Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ମେ’ ମାସ ୧୮ ତାରିଖରେ ଆରାମ୍ଭ ହେବ। ଏହି ପରୀକ୍ଷା ଜୁନ ୧୨ ତାରିଖରେ ଶେଷ ହେବ। ଏହାସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ’୨୮ ତାରିଖରୁ ଆରମ୍ଭ ହେବ। ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। କୋଭିଡ଼ ଗାଇଡ ଲାଇନରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏଥର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପରେ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ଛାଡ଼ ମାମଲାରେ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ଆସିଲା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆମ ନିକଟରେ ସ୍କୁଲ ଫି ଛାଡ ମାମଲାର ନିର୍ଦ୍ଦେଶ ପହଞ୍ଚି ନାହିଁ। ଏସବୁ ପ୍ରସଙ୍ଗରେ ଆମେ କେବଳ ଗଣମାଧ୍ୟମ ଜରିଆରେ ଶୁଣି ପାରୁଛୁ। ତେବେ ନିର୍ଦ୍ଦେଶ ଆସିଲେ ଆମେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବୁ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଓଡିଶା ଉଚ୍ଚନ୍ୟାୟଳୟ ପକ୍ଷରୁ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପ୍ରକାଶ ପାଇଥିବାର ସୂଚନା ମିଳିଥିଲା। ୧୪ଟି ବେସରକାରୀ ସ୍କୁଲ, ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଙ୍ଘ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏମ୍ଓୟୁ ଅନୁସାରେ ଉଚ୍ଚନ୍ୟାଳୟଙ୍କ ରାୟ ପ୍ରକାଶ ପାଇଥିବାର ସୂଚନା ରହିଥିଲା।

ଏମ୍ଓୟୁ ଅନୁସାରେ ୬ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବାର୍ଷିକ ଫି ନେଉଥିବା ସ୍କୁଲଗୁଡିକ ୭.୫ ପ୍ରତିଶତ ଫି ହ୍ରାସ କରିପାରିବେ। ୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ ପ୍ରତିଶତ ଫି ହ୍ରାସ କରିପାରିବେ, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ ପ୍ରତିଶତ, ୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ ପ୍ରତିଶତ, ୭୨ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲ ଗୁଡିକ ୨୫ ପ୍ରତିଶତ ସ୍କୁଲ ଫି ହ୍ରାସ କରିବେ। ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ।

ହେଲେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଉଚ୍ଚନ୍ୟାୟଳୟ କହିଛନ୍ତି। ଯେଉଁ ସ୍କୁଲ ଏହି ନିଷ୍ପତ୍ତିରେ ରାଜି ନୁହଁନ୍ତି ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ପଢିବେ ୭୦ ପ୍ରତିଶତ, ମିଳିବ ୩୦ ପ୍ରତିଶତ ଗ୍ରେସ: ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଚଳିତ ବର୍ଷ ୧୦୦ ଦିନ ପାଠପଢା ହେବା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରବିବାର ଦିନରେ ପାଠ ପଢା ଲାଗି ଗଣ ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରବିବାର ଦିନକୁ ନ ମିଶାଇଲେ ୧୦୦ ଦିନର ପାଠପଢା ଲାଗି ସମୟ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଛନ୍ତି। ଏହା ସହିତ ୩୦ ପ୍ରତିଶତ ପିଲାଙ୍କ ସିଲାବସକୁ କମାଇ ଦିଆଯାଇଛି। ୭୦ ପ୍ରତିଶତ ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲା ପାଠ ପଢିବେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲେ ସେକ୍ସନ ମଧ୍ୟ ବଢାଯିବ। କ୍ଲାସରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏଁ ବିଶୋଧନ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଏହି ଅଫିସରମାନେ ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବ। ଶିକ୍ଷକଙ୍କ ଆବଶ୍ୟକତା ରହିଥିଲେ ଏହାକୁ ତୁରନ୍ତ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେହିପରି ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ପରୀକ୍ଷା କରିବ ବୋଲି କହିଥିବା ସେ କହିଛନ୍ତି।