Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜରାଟରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଗୁଜରାଟରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

October 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 17 ଅକ୍ଟୋବର ଅପରାହ୍ନ 4 ଟାରେ ଗୁଜରାଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ।

ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ ନାଗରିକମାନଙ୍କୁ ରୋଗ ଓ ଚିକିତ୍ସା ଉପଚାର ଜନିତ ଅତ୍ୟଧିକ ଖର୍ଚ୍ଚରୁ ସୁରକ୍ଷା ଦେବା ପାଇଁ 2012 ରେ ‘‘ମୁଖ୍ୟମନ୍ତ୍ରୀ ଅମୃତ (ଏମଏ)’’ ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ଷ 2014 ରେ, ‘‘ଏମଏ’’ ଯୋଜନାର ସଂପ୍ରସାରଣ ସେହି ପରିବାର ଗୁଡ଼ିକୁ କଭର କରିବା ପାଇଁ କରାଯାଇଛି ଯାହାଙ୍କର ବାର୍ଷିକ ଆୟ ସୀମା 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହାପରେ, ଏହି ଯୋଜନାର ଅନ୍ୟ କେତେକ ଗୋଷ୍ଠୀଙ୍କ ପାଇଁ ବିସ୍ତାର କରାଯାଇଛି। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅମୃତମ୍ ବାତ୍ସଲ୍ୟ (ଏମଏଭି) ଯୋଜନା ଭାବରେ ନୂଆ ନାମ ପ୍ରଦାନ କରିଛନ୍ତି।

ଯୋଜନାର ସଫଳତାର ଅନୁଭବ ଦ୍ବାରା ଆକର୍ଷିତ ହୋଇ, ପ୍ରଧାନମନ୍ତ୍ରୀ 2018 ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ର ଶୁଭାରମ୍ଭ କରିଛନ୍ତି – ଯାହା ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ବୀମା ଯୋଜନା ଅଟେ ଏବଂ ପ୍ରତି ପରିବାର ପାଇଁ ପ୍ରତି ବର୍ଷ 5 ଲକ୍ଷ ଟଙ୍କାର କଭରେଜ୍ ପ୍ରଦାନ କରିଥାଏ। ଏହି ଯୋଜନା ଅନ୍ତର୍ଗତ ପରିବାର ସଦସ୍ୟମାନଙ୍କ ସଂଖ୍ୟା ଏବଂ ବୟସର କୌଣସି ସୀମା ବିନା ପ୍ରାଥମିକ, ଦ୍ବିତୀୟ ଓ ତୃତୀୟ ସ୍ତରର ଯତ୍ନ ପାଇଁ ହସ୍‌ପିଟାଲରେ ଭର୍ତ୍ତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏବି-ପିଏମଜେଏୱାଇର ଶୁଭାରମ୍ଭ ସହିତ ଗୁଜରାଟ 2019 ରେ ଏବି- ପିଏମଜେଏୱାଇ ଯୋଜନା ରେ ଏମଏ/ ଏମଏଭି ଯୋଜନାର ବିଲୟ କରି ଦେଇଛନ୍ତି ଏବଂ ଏହାକୁ ପିଏମଜେଏୱାଇ- ଏମଏ ର ନୂତନ ନାମ ଦେଇଛନ୍ତି। ଏମଏ/ ଏମଏଭି ଏବଂ ଏବି-ପିଏମଜେଏୱାଇର ହିତାଧିକାରୀ ଏକିକୃତ ପିଏମଜେଏୱାଇ-ଏମଏ କାର୍ଡ଼ର ଯୋଗ୍ୟ ହୋଇଛନ୍ତି।

କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଏହି କାର୍ଡ଼ର ବିତରଣର ଶୁଭାରମ୍ଭ କରିବେ। ହିତାଧିକାରୀମାନଙ୍କୁ ଇ-କେୱାଇସିକୁ ସମ୍ପୂର୍ଣ୍ଣ କରିବା ପରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧୀକରଣଙ୍କ ପ୍ୟାନେଲରେ ରହିଥିବା ଏଜେନ୍ସି ଦ୍ବାରା ଗୁଜରାଟରେ ଥିବା ସମସ୍ତ ହିତାଧିକାରୀଙ୍କୁ 50 ଲକ୍ଷ କଲର ଆୟୁଷ୍ମାନ କାର୍ଡ଼ ତାଙ୍କର ଘରେ ଘରେ ବିତରଣ କରାଯିବ।

ନରେନ୍ଦ୍ର ମୋଦୀ ଶୁଭାରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.