Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’
ରାଜ୍ୟ ଖବର

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

ଭୁବନେଶ୍ବର:  ରାଜ୍ୟରେ ବିଜନେସ୍ ଟୁରିଜିମ୍‌କୁ ନୂଆ ଦିଶା ଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଟ୍ରାଭେଲ ବଜାର ୨୦୨୬’ ଅବସରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଦେଶର ପ୍ରଥମ ‘ଓଡ଼ିଶା ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌’ର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ୍ ଜରିଆରେ କର୍ପୋରେଟ୍ ସମ୍ମିଳନୀ ଓ ବିଭିନ୍ନ ଆୟୋଜନ ପାଇଁ ଆର୍ଥିକ ପ୍ରୋତ୍ସାହନ ଆବେଦନ ପ୍ରକ୍ରିୟାକୁ ସହଜ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ପାଲଟିଛି।

ଓଡ଼ିଶା ଟ୍ରାଭେଲ ବଜାର ୨୦୨୬ ଅଂଶବିଶେଷ ଭାବେ ଆୟୋଜିତ ଏହି ବୈଠକରେ ରାଜ୍ୟରେ ମିଟିଂ, ଇନ୍‌ସେଣ୍ଟିଭ୍‌, କନଫରେନ୍ସ ଓ ଏକ୍ସଜିବିସନ୍ ପରିସଂସ୍ଥାର ବିସ୍ତାର ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶିଳ୍ପପତି ଓ ମୁଖ୍ୟ ଅଂଶୀଦାରମାନେ ଆଲୋଚନା କରିଛନ୍ତି।  ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଏମ୍‌ଆଇସିଇ, ଡେଷ୍ଟିନେସନ୍ ୱେଡିଂ, କ୍ରୀଡ଼ା ଆୟୋଜନ ଏବଂ ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ମଞ୍ଜୁରୀ ପ୍ରଦାନ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ।” ଆମର ନିଷ୍ଠାପର ପର୍ଯ୍ୟଟନ ଟିମ୍ ପ୍ରକଳ୍ପ ମଞ୍ଜୁରୀ ପ୍ରକ୍ରିୟାକୁ ସହଜ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି, ଯାହା ଏକ ପ୍ରଗତିଶୀଳ ଓଡ଼ିଶାର ବଦଳୁଥିବା ଚେହେରାକୁ ପ୍ରତିଫଳିତ କରୁଛି,’ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡେଷ୍ଟିନେସନ୍ ୱେଡିଂ ଏବଂ ମନ୍ଦିର ବିବାହ ପାଇଁ ବଢ଼ୁଥିବା ଆଗ୍ରହ ବିଷୟରେ ଉଲ୍ଲେଖ କରିଥିଲେ। ଭୁବନେଶ୍ୱର ଏକ ‘ମନ୍ଦିର ମାଳିନୀ ସହର’ ହୋଇଥିବାରୁ ଏହା ଯୁବପିଢ଼ିଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିପାରିବ। ମନୋରମ ଫଟୋସୁଟ୍ ସ୍ଥଳଠାରୁ ଆରମ୍ଭ କରି ଆଞ୍ଚଳିକ ଖାଦ୍ୟ ଭ୍ରମଣ ପର୍ଯ୍ୟନ୍ତ, ରାଜ୍ୟରେ ପ୍ରଚୁର ସମ୍ଭାବନା ରହିଛି। ପର୍ଯ୍ୟଟନ ବିଭାଗର ସଚିବ ବଳବନ୍ତ ସିଂ ‘ଓଡ଼ିଶା ପର୍ଯ୍ୟଟନ ନିବେଶ ନୀତି’ ଉପରେ ଏକ ଉପସ୍ଥାପନା ପ୍ରଦାନ କରି ରାଜ୍ୟର ବ୍ୟବସାୟିକ ସୁଯୋଗଗୁଡ଼ିକୁ ରେଖାଙ୍କିତ କରିଥିଲେ।

ସେହିପରି ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ଦର୍ଶାଇଥିଲେ ଯେ ଓଡ଼ିଶାର ପର୍ଯ୍ୟଟନ କେବଳ ସାଧାରଣ ଭ୍ରମଣ ସ୍ଥଳୀରେ ସୀମିତ ନୁହେଁ, ବରଂ ଏହାର ଐତିହାସିକ ମନ୍ଦିର, ବୌଦ୍ଧ ସ୍ଥଳୀ, ସମୁଦ୍ରକୂଳ, ପାରମ୍ପରିକ କଳା ଏବଂ ଖାଦ୍ୟ ସଂସ୍କୃତି ନୂତନ ଆୟୋଜନ ପାଇଁ ଅପାର ସୁଯୋଗ ସୃଷ୍ଟି କରେ। ଫିକି ଏମ୍‌ଆଇସିଇ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ସବ୍ୱାସ ଜୋସେଫ୍ ଓଡ଼ିଶାର ସାଂସ୍କୃତିକ ସମ୍ପଦର ଉପଯୋଗ ନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେହିପରି ଓଡ଼ିଆ ଖାଦ୍ୟ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ତଥା ସେଲିବ୍ରିଟି ସେଫ୍ ରଣବୀର ବ୍ରାର ସାଂସ୍କୃତିକ ପ୍ରାମାଣିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଉଚ୍ଚକୋଟୀର ଭ୍ରମଣ କେବଳ ଅଧିକ ଖର୍ଚ୍ଚ ଉପରେ ନୁହେଁ, ବରଂ ଦୁର୍ଲଭତା ଏବଂ ସାଂସ୍କୃତିକ ଅନୁଭୂତି ଉପରେ ଆଧାରିତ। ସେ କେବଳ ସଭାସ୍ଥଳ ନୁହେଁ, ବରଂ ସ୍ଥାନୀୟ କାହାଣୀକାର, ରାନ୍ଧୁଣିଆ, ପାରମ୍ପରିକ ରେସିପି, ବଜାର ଓ ଆଞ୍ଚଳିକ ପର୍ବପର୍ବାଣିକୁ ଚିହ୍ନଟ କରିବା ପାଇଁ ଏକ ୧୦୦ ଦିନିଆ ମ୍ୟାପିଂ ଅଭିଯାନର ପ୍ରସ୍ତାବ ଦେଇଥିଲେ।

ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌ ଶୁଭାରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026
Latest News

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.