
ନୂଆଦିଲ୍ଲୀ, ମୁଖ୍ୟ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ କୃଷକ ବିଲ ବିରୋଧ ମାମଲା ବିଚରାଧିନ ରହିଛି। ବର୍ତ୍ତମାନ ଏହି ପ୍ରାଥମିକ ଆବେଦନରେ ଆଉ ଏକ ଯାଚିକା ଯୋଗ ହେଇଛି। ତାହା ହେଲା ଆବେଦନକାରୀ ଋଷଭ ଶର୍ମା ସାଧାରଣ ଜନତାଙ୍କ ଅସୁବିଧାକୁ ଦର୍ଶାଇ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି।
ସେ ଲେଖିଛନ୍ତି ଯେ, 26 ନଭେମ୍ବର 2020 ଠାରୁ ଦେଶର କୃଷକ ସଂଗଠନଗୁଡିକ ସାଧାରଣ ରାସ୍ତା ଏବଂ ରାଜପଥ ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଆବେଦନକାରୀ ଏହି ଯୁକ୍ତିକୁ ସମର୍ଥନ କରିବା ପାଇଁ ବିଭିନ୍ନ ଖବରକାଗଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏହା ଅମିତ ସାହନି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ଉଲ୍ଲଂଘନ ଏବଂ ସାଧାରଣ ରାସ୍ତା ଅବରୋଧ ନକରିବାକୁ କୃଷକ ସଂଗଠନକୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ଆବେଦନ କରିଛନ୍ତି।