Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି
ଆଜିର ଖବର

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ନୂଆଦିଲ୍ଲୀଠାରେ କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୪୦ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ବୋର୍ଡର ସହ-ଉପାଧ୍ୟକ୍ଷ  ତଥା କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସଚିବ ଡ. ଚନ୍ଦ୍ର ଭୂଷଣ କୁମାର ଏବଂ ସଦସ୍ୟ ସଚିବ ଭାବେ ରମେଶ କ୍ରିଷ୍ଣମୂର୍ତ୍ତି (ସିପିଏଫସି), କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।

କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ କଭରେଜ, ସରଳୀକୃତ ପ୍ରାପ୍ୟ ଦାବି ଫଏସଲା ଏବଂ ଡିଜିଟାଇଜେସନ୍ ମାଧ୍ୟମରେ ସାମାଜିକ ସୁରକ୍ଷା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ସଂସ୍କାର ଏବଂ ନବସୃଜନ ଆରମ୍ଭ କରିଛି। ଏଗୁଡ଼ିକ ମଧ୍ୟରେ ବାଧ୍ୟତାମୂଳକ ଇପିଏଫ୍ କଭରେଜ ପାଇଁ ମଜୁରୀ ସୀମାକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି, ସରଳୀକୃତ ଆଂଶିକ ଉଠାଣ ନିୟମ ଏବଂ ଉଦାରୀକୃତ ଉଠାଣ ସୀମାର ପ୍ରଚଳନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ସିଆଇଟିଇଏସ୍‍ ୨.୦୧ର କାର୍ଯ୍ୟକାରିତା ପ୍ରଭୃତି ଅନ୍ତର୍ଭୁକ୍ତ। ସଂସ୍କାରର ଏହି ମନୋଭାବକୁ ଆହୁରି ଆଗକୁ ନେବା ଲକ୍ଷ୍ୟରେ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଇପିଏଫ୍‌ଓ ପକ୍ଷରୁ କେତେକ ପ୍ରମୁଖ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ପେନସନ ସଂସ୍କାର, ଭବିଷ୍ୟନିଧି ନମନୀୟତା, ନିବେଶ ପରିଚାଳନା, ଶାସନ, ଛାଡ଼ ନୀତି ଏବଂ ଇପିଏଫ୍‌ଓର ଡିଜିଟାଲ୍ ରୂପାନ୍ତରଣ ସମ୍ବନ୍ଧୀୟ ନିମ୍ନଲିଖିତ କାର୍ଯ୍ୟସୂଚୀ ବିଷୟଗୁଡ଼ିକୁ ବୋର୍ଡ ସମ୍ମୁଖରେ ରଖାଯାଇଥିଲା:-

  • ଇପିଏଫ୍ ସଦସ୍ୟଙ୍କ ପାଇଁ ନିୟମିତ ଉଠାଣ ଯୋଜନା (ଏସ୍‍ଡବ୍ଲୁପି)ର ପ୍ରଚଳନ: ବୋର୍ଡ ବ୍ୟବସ୍ଥିତ ଉଠାଣ ଯୋଜନା ପ୍ରଚଳନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି, ଯାହା ଅବସର ନେଉଥିବା ଇପିଏଫ୍ ସଦସ୍ୟମାନଙ୍କୁ ଏକକାଳୀନ ସମ୍ପୂର୍ଣ୍ଣ ରାଶି ଉଠାଇବା ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ନିୟମିତ ଭାବେ କିସ୍ତିରେ ସେମାନଙ୍କର ସଞ୍ଚିତ ଭବିଷ୍ୟନିଧି ସଞ୍ଚୟ ଗ୍ରହଣ କରିବାରେ ସକ୍ଷମ କରିବ।

ଏହି ସଂସ୍କାର ଅବସର ନେଉଥିବା ସଦସ୍ୟମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ମାସିକ, ତ୍ରୈମାସିକ କିମ୍ବା ଅର୍ଦ୍ଧ-ବାର୍ଷିକ ଭଳି ନିୟମିତ ବ୍ୟବଧାନରେ ସେମାନଙ୍କର ସଞ୍ଚିତ ଭବିଷ୍ୟନିଧି ସଞ୍ଚୟ ଉଠାଇବାରେ ସକ୍ଷମ କରିବ। ଏହି ସୁବିଧା   ସଦସ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଆୟର ଏକ ସଂରଚିତ ଉତ୍ସ ପ୍ରଦାନ କରିବା ସହ ଅବଶିଷ୍ଟ ପାଣ୍ଠିକୁ ଉଚିତ ସୁଧ ସଂଗ୍ରହରେ ସହାୟକ ହେବ।  ଏହା ସେମାନଙ୍କ ଅବସରକାଳୀନ ଆୟ ବୃଦ୍ଧି ଏବଂ ପେନସନ ସୁବିଧାକୁ ପରିପୂରକ କରିବାରେ ସହାୟକ ହେବ। ଏହି ସୁବିଧା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ହେବ, ଯେଉଁଥିରେ ଉଠାଣ ବିକଳ୍ପ ବାଛିବା ପାଇଁ ସଦସ୍ୟମାନଙ୍କ ଉପରେ କୌଣସି ବାଧ୍ୟବାଧକତା ରହିବ ନାହିଁ । ପରିବାର ପାଇଁ ଅଧିକ ନମନୀୟତା ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରି ଯୋଗ୍ୟ ପରିବାର ସଦସ୍ୟ ବା ହିତାଧିକାରୀମାନଙ୍କୁ ମଧ୍ୟ ଏହି ବିକଳ୍ପ ସମ୍ପ୍ରସାରିତ କରାଯାଇପାରେ । ଏହାର ଲକ୍ଷ୍ୟ ହେଉଛି ଅବସର ପରବର୍ତ୍ତୀ ସ୍ଥିର ଆୟ ସୁନିଶ୍ଚିତ କରିବା, ପୁନଃନିବେଶ ବିପଦ ହ୍ରାସ କରିବା, ପାଣ୍ଠିର ସ୍ଥାୟୀତ୍ୱକୁ ସୁଦୃଢ଼ କରିବା ଏବଂ ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା କଭରେଜ ସମ୍ପ୍ରସାରଣ କରିବାରେ ସହାୟକ ହେବା ।

ଏସ୍‍ଡବ୍ଲୁପି ସଦସ୍ୟମାନଙ୍କୁ ମୂଳ ପାଣ୍ଠିର ମାଲିକାନା ବଜାୟ ରଖି ଅବସର ପରବର୍ତ୍ତୀ ସମୟରେ ବ୍ୟବସ୍ଥିତ ଉଠାଣର ଏକ ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଧାରାରେ ସେମାନଙ୍କ ଅବସରକାଳୀନ ସଞ୍ଚୟକୁ ରୂପାନ୍ତରିତ କରିବାରେ ସକ୍ଷମ କରିବ । ୫୫ ବର୍ଷରୁ ଅଧିକ ବୟସର ପ୍ରାୟ ୬.୩୨ ଲକ୍ଷ ଇପିଏଫ୍ ସଦସ୍ୟଙ୍କ ନିକଟରେ ୫ ଲକ୍ଷ ଟଙ୍କାରୁ ଅଧିକ ଭବିଷ୍ୟନିଧି ସଞ୍ଚୟ ରହିଛି, ଯେଉଁମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରସ୍ତାବିତ ଏସ୍‍ଡବ୍ଲୁପି ଢାଞ୍ଚାର ପ୍ରାଥମିକ ହିତାଧିକାରୀ ହେବେ ବୋଲି ଆଶା କରାଯାଉଛି । ପ୍ରଦାନ ଅବଧି ମଧ୍ୟରେ ସଦସ୍ୟଙ୍କ ମୃତ୍ୟୁ ଘଟିଲେ, ମନୋନୀତ ବ୍ୟକ୍ତି କିମ୍ବା ନିର୍ଭରଶୀଳ ଅବଶିଷ୍ଟ ବାଲାନ୍ସ ଉଠାଇ ପାରିବେ କିମ୍ବା ପର୍ଯ୍ୟାୟକ୍ରମେ ଦେୟ ଗ୍ରହଣ କରିବା ଜାରି ରଖିପାରିବେ । ଏହି ପଦକ୍ଷେପ ସଦସ୍ୟମାନଙ୍କୁ ଏକ ନମନୀୟ, ନିୟମିତ ଏବଂ ନିର୍ଭରଯୋଗ୍ୟ ଆୟ ଧାରା ପ୍ରଦାନ କରିବା ସହିତ ସେମାନଙ୍କ ପରିବାରର ସ୍ୱାର୍ଥକୁ ସୁରକ୍ଷିତ ରଖି ଅବସରକାଳୀନ ଆର୍ଥିକ ସୁରକ୍ଷାକୁ ବୃଦ୍ଧି କରିବ । ଉପରେ ଦର୍ଶାଯାଇଥିବା ତତ୍କାଳ ସମ୍ଭାବ୍ୟ ହିତାଧିକାରୀମାନଙ୍କ ବ୍ୟତୀତ, ଏସ୍‍ଡବ୍ଲୁପି ଯୋଜନା ଭବିଷ୍ୟତରେ ଅବସର ନେବାକୁ ଥିବା ଅନେକ ଇପିଏଫ୍ ସଦସ୍ୟଙ୍କୁ ଆକର୍ଷିତ କରିବାର ସମ୍ଭାବନା ରହିଛି ଯେଉଁମାନେ ଅବସର ପରବର୍ତ୍ତୀ ସମୟରେ ସେମାନଙ୍କ ସଞ୍ଚିତ ପିଏଫ୍ ପାଣ୍ଠିରୁ ଉଠାଣର ଏକ ଅତିରିକ୍ତ ଧାରା ଖୋଜୁଛନ୍ତି ।

ଏହା ସହିତ, ନମନୀୟତାକୁ ଆହୁରି ବୃଦ୍ଧି କରିବା ଏବଂ ସାର୍ବଜନୀନ ସାମାଜିକ ସୁରକ୍ଷାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ପାଇଁ, ଏହି ପ୍ରସ୍ତାବ ପାରମ୍ପରିକ ନିଯୁକ୍ତିଦାତା ପେ-ରୋଲ୍ ବ୍ୟବସ୍ଥାଠାରୁ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ପ୍ରତ୍ୟକ୍ଷ ସ୍ୱେଚ୍ଛାକୃତ ଯୋଗଦାନ ଏବଂ ତୃତୀୟ-ପକ୍ଷ ମାଇକ୍ରୋ-କଣ୍ଟ୍ରିବ୍ୟୁସନ୍ (ଯଥା ଗ୍ରାହକ ଟିପ୍ସ) ପାଇଁ ୟୁଏଏନ୍‍-ଲିଙ୍କଡ୍ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରୁଛି। ମନ୍ତ୍ରଣାଳୟର ଅନୁମୋଦନ ପରେ ଇପିଏଫ୍ ଯୋଜନାରେ ଆବଶ୍ୟକ ସଂଶୋଧନଗୁଡ଼ିକୁ ତଦନୁସାରେ ବିଜ୍ଞପ୍ତିଭୁକ୍ତ କରାଯିବ। ଆୟକର ଆଇନରେ ଅନୁରୂପ ସଂଶୋଧନ ପାଇଁ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟ ସହିତ ବିଚାରାଧୀନ ରହିଛି ।

  • ସର୍ବନିମ୍ନ ବାଲାନ୍ସ ଏବଂ ଚୂଡ଼ାନ୍ତ ପିଏଫ୍ ଉଠାଣ ପାଇଁ ଅପେକ୍ଷା ଅବଧିର ସମୀକ୍ଷା: ଇପିଏଫ୍ ସଦସ୍ୟମାନଙ୍କ ଦୀର୍ଘକାଳୀନ ସାମାଜିକ ସୁରକ୍ଷା ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ବୋର୍ଡ ଉଠାଣ ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ଏବଂ ଅପେକ୍ଷା ସମୟ ଅବଧି ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକୁ ଅନୁମୋଦନ କରିଛି । ପୂର୍ବରୁ ସଦସ୍ୟଙ୍କଦ୍ୱାରା ସର୍ବଦା ସର୍ବନିମ୍ନ ବାଲାନ୍ସ ଭାବରେ ସଦସ୍ୟଙ୍କ ଆକାଉଣ୍ଟରେ ଯୋଗଦାନର ୨୫% ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ, ଏହି ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ୨୫%ରୁ ହ୍ରାସ କରାଯାଇ ୧୦%ରେ ସ୍ଥିର କରାଯାଇଛି। ପୁଣି ଅପେକ୍ଷା ପାଇଁ ଧାର୍ଯ୍ୟ ଥିବା ସମୟ ଅବଧିକୁ ୧୨ ମାସରୁ ୨ ମାସକୁ ହ୍ରାସ କରାଯାଇଛି । ଏହି ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଇପିଏଫ୍ ସଦସ୍ୟମାନଙ୍କ ଦୀର୍ଘକାଳୀନ ସାମାଜିକ ସୁରକ୍ଷା ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ସେମାନଙ୍କୁ ଅଧିକ ଆର୍ଥିକ ନମନୀୟତା ପ୍ରଦାନ କରିବା ।
  • ଇଡିଏଲ୍‍ଆଇ ଛାଡ଼ ମାମଲାଗୁଡ଼ିକରେ ଆଶ୍ୱସ୍ତି: ବୋର୍ଡ ଇଡିଏଲଆଇ ଯୋଜନା, ୨୦୨୬ରେ ସଂଶୋଧନଗୁଡ଼ିକୁ ଅନୁମୋଦନ କରିଛି, ଯାହାଦ୍ୱାରା ବିଚାରାଧୀନ ପୁରୁଣା ଛାଡ଼ ମାମଲାଗୁଡ଼ିକର ସମାଧାନ ସହଜ ହେବ ଏବଂ ଯାଞ୍ଚ ହୋଇଥିବା ପରିବର୍ତ୍ତନକାଳୀନ ଅବଧି ପାଇଁ ଯୋଗଦାନ, ସୁଧ ଏବଂ ଦଣ୍ଡମୂଳକ କ୍ଷତିପୂରଣରୁ ଆଶ୍ୱସ୍ତି ସହିତ ସମାପ୍ତ ହୋଇଥିବା ଛାଡ଼ର ନବୀକରଣ ପାଇଁ ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକୁ ଛଅ ମାସର ଅବଧି ପ୍ରଦାନ କରାଯିବ। ଏହା ବିଚାରାଧୀନ ଏବଂ ସମାପ୍ତ ହୋଇଥିବା ଛାଡ଼ ମାମଲାଗୁଡ଼ିକର ଫଏସଲାକୁ ସହଜ କରି, ନବୀକରଣ ପାଇଁ ଛଅ ମାସର ଅବଧି ଏବଂ ଯାଞ୍ଚ ହୋଇଥିବା ପରିବର୍ତ୍ତନକାଳୀନ ଅବଧି ପାଇଁ ଯୋଗଦାନ, ସୁଧ ଏବଂ ଦଣ୍ଡମୂଳକ କ୍ଷତିପୂରଣରୁ କୋହଳ ପ୍ରଦାନ କରି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବ ।

ପ୍ରସ୍ତାବିତ ସଂଶୋଧନଗୁଡ଼ିକର ଲକ୍ଷ୍ୟ ହେଉଛି ପୂର୍ବ ପ୍ରଚଳିତ ଇଡିଏଲ୍‍ଆଇ ଯୋଜନା, ୧୯୭୬ ଅଧୀନରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ଛାଡ଼ ମାମଲାଗୁଡ଼ିକର ସମାଧାନ କରିବା ଏବଂ ନୂତନ ଯୋଜନାକୁ ପରିବର୍ତ୍ତନ ସମୟରେ ପ୍ରତିଷ୍ଠାନଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକୁ ଦୂର କରିବା । ଏହା ସେହି ପ୍ରତିଷ୍ଠାନଗୁଡ଼ିକୁ ସାହାଯ୍ୟ କରିବ ଯେଉଁମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ଇନସୁରାନ୍ସ ପଲିସି ବଜାୟ ରଖିଥିଲେ କିନ୍ତୁ ପ୍ରଶାସନିକ ଏବଂ କାର୍ଯ୍ୟାନୁଷ୍ଠାନଗତ ଅସୁବିଧା ଯୋଗୁଁ ଆନୁଷ୍ଠାନିକ ଛାଡ଼ କିମ୍ବା ନବୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିନଥିଲେ ।

ଯେଉଁ ପ୍ରତିଷ୍ଠାନଗୁଡ଼ିକ ବୈଧାନିକ ଇଡିଏଲ୍‍ଆଇ ଯୋଜନା ସହିତ ସମାନ କିମ୍ବା ତା’ଠାରୁ ଉନ୍ନତ ଲାଭ ସହିତ ନିରନ୍ତର ଗ୍ରୁପ୍ ଇନସୁରାନ୍ସ କଭରେଜ ବଜାୟ ରଖିଥିଲେ ଏବଂ ଯୋଗ୍ୟ ବୀମା ଦାବିଗୁଡ଼ିକୁ ଯଥାର୍ଥ ଭାବରେ ଫଏସଲା କରିଥିଲେ, ସେମାନେ ଯାଞ୍ଚ ସମୟରେ ମଧ୍ୟବର୍ତ୍ତୀ ଅବଧି ପାଇଁ ଯୋଗଦାନ ଦାୟିତ୍ୱରୁ ଆଶ୍ୱସ୍ତି ପାଇପାରନ୍ତି, ସହିତ ଦଣ୍ଡମୂଳକ କ୍ଷତିପୂରଣ ଏବଂ ସୁଧରୁ ସୁରକ୍ଷା ପାଇପାରନ୍ତି । ଏହି ପଦକ୍ଷେପ ଅନୁପାଳନ ଅସୁବିଧା ହ୍ରାସ କରିବା, ନୂତନ ଆଇନଗତ ଢାଞ୍ଚାକୁ ଏକ ନିରପେକ୍ଷ ପରିବର୍ତ୍ତନ ସୁନିଶ୍ଚିତ କରିବା ଏବଂ କର୍ମଚାରୀଙ୍କ ବୀମା ଲାଭକୁ ସୁରକ୍ଷିତ ରଖିବା ସହିତ ପ୍ରତିଷ୍ଠାନଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

  • ବିକଳ୍ପ ନିବେଶ ପାଣ୍ଠିରେ ନିବେଶ: ବୋର୍ଡ ପ୍ରଚଳିତଥିବା ସାମଗ୍ରିକ ନିବେଶ ସୀମା ଅଧୀନରେ ଥାଇ, ସରକାର-ସମର୍ଥିତ ସଂସ୍ଥା ମାଧ୍ୟମରେ, ଯୋଗ୍ୟ ବିକଳ୍ପ ନିବେଶରେ ନୂତନ ଅଭିବୃଦ୍ଧିର ୩% ପର୍ଯ୍ୟନ୍ତ ନିବେଶକୁ ଅନୁମତି ଦେବା ପାଇଁ ନୀତିଗତ ଅନୁମୋଦନ ଦେଇଛି । ନିର୍ଦ୍ଧାରିତ ସୁରକ୍ଷା ଏବଂ ନିବେଶ ତଦାରଖ ସୁନିଶ୍ଚିତ କରିବା ସହିତ ଇପିଏଫ୍‌ଓର ନିବେଶ ପୋର୍ଟଫୋଲିଓରେ ବିବିଧତା ଆଣିବା ଏହି ନିଷ୍ପତ୍ତିର ଲକ୍ଷ୍ୟ ।
  • ଇପିଏଫ୍ ଛାଡ଼ ବାତିଲ/ଅବ୍ୟାହତି: ୨୭ଟି ପ୍ରତିଷ୍ଠାନଦ୍ୱାରା ଛାଡ଼ ଅବ୍ୟାହତି ଏବଂ ଚାରୋଟି ପ୍ରତିଷ୍ଠାନରେ ଛାଡ଼ ବାତିଲ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହି ମାମଲାଗୁଡ଼ିକରେ ୧,୪୪,୪୩୭ ଜଣ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରି ପ୍ରାୟ ୫,୯୯୬ କୋଟି ଟଙ୍କାର ସଞ୍ଚିତ ଭବିଷ୍ୟନିଧି ସଞ୍ଚୟକୁ ଇପିଏଫ୍‌ଓକୁ ସ୍ଥାନାନ୍ତର କରାଯାଇଥିଲା, ଯାହା ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ଇପିଏଫ୍‌ଓର ପ୍ରତ୍ୟକ୍ଷ ପ୍ରଶାସନ ଅଧୀନକୁ ଆଣିବ ।
  • ସିଆଇଟଏସ୍‍ ୨.୦ର କାର୍ଯ୍ୟକାରିତା: ଇପିଏଫ୍‌ଓ ସେବାକୁ ଆଧୁନିକୀକରଣ କରିବା ପାଇଁ ସି-ଡାକ ଦ୍ୱାରା ବିକଶିତ ଏକ କେନ୍ଦ୍ରୀକୃତ, ୟୁଏଏସ୍‍-ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ ସେଣ୍ଟ୍ରାଲାଇଜଡ୍ ଆଇଟି ଏନେବଲ୍ଡ ସିଷ୍ଟମ୍ ସିଆଇଟିଇଏସ୍‍ ୨.୦ର ଅଗ୍ରଗତି ସମ୍ପର୍କରେ ବୋର୍ଡକୁ ଅବଗତ କରାଯାଇଥିଲା। ସିଆଇଟିଇଏସ୍‍- ୨.୦ କାର୍ଯ୍ୟକାରୀ ହେବା ପରେ ସମୁଦାୟ ପ୍ରାପ୍ୟ ଦାବିଗୁଡ଼ିକ ଭିତରେ ସ୍ୱୟଂ ପ୍ରକ୍ରିୟାକୃତ ପ୍ରାପ୍ୟ ଦାବି ପରିମାଣ ୩୯%ରୁ ୭୧%କୁ ବୃଦ୍ଧି ପାଇଛି। ପ୍ରି-ଭାଲିଡେସନ୍, ଅଧିକ ସ୍ୱୟଂଚାଳିତକରଣ ଏବଂ ସରଳୀକୃତ ଉଠାଣ ସୀମାର ପ୍ରଚଳନ ସାମଗ୍ରିକ ପ୍ରତ୍ୟାଖ୍ୟାନ ଅନୁପାତକୁ ୨୩%ରୁ ୭.୮୨%କୁ ହ୍ରାସ କରିଛି। ସାମଗ୍ରିକ ପ୍ରକ୍ରିୟାକରଣ ଏବଂ ହାରାହାରି ଦାବି ଫଏସଲା ସମୟ ୧୧.୧୫ ଦିନରୁ ୨.୫୭ ଦିନକୁ ହ୍ରାସ ପାଇଛି ।
  • ଇପିଏଫ୍‌ଓର ବଜେଟ୍ ଆକଳନ ୨୦୨୬–୨୭ ଏବଂ ୨୦୨୭–୨୮: ଇପିଏଫ୍‌ଓ ପାଣ୍ଠିର ପ୍ରଭାବଶାଳୀ ଆର୍ଥିକ ଯୋଜନା ଏବଂ ପରିଚାଳନା ସୁନିଶ୍ଚିତ କରିବା ପାଇଁ, ଆନୁମାନିକ ପ୍ରାପ୍ତି, ଆୟ ଏବଂ ବ୍ୟୟକୁ ଅନ୍ତର୍ଭୁକ୍ତ କରି, ବୋର୍ଡ ଇପିଏଫ୍, ଇପିଏସ୍ ଏବଂ ଇଡିଏଲଆଇ ଯୋଜନା ଅଧୀନରେ ଇପିଏଫ୍‌ଓ ପାଇଁ ୨୦୨୬-୨୭ର ସଂଶୋଧିତ ଆକଳନ ଏବଂ ୨୦୨୭-୨୮ର ବଜେଟ୍ ଆକଳନକୁ ଅନୁମୋଦନ କରିଛି ।

ସିବିଟି ବୈଠକ ସମ୍ମୁଖରେ ରଖାଯାଇଥିବା ପ୍ରସ୍ତାବଗୁଡ଼ିକ ଦେଶର ସାମାଜିକ ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା, ଅବସରକାଳୀନ ସଞ୍ଚୟ ପ୍ରାପ୍ତ କରିବାରେ ଅଧିକ ନମନୀୟତା ପ୍ରଦାନ କରିବା, ସ୍ଥାୟୀ ପେନସନ ପ୍ରଶାସନ ସୁନିଶ୍ଚିତ କରିବା, ସଦସ୍ୟମାନଙ୍କ ନିବେଶକୁ ସୁରକ୍ଷିତ ରଖିବା ଏବଂ ଇପିଏଫ୍ ସଦସ୍ୟ ଓ ପେନସନଭୋଗୀମାନଙ୍କୁ ପ୍ରଯୁକ୍ତି-ଚାଳିତ, ସ୍ୱଚ୍ଛ ଏବଂ ଦକ୍ଷ ସେବା ପ୍ରଦାନ କରିବା ପାଇଁ ଇପିଏଫ୍‌ଓର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ।

ଇପିଏଫ୍‌ ଟ୍ରଷ୍ଟି ବୋର୍ଡ ଡଃ ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026

ଯାନର ବୟସ ଓ ନିର୍ଗମନ ମାନକ ଆଧାରରେ ପିୟୁସି ପ୍ରମାଣପତ୍ରର ବୈଧତା ଅବଧି ସଂଶୋଧନ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026
Latest News

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026

ଯାନର ବୟସ ଓ ନିର୍ଗମନ ମାନକ ଆଧାରରେ ପିୟୁସି ପ୍ରମାଣପତ୍ରର ବୈଧତା ଅବଧି ସଂଶୋଧନ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.