Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିରୋ ଟଲେରାନ୍ସ ନୀତିକୁ ନେଇ ପ୍ରଶ୍ନ: ୧୫ ଟି ହତ୍ୟାକାଣ୍ଡର ତାଲିକା ପ୍ରକାଶ କଲେ ସାଂସଦ ଅପରାଜିତା
ଆଜିର ଖବର

ଜିରୋ ଟଲେରାନ୍ସ ନୀତିକୁ ନେଇ ପ୍ରଶ୍ନ: ୧୫ ଟି ହତ୍ୟାକାଣ୍ଡର ତାଲିକା ପ୍ରକାଶ କଲେ ସାଂସଦ ଅପରାଜିତା

January 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାହାଙ୍ଗା ହତ୍ୟା କାଣ୍ଡକୁ ନେଇ ରାଜ୍ୟ ସରକାର ଉପରେ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ଏନେଇ ରାଜ୍ୟର ବହୁ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରୁଛି। କେବଳ ସେତିକି ନୁହେଁ ପରୀ ମାମଲା ଭଳି ଏବେ ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବି ରାଜ୍ୟର ଶାସନ ବ୍ୟବସ୍ଥା ଓ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ କରୁଛି ବିଜେପି। ରାଜ୍ୟ ସରକାର ହିଂସା ରୋକିବାରେ ବିଫଳ ଏବଂ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜ ଲୋକଙ୍କୁ ଘଣ୍ଟ ଘୋଡାଉଛି ବୋଲି ବିଜେପି ଅଭିଯୋଗ କରୁଛି।

ସେପଟେ ଶାସକ ଦଳ ପକ୍ଷରୁ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତିରେ କାମ କରୁଛି ବୋଲି ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଆଙ୍ଗୁଠି ଦେଖାଇଛନ୍ତି। ଶ୍ରୀମତୀ ଷଡଙ୍ଗୀ ପଞ୍ଚାୟତ ନିର୍ବାଚନ ପରଠୁ ରାଜ୍ୟରେ ହିଂସା ଦ୍ଵାରା କେତେ ଜଣଙ୍କ ଜୀବନ ଯାଇଛି ତାହାର ତାଲିକା ପ୍ରକାଶ କରିଛନ୍ତି।

ରାଜନୈତିକ ହିଂସାକାଣ୍ଡରେ ଗତ ଜାନୁଆରୀ ୨ରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଜୀବନ ଯାଇଥିବା ବେଳେ ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ ବବଲି, ମୟୂରଭଞ୍ଜରୁ ଉତ୍ତମ ବିଶ୍ୱାର, ଗଜପତିରୁ ମିନତୀ ଶବର, ଭଦ୍ରକରୁ ସୁରେଶ ରାଉତ, କୋରାପୁଟରୁ କାମେଶ୍ୱର ପାଲ୍‌କା, ବଲାଙ୍ଗିରରୁ ରୋହିତ ପ୍ରଧାନ, ରାୟଗଡ଼ାରୁ ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ାରୁ ଶିଶିର ନାୟକ, ଗଞ୍ଜାମ ହିଞ୍ଜିଲିରୁ ବୁଲୁ ପ୍ରଧାନ, ଗଞ୍ଜାମରୁ ପୀତାମ୍ୱର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବଳରାମ ଜେନା, କେନ୍ଦ୍ରାପଡ଼ାରୁ ମମତାରାଣୀ ସାମଲ ଓ ଖୋର୍ଦ୍ଧାରୁ ଚିତ୍ରସେନ୍ ଜେନା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି।

ଏପରି ଏକ ତାଲିକା ପ୍ରକାଶ କରି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ପୋଲିସ୍ ଡିଜିଙ୍କୁ ଏବାବଦରେ ଏକ ଚିଠି ଲେଖିଛନ୍ତି। ରାଜ୍ୟରେ ହିଂସା କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀମତୀ ଷଡଙ୍ଗୀ।

ସାଂସଦ ଅପରାଜିତା
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026
Latest News

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.