ସିଟୁ ପକ୍ଷରୁ ଆଇନ ଅମାନ୍ୟ ଓ ପ୍ରତିବାଦ କାର୍ଯ୍ୟକ୍ରମ

Published: Jan 8, 2021, 9:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶ୍ରମିକ ବିରୋଧୀ କୋଡ଼ ବାତିଲ କରିବା, କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର କରିବା, ବିଦ୍ୟୁତ ବିଲ୍ ଫେରାଇ ନେବା ଦାବିରେ ସିଟୁ ପକ୍ଷରୁ ଦେଶବ୍ୟାପୀ ଆଇନ ଅମାନ୍ୟ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରତିବାଦ କରାଯାଇଥିଲା।

ସିଟୁ ପକ୍ଷରୁ ବ୍ରହ୍ମପୁର ଶ୍ରମ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ମୋଦି ସରକାରଙ୍କ ୪ଶ୍ରମ କୋର୍ଡ଼କୁ ସମାଲୋଚନା କରାଯାଇ ଏହା ମାଲିକମାନଙ୍କୁ ଶ୍ରମିକ ଶୋଷଣ ପାଇଁ ଟାଣୁଆ ହତିଆର ବୋଲି ଅଭିଯୋଗ କରାଯାଇଥିଲା। ଏହି କୋର୍ଡ଼ ଦ୍ୱାରା ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ହେବେ ଓ ନିଯୁକ୍ତି ସୁରକ୍ଷା ଛଡ଼ାଇ ନିଆଯିବ ବୋଲି ଅଭିଯୋଗ କରିଥିଲେ।

ସେହିପରି କୃଷି ଆଇନରେ ଚାଷୀଙ୍କୁ ବଡ଼ କଂପାନୀମାନଙ୍କର ମୂଲିଆ ସଜାଇଦେବ। ଚାଷୀଙ୍କୁ ଅଭାବୀ ବିକ୍ରି ସଙ୍କଟ ଜାଲରେ ଛନ୍ଦିଦେବ। ତେଣୁ ଏହି ୩ କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପଞ୍ଚାନନ ଜେନା, ବୈକୁଣ୍ଠ ନାଥ ସାହୁ, ଲକ୍ଷ୍ମଣ ପାଢ଼ୀ, ପୁରସ୍ତମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

Related posts