
ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଅବାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଝୀ ଆଜି ପରୋକ୍ଷରେ ବିଜେପିରକୁ ଟାର୍ଗେଟ କରିଛନ୍ତି। ଟୁଇଟ ମାଧ୍ୟମରେ ବିନା ନାମ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି।
ସେ ଟୁଇଟରେ ଲେଖିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଜଦୟୁ ସାଥିରେ ଧୋକ୍କା କରାଯାଇଥିଲା। ସେ ନିତୀଶ କୁମାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ନୀତିଶଙ୍କୁ ମେଣ୍ଟର ଧର୍ମ ତୁଲାଇବା ଭଲ ଭାବେ ଜଣାଅଛି। ଏନଡିଏ ମେଣ୍ଟରେ ସାମିଲ ଥିବା ଦଳ ଜଦୟୁକୁ ବିରୋଧ ବା ଷଡଯନ୍ତ୍ର କରୁଥିଲେ ମଧ୍ୟ ନିତୀଶ ସେମାନଙ୍କୁ ସହଯୋଗ କରିବା ହେଉଛି ତାଙ୍କର ମହନୀୟତା। ମେଣ୍ଟର ଧର୍ମ ତୁଲାଇବା ଯଦି କାହାଠାରୁ ଶିଖିବାକୁ ହୁଏ, ତେବେ ତାହା ନୀତିଶଙ୍କ ଠାରୁ ଶିଖିବା ଉଚିତ। ଶେଷରେ ମାଂଝି ଲେଖିଛନ୍ତି ଯେ, ନୀତିଶଙ୍କ ଏପରି ସାହସକୁ ମାଂଝି ସଲାମ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ବିହାର ଏନଡିଏରେ ସବୁ କିଛି ଠିକ ଚାଲୁନଥିବା ପାଇଁ ଜୀତନ ରାମ ମାଂଝି ଚର୍ଚ୍ଚାରେ ଥିଲେ। ଚର୍ଚ୍ଚା ହେଉଥିଲା କି, ଜୀତନ ରାମ ବିହାର ମନ୍ତ୍ରୀମଣ୍ଡଳରେ ଆଉ ଗୋଟିଏ ସ୍ଥାନ ସହ ଏମଏଲସି ଆସନ ପାଇଁ ଚାପ ପକାଉଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ ନିର୍ବାଚନରେ ନିତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡକୁ ଆଶା ମୁତାବକ ଆସନ ମିଳିନଥିଲା। ଆଜି ଦଳ ଜନତା ଦଳ ୟୁନାଇଟେଡର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ଦଳର ଖରାପ ପ୍ରଦର୍ଶନ ଲାଗି ବିଜେପି ଦାୟୀ ବୋଲି ଦଳର କେତେ ଜଣ ନେତା କହିଥିଲେ। ଏନଡିଏରେ ଥାଇ ମଧ୍ୟ ଚିରାଗ ପାଶୱାନ ଜଦୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଚିରାଗ ପାଶୱାନଙ୍କ ଦଳ ବିଜେପିକୁ ସମର୍ଥନ କରିଥିଲା। ଫଳରେ ନିର୍ବାଚନ ଫଳାଫଳ ପରେ ଅନେକ ନେତା ବିଜେପି ଉପରେ ଅଭିଯୋଗ ଆଣିଥିଲେ।