଡିଜାଇନର ପାଳନ କରୁଛି। ଏହା ଆଧୁନିକ ନାରୀମାନଙ୍କ ପାଇଁ ବିଶେଷ ଭାବରେ ପ୍ରସ୍ତୁତ ଯେଉଁମାନେ ସ୍ୱାଧୀନ, ନିର୍ଭୟ ଓ ସର୍ବଦା ଜୀବନକୁ ଉପଭୋଗ କରିଥାନ୍ତି ଓ ପ୍ରତିଟି ଦିନକୁ ସାହସର ସହିତ ସମ୍ମୁଖୀନ ହୋଇଥାନ୍ତି।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଆମେ ରିଲାଏନ୍ସ ଜୁଏଲ୍‌ସରେ ଏହି ବେଲା କଲେକ୍ସନର ଶୁଭାରମ୍ଭ ପାଇଁ ଅତ୍ୟନ୍ତ ଆନନ୍ଦିତ। ଏହି କଲେକ୍‌ସନର ପ୍ରତି ଡିଜାଇନରେ ସୃଜନଶୀଳତା ଓ କାରୁକାର୍ଯ୍ୟର ସମ୍ଭାର ରହିଛି। ଏହା ଆଜିର ନାରୀଙ୍କ ଷ୍ଟାଇଲ୍ ଓ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଆମେ ଏହି ସୁଲଭ ମୂଲ୍ୟଯୁକ୍ତ ସମସାମୟିକ ଜୁଏଲାରୀ ପାଇଁ ଅତ୍ୟନ୍ତ ଆନନ୍ଦିତ ଓ ଆମେ ଆମର ଗ୍ରାହକମାନଙ୍କ ପାଇଁ ସର୍ବଦା ଯତ୍ନବାନ ରହିଛୁ। ଏହାର କାରିଗରୀକୁ ନିଶ୍ଚିତ ଭାବରେ ଆମର ଗ୍ରାହକମାନେ ପସନ୍ଦ କରିବେ। ଆମେ ମଧ୍ୟ ବର୍ଷ ବ୍ୟାପୀ ବିଭିନ୍ନ ପର୍ବପର୍ବାଣୀ ସମୟରେ ଆମର ଡିଜାଇନର ସେଟ ଗୁଡ଼ିକୁ ଅପଗ୍ରେଡ କରିଥାଉ।”

ବେଲା କଲେକ୍ସନ ସାରା ଭାରତରେ ରିଲାଏନ୍ସ ଜୁଏଲ୍‌ସ ଆଉଟଲେଟରେ ଉପଲବ୍ଧ ଅଟେ। ରିଲାଏନ୍ସ ଜୁଏଲ୍ସ ସୋରୁମରୁ କ୍ରୟ କରି ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୦ % ପର୍ଯ୍ୟନ୍ତ ରିହାତି ଓ ହୀରା ଗହଣାରେ ୨୦% ପର୍ଯ୍ୟନ୍ତ ଛାଡ଼ ପାଇପାରିବେ। ସମସ୍ତ ସ୍ଥାନରେ ଆମର ଷ୍ଟୋର ମ୍ୟାନେଜର ସୁରକ୍ଷାତ୍ମକ ଓ ପରିଚ୍ଛନ୍ନତା ନିର୍ଦ୍ଦେଶାବଳୀର ଅନୁପାଳନ କରୁଛନ୍ତି ଯଦ୍ୱାରା ଷ୍ଟୋରକୁ ପରିଦର୍ଶନ କରୁଥିବା ପରିବାର ଗୁଡ଼ିକ ସୁରକ୍ଷିତ ରହିପାରିବେ।

ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌-ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟ https://www.reliancejewels.com ରେ ଉପଲବ୍ଧ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ‘ୱାନ ନେସନ୍ ୱାନ ରାସନ୍ କାର୍ଡ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ। ଫଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ହିତାଧିକାରୀ ରାସନ ସାମଗ୍ରୀ ପାଇପାରିବେ। ତେଣୁ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପାଇବା ପାଇଁ ଆଉ ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି।

ତେବେ ଓଡିଶାରୁ ବାହାର ରାଜ୍ୟକୁ ଯାଉଥିବା କୌଣସି ହିତାଧିକାରୀ କିମ୍ବା ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପାଇଁ ଆଉ କୋଣସି ଅସୁବିଧା ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି। ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତ୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ। ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ସର୍ବାଗ୍ରେ ରହିଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ।

ସୂଚନାଯୋଗ୍ୟ ଯେ ଜିଓ ନିଜର ଡାଟା କ୍ଷମତା ଓ ସ୍ପିଡକୁ ପ୍ରାୟତଃ ଦୁଇଗୁଣ କରିବାକୁ ନିକଟରେ ତାହାର ନେଟୱର୍କକୁ ଅଧିକ ସମୃଦ୍ଧ କରିଛି। ସେଥିପାଇଁ ଜିଓ ବ୍ୟବହାରକାରୀମାନେ ଉନ୍ନତ ନେଟୱର୍କ ସଂଯୋଗ ଏବଂ ଅଧିକ ସ୍ପିଡ ଅନୁଭବ କରିପାରୁଛନ୍ତି। ଏହା ଦ୍ୱାରା ଜିଓ ଗ୍ରାହକ ଅଧିକ ଡାଟା ବ୍ୟବହାର କରିବାରେ ସକ୍ଷମ ହୋଇଛିନ୍ତି ଏବଂ ଅନେକ ବ୍ୟବହାରକାରୀଙ୍କର ଦୈନିକ ଧାର୍ଯ୍ୟ ଡାଟା ପରିମାଣ ଶେଷ ହେବା ପରେ ଦିନର ଅବଶିଷ୍ଟ ସମୟ ସେମାନଙ୍କ ନିକଟରେ ଆଉ ହାଇସ୍ପିଡ ଡାଟା ରହୁନାହିଁ। ତାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏଭଳି ସହଜ ଡାଟା ଋଣ ସୁବିଧା ପ୍ରଚଳନ କରିଛି।

ଦୈନିକ ଧାର୍ଯ୍ୟ ହାଇସ୍ପିଡ ଡାଟା ପରିମାଣ ଶେଷକରି ତୁରନ୍ତ ରିଚାର୍ଜ କରିବାକୁ ସମର୍ଥ ହେଉନଥିବା ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ଜରୁରୀ ଡାଟା ଋଣ ବ୍ୟବସ୍ଥା ପ୍ରଚଳନ କରିଛି, ଯାହା ‘ଏବେ ରିଚାର୍ଜ କର, ପରେ ଦେୟ ପୈଠ କର’ ସୁବିଧା ଯୋଗାଇ ଦେଉଛି। ଏହା ଅଧୀନରେ ଜିଓ ତାହାର ପ୍ରିପେଡ ଗ୍ରାହକଙ୍କୁ ପ୍ରତ୍ୟେକ ୧ ଜିବି ଲେଖାଁଏ ୫ଟି ହାଇସ୍ପିଡ ଜରୁରୀକାଳୀନ ଡାଟା ପ୍ୟାକ୍ ଋଣ ଆକାରରେ ଯୋଗାଇଦେବ। ଏହି ପ୍ରତ୍ୟେକ ଡାଟା ପ୍ୟାକ୍ ମୂଲ୍ୟ ୧୧ ଟଙ୍କା ରହିଛି। ଜିଓ ଉପଭୋକ୍ତା ନିଜ ଆବଶ୍ୟକତା ଅନୁସାରେ ଏହି ପ୍ରତ୍ୟେକ ଏକ ଜିବି ଡାଟା ପ୍ୟାକ୍ ଋଣ ଆକାରରେ ବ୍ୟବହାର କରି ପରବର୍ତ୍ତୀ ସମୟରେ ଦେୟ ପୈଠ କରିପାରିବେ।

ଏହି ସୁବିଧା ଉପଭୋଗ କରିବା ପାଇଁ ଜିଓ ଗ୍ରାହକଙ୍କୁ ମାଇଁ ଜିଓ ଆପ୍ ଖୋଲି ଏହାର ଉପରେ ବାମପଟେ ଥିବା ‘ମେନୁ’କୁ ଯିବାକୁ ହେବ। ସେଥିରେ ମୋବାଇଲ ସେବା ଅଧୀନରେ ରହିଥିବା ‘ଜରୁରୀ ଡାଟା ଋଣ’ ବିକଳ୍ପ ପସନ୍ଦ କରିବାକୁ ପଡିବ। ଜରୁରୀ ଡାଟା ଋଣ ବ୍ୟାନରରେ ଥିବା ‘ପ୍ରୋସିଡ’ ବା ଆଗାନ୍ତୁ ଉପରେ କ୍ଲିକ୍ କରିବା ପରେ ‘ଗେଟ୍ ଏମର୍ଜେନ୍ସି ଡାଟା ଲୋନ’ ବା ଜରୁରୀ ଡାଟା ଋଣ ଉପଲବ୍ଧ କରନ୍ତୁ ଉପରେ କ୍ଲିକ୍ କରିବାକୁ ପଡିବ। ଏହାପରେ ଜରୁରୀ ଡାଟା ଋଣ ସୁବିଧା ପାଇବାକୁ ‘ଆକ୍ଟିଭ ନାଓ’ ବା ଏବେ ସକ୍ରିୟ କରନ୍ତୁ ଉପରେ କ୍ଲିକ୍ କରିବାକୁ ହେବ। ଏହାଦ୍ୱରା ଜରୁରୀ ଡାଟା ଋଣ ସୁବିଧା କାର୍ଯ୍ୟକ୍ଷମ ହୋଇଯିବ। ବ୍ୟବହାର କରାଯାଇଥିବା ଡାଟା ଋଣ ବାବଦ ଦେୟ ପରବର୍ତୀ ସମୟରେ ସେହି ସମାନ ପେଜ୍‌ରେ ପୈଠ କରାଯାଇପାରିବ।

ତେବେ ଜରୁରୀକାଳୀନ ଡାଟା ଋଣ ସୁବଧାର ଲାଭ ନେବା ପାଇଁ ଜିଓ ଗ୍ରାହକଙ୍କ ପାଖରେ ବୈଧ ମୂଳ ଭାଲିଡିଟି ପ୍ଲାନ୍ ରହିଥିବା ଆବଶ୍ୟକ। ଜରୁରୀକାଳୀନ ଡାଟା ପ୍ୟାକ୍‌ର ବୈଧତା ଗ୍ରାହକଙ୍କ ମୂଳ ପ୍ଲାନ୍‌ର ରହିଥିବା ବୈଧତା ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କିନ୍ନର ଭତ୍ତା ଯୋଜନାର ଶୁଭାରମ୍ଭ: ଚିହ୍ନଟ ୫୭ ଜଣ କିନ୍ନରଙ୍କୁ ମିଳିବ ଭତ୍ତା

ରମେଶ ମହାନ୍ତି
ଜଗତସିଂହପୁର: ସରକାରଙ୍କ ଦ୍ବାରା ପ୍ରଣିତ ସ୍ୱୀକୃତ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ଜଣ କିନ୍ନର ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯିବାର ସମସ୍ତ ବ୍ୟବସ୍ଥା ସରିଯାଇଛି। ଆଜି ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରୁ ୯ଜଣ କିନ୍ନରଙ୍କୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ ପରିଚୟପତ୍ର ସହ ସମସ୍ତ ହିତାଧିକାରୀମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରି ସ୍ୱୀକୃତି ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରିଥିଲେ।

ପ୍ରକାଶ ଥାଉକି ଚଳିତ ମାସରେ ରାଜ୍ୟ କିନ୍ନର ସମାଜର ଆଗୁଆ ନେତ୍ରୀ ମୀରା ପରିଡାଙ୍କ ଦ୍ୱାରା ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସଖା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓଡିଶା ସରକାରଙ୍କ ଦିଆଯାଇଥିବା ୫ଲକ୍ଷ ୭୯ହଜାର ଟଙ୍କାରୁ ଜିଲ୍ଲାପାଳ କିନ୍ନର ଆତ୍ମନିର୍ଭରଶୀଳ ଓ ସାମାଜିକ ନ୍ୟାୟ ବାବଦକୁ ଅଗ୍ରୀମ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରି ରାଜ୍ୟରେ ଉଦାହରଣ ସୃଷ୍ଟି କରିଥିବାରୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଶଂସା କରିଛନ୍ତି।

ଆଗାମୀ ଦିନରେ ଏହି ଜିଲ୍ଲାରେ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରି ସେମାନଙ୍କର ସମସ୍ତ ଦାବି ଓ ସୁବିଧା ସୁଯୋଗ ଭତ୍ତା ,ଆବାସ ଯୋଜନା ଗୃହ, ଚାକିରୀ, ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଆତ୍ମନିର୍ଭରଶୀଳ କରାଇବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ପାରାଦ୍ଵୀପ ମ୍ୟୁନିସିପାଲିଟିର ସିଓ, ପିଏ, ଡିପିଏ, ଜେସି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ହିତାଧିକାରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୮ରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଟିକା: ଡିପିଆରଓ

ଖୋର୍ଦ୍ଧା: ବରିଷ୍ଠ ନାଗରିକମାନଙ୍କର କରୋନା ଟିକାକରଣ ଆଜିଠାରୁ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଶୁଭାରମ୍ଭ କରିଛନ୍ତି। ଆଜି ଜିଲ୍ଲା ଚିକିତ୍ସାଳୟରେ ୬୦ ଜଣଙ୍କୁ ଟିକା ଦିଆଯାଇଛି।

ତେବେ ଆସନ୍ତା ୮ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କୁ କରୋନା ଟିକା ଦିଆଯିବ। ଏହାବ୍ୟତୀତ ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ରୋଗାକ୍ରାନ୍ତ ଅଛନ୍ତି, ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇ ନାମ ପଞ୍ଜୀକରଣ କରିବା ସହ ଟିକା ନେଇପାରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ବିଶ୍ଵାଳ ଏନେଇ ସୂଚନା ଦେଇଛନ୍ତି।

ଆଜିର ଟିକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଜୀବନ୍ତ କୁମାର ଆଚାର୍ଯ୍ୟ, ଡା. ପ୍ରଶାନ୍ତ କୁମାର ଦାଶ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଛି। ଏହା ସହିତ ରୋଗାଗ୍ରସ୍ତ ଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ପକ୍ଷରୁ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କୋଇଲା ଖଣିର ସଂଚାଳନ ସରଳୀକରଣ କରିବା ପାଇଁ ଏହି ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ। କୋଇଲା ଖଣିର କାର୍ଯ୍ୟକାରିତା ସହଜ ହେବ। ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ।

ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ: ଅତ୍ୟାଧୁନିକ ଜ୍ଞାନକୌଶଳରେ କରାଯିବ ନିର୍ମଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ଆଇଓସିଏଲ ୭୦ ଲକ୍ଷ ଟଙ୍କା ବିନିଯୋଗ କରିବ। ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ବିନ୍ଦୁସାଗରକୁ  ସଫେଇ କରାଯିବ। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ। ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ। ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ।

ଏହି ସମାରୋହରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ଭୁବନେଶ୍ଵରରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ

ଭୁବନେଶ୍ବର: ଆଜି ବିଏମସି ପକ୍ଷରୁ ଭୁବନେଶ୍ଵର ଠାରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟ ଶାସନ ସଚିବ  ଶୁଭାରମ୍ଭ କରିଛନ୍ତି। ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁକୁ ନେଇକି ଖତ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିକ୍ରୟ କରାଯାଉଛି। ୫ କିଲୋ ପାକେଟର ମୂଲ୍ୟ ୧୨୫ ଟଙ୍କା ଏବଂ ୨୦ କିଲୋକୁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ଵାରା ରାଜଧାନୀ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ଜୈବିକ ସାରା ରୂପେ ବ୍ୟବହାର କରାଯାଇପାରିବ। ଏହା ସହିତ ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ମିଳିପାରିବ। କାରଣ ଏହି ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହିବା ଦ୍ଵାରା ପଚି ସଢି ପରିବେଶକୁ ପ୍ରଦୂଷିତ କରୁଥିଲା। ଏତଦବ୍ୟତୀତ ବିଏମସିକୁ ମଧ୍ୟ ରାଜସ୍ୱ ମିଳିପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ଫୋନ ମାଧ୍ୟମରେ ‘ମୋ ଖତ’ ମଧ୍ୟ ଅର୍ଡର କରିପାରିବେ। ସେଥିପାଇଁ ୯୧ ୭୮୧ ୫୦୪ ୨୩୩୧ରେ ଫୋନ କରି ଅର୍ଡର କରିପାରିବେ।