Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପରେ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ
ଆଜିର ଖବର

ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପରେ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ

January 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶା ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ଛାଡ଼ ମାମଲାରେ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ଆସିଲା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆମ ନିକଟରେ ସ୍କୁଲ ଫି ଛାଡ ମାମଲାର ନିର୍ଦ୍ଦେଶ ପହଞ୍ଚି ନାହିଁ। ଏସବୁ ପ୍ରସଙ୍ଗରେ ଆମେ କେବଳ ଗଣମାଧ୍ୟମ ଜରିଆରେ ଶୁଣି ପାରୁଛୁ। ତେବେ ନିର୍ଦ୍ଦେଶ ଆସିଲେ ଆମେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବୁ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଓଡିଶା ଉଚ୍ଚନ୍ୟାୟଳୟ ପକ୍ଷରୁ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପ୍ରକାଶ ପାଇଥିବାର ସୂଚନା ମିଳିଥିଲା। ୧୪ଟି ବେସରକାରୀ ସ୍କୁଲ, ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଙ୍ଘ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏମ୍ଓୟୁ ଅନୁସାରେ ଉଚ୍ଚନ୍ୟାଳୟଙ୍କ ରାୟ ପ୍ରକାଶ ପାଇଥିବାର ସୂଚନା ରହିଥିଲା।

ଏମ୍ଓୟୁ ଅନୁସାରେ ୬ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବାର୍ଷିକ ଫି ନେଉଥିବା ସ୍କୁଲଗୁଡିକ ୭.୫ ପ୍ରତିଶତ ଫି ହ୍ରାସ କରିପାରିବେ। ୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ ପ୍ରତିଶତ ଫି ହ୍ରାସ କରିପାରିବେ, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ ପ୍ରତିଶତ, ୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ ପ୍ରତିଶତ, ୭୨ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲ ଗୁଡିକ ୨୫ ପ୍ରତିଶତ ସ୍କୁଲ ଫି ହ୍ରାସ କରିବେ। ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ।

ହେଲେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଉଚ୍ଚନ୍ୟାୟଳୟ କହିଛନ୍ତି। ଯେଉଁ ସ୍କୁଲ ଏହି ନିଷ୍ପତ୍ତିରେ ରାଜି ନୁହଁନ୍ତି ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

ଓଡିଶା ଉଚ୍ଚନ୍ୟାୟଳୟ ଗଣ ଶିକ୍ଷାମନ୍ତ୍ରୀ ସ୍କୁଲ ଫି’
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.