ଛାତ୍ରଛାତ୍ରୀ ପଢିବେ ୭୦ ପ୍ରତିଶତ, ମିଳିବ ୩୦ ପ୍ରତିଶତ ଗ୍ରେସ: ଗଣ ଶିକ୍ଷାମନ୍ତ୍ରୀ

Published: Jan 5, 2021, 2:15 pm IST

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଚଳିତ ବର୍ଷ ୧୦୦ ଦିନ ପାଠପଢା ହେବା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରବିବାର ଦିନରେ ପାଠ ପଢା ଲାଗି ଗଣ ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରବିବାର ଦିନକୁ ନ ମିଶାଇଲେ ୧୦୦ ଦିନର ପାଠପଢା ଲାଗି ସମୟ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଛନ୍ତି। ଏହା ସହିତ ୩୦ ପ୍ରତିଶତ ପିଲାଙ୍କ ସିଲାବସକୁ କମାଇ ଦିଆଯାଇଛି। ୭୦ ପ୍ରତିଶତ ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲା ପାଠ ପଢିବେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲେ ସେକ୍ସନ ମଧ୍ୟ ବଢାଯିବ। କ୍ଲାସରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏଁ ବିଶୋଧନ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଏହି ଅଫିସରମାନେ ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବ। ଶିକ୍ଷକଙ୍କ ଆବଶ୍ୟକତା ରହିଥିଲେ ଏହାକୁ ତୁରନ୍ତ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେହିପରି ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ପରୀକ୍ଷା କରିବ ବୋଲି କହିଥିବା ସେ କହିଛନ୍ତି।

Related posts