Categories
ଆଜିର ଖବର ରାଜ୍ୟ ଖବର

ଏହି ତାରିଖରୁ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ ତାରିଖରେ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୨୫ ତାରିଖରୁ ସ୍କୁଲ ଖୋଲାଯିବ। ଏହା ପୂର୍ବରୁ ନବମ, ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀଗୃହରେ ପଢିବା ବ୍ୟବସ୍ଥା ହୋଇଛି।

କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରଭାବିତ ହେଉଛି। ତେଣୁ ଶ୍ରେଣୀ ଗୃହରେ ପାଠ ପଢା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କିନ୍ତୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲାଯିବ, ତାହା ନିଷ୍ପତ୍ତି ହୋଇନାହିଁ। କରୋନା ସଂକ୍ରମଣ ହାର କମୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି।

ପାଠ ପଢା ସମୟରେ ସ୍କୁଲରେ କୋଭିଡ କଟକଣା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂଜା ଛୁଟି ପରେ ଖୋଲିବ ସ୍କୁଲ, ଗାଇଡ ଲାଇନ ପ୍ରସ୍ତୁତ କରୁଛି ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ପୂଜା ଛୁଟି ପରେ ରାଜ୍ୟର ସମସ୍ତ ସ୍କୁଲ ତଥା ସମସ୍ତ କ୍ଲାସ ଖୋଲିବା ପାଇଁ ବିଚାର ଚାଲିଛି। ଏ ନେଇ ଗଣଶିକ୍ଷା ବିବାଗ ତରଫରୁ ଗାଇଡ ଲାଇନ ପ୍ରସ୍ତୁତ ଚାଲିଛି। ପୂବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରିତ ରହିଛି। ତେଣୁ ପିଲାମାନେ ଛାଡିଛାଡି ବସି ପାଠ ପଢିଲେ କିଛି ଅସୁବିଧା ହେବ ନାହିଁ।

ଏହା ଅର୍ଥ ନୁହେଁ ଯେ, ପିଲାମାନଙ୍କୁ ଖୋଲା ଛାଡି ଦେବା। ସେସବୁକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ଏକ ସୁବିଧା ଗାଇଡ ଲାଇନ ପ୍ରସ୍ତୁତ କରାଯାଉଛି। ପୂଜା ଛୁଟି ପୂର୍ବରୁ ଏହି ଘୋଷଣା କରାଯିବ। ଫଳରେ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିପାରିବେ। ଏପରିକି ସ୍କୁଲ ଗୁଡିକ ସେହି ଅନୁସାରେ ପ୍ରସ୍ତୁତ ରଖିବେ।

Categories
ଆଜିର ଖବର ରାଜ୍ୟ ଖବର

ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫେବୃୟାରୀ ୮ରୁ ସ୍କୁଲ ଖୋଲିବ: ୩ଟି ପିରିୟଡରେ ପଢ଼ାଯିବ ପାଠ

ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରେ ଏବେ ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବ। ଆସନ୍ତା ଫେବୃୟାରୀ ୮ ତାରିଖରୁ ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ପାଠ ପଢିବେ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫେବୃୟାରୀ ୮ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଏହି ପିଲାଙ୍କର ରବିବାର

ଦିନ ପାଠ ପଢା ହେବନି। ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସକାଳ ୮ଟା ୩୦ ମିନିଟରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢିବେ। ଏହି ଦୁଇ ଘଣ୍ଟାରେ ପିଲାଙ୍କୁ ମାତ୍ର ୩ଟି ପିରିୟଡରେ ପାଠ ପଢ଼ାଯିବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲାଙ୍କ ଗୋଟିଏ ୟୁନିଟ ଟେଷ୍ଟ ହେବ। ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ।

ଅପରପକ୍ଷେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପିରିୟଡ଼ କ୍ଲାସ କରାଯିବ। ଅପରାହ୍ନ ୧ ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବିରତି ହେବ। କିନ୍ତୁ ୯ମ ଓ ୧୧ଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ପଢିବେ ୭୦ ପ୍ରତିଶତ, ମିଳିବ ୩୦ ପ୍ରତିଶତ ଗ୍ରେସ: ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଚଳିତ ବର୍ଷ ୧୦୦ ଦିନ ପାଠପଢା ହେବା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରବିବାର ଦିନରେ ପାଠ ପଢା ଲାଗି ଗଣ ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରବିବାର ଦିନକୁ ନ ମିଶାଇଲେ ୧୦୦ ଦିନର ପାଠପଢା ଲାଗି ସମୟ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଛନ୍ତି। ଏହା ସହିତ ୩୦ ପ୍ରତିଶତ ପିଲାଙ୍କ ସିଲାବସକୁ କମାଇ ଦିଆଯାଇଛି। ୭୦ ପ୍ରତିଶତ ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲା ପାଠ ପଢିବେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲେ ସେକ୍ସନ ମଧ୍ୟ ବଢାଯିବ। କ୍ଲାସରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏଁ ବିଶୋଧନ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଏହି ଅଫିସରମାନେ ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବ। ଶିକ୍ଷକଙ୍କ ଆବଶ୍ୟକତା ରହିଥିଲେ ଏହାକୁ ତୁରନ୍ତ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେହିପରି ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ପରୀକ୍ଷା କରିବ ବୋଲି କହିଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବ: ଶନିବାର, ରବିବାରରେ ମଧ୍ୟ ଛାତ୍ର ଛାତ୍ରୀ ପଢିବେ ପାଠ

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଛି। ତେବେ କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢା ଚାଲିବ। ସରକାରଙ୍କ ଏସଓପି ଅନୁଯାୟୀ ସ୍କୁଲରେ ପାଠପଢା ଯିବ। ପ୍ରତ୍ୟେକ ଶନିବାର, ରବିବାର ଦିନ ମଧ୍ୟ ପାଠ ପଢା ଚାଲିବ। ୧୦୦ ଦିନ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ସ୍କୁଲରେ ପାଠ ପଢି ପାରିବେ। ମେ ତିନିରୁ ଦଶମ ପରୀକ୍ଷା ଆରମ୍ଭ କରାଯିବାକୁ ଥିବା ବେଳେ ମେ ୧୫ ପର୍ଯ୍ୟନ୍ତ ଏହି ପରିକ୍ଷା ଚାଲିବ। ସେହିପରି ମେ ୧୫ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଆସିଲା ଅନଲକ 5.0, ଖୋଲିବ ସିନେମା ହଲ, ସ୍କୁଲ ଖୋଲିବା ନିଷ୍ପତି ରାଜ୍ୟର, ଜାଣନ୍ତୁ ଆହୁରି ଅନେକ କିଛି

ନୂଆଦିଲ୍ଲୀ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅକ୍ଟୋବର ୧, ୨୦୨୦ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଛି।

ନୂଆ ଗାଇଡଲାଇନର ପ୍ରମୁଖ ବୈଶିଷ୍ଟ୍ୟ

କଣ୍ଟେନମେଣ୍ଟ ଜୋନ ବାହାରେ ଅକ୍ଟୋବର ୧୫, ୨୦୨୦ ପରଠାରୁ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି

1-ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସଗୁଡ଼ିକୁ ୫୦% ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ପରିଚାଳନା ମାନକ (ଏସଓପି) ଜାରି କରାଯିବ।

2-ବ୍ୟବସାୟିକ (ବିଟୁବି) ପ୍ରଦର୍ଶନୀ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ।

3-କ୍ରୀଡ଼ାବିତମାନଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସୁଇମିଂ ପୁଲଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ ଏବଂ ଏଥିପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

4-ଆମୋଦପ୍ରମୋଦ ଉଦ୍ୟାନ ଏବଂ ଏହିପରି ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ

1-ଅକ୍ଟୋବର ୧୫, ୨୦୨୦ ପରେ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି।

2-ପରିସ୍ଥିତିକୁ ଆକଳନ କରି ଏବଂ ନିମ୍ନୋକ୍ତ ସର୍ତ୍ତାବଳୀ ଆଧାରରେ ସମ୍ପୃକ୍ତ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯିବ

3-ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଓ ଉତ୍ସାହିତ କରାଯିବ।

4-ଯେଉଁଠି ସ୍କୁଲଗୁଡ଼ିକ ଅନଲାଇନ କ୍ଲାସ ଆୟୋଜନ କରୁଛନ୍ତି ଏବଂ କିଛି ପିଲା ବ୍ୟକ୍ତିଗତ ଭାବେ ସ୍କୁଲକୁ ଆସିବା ବଦଳରେ ଅନଲାଇନ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେଥିନିମନ୍ତେ ଅନୁମତି ଦିଆଯିବ ।

5-ଅଭିଭାବକମାନଙ୍କ ଠାରୁ ଲିଖିତ ଅନୁମତି ଆଣିବା ପରେ ଯାଇ ଛାତ୍ରଛାତ୍ରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଆସିପାରିବେ।

6-ବାଧ୍ୟତାମୂଳକ ଭାବେ ଆଟେଣ୍ଡାନ୍ସ (ଶ୍ରେଣୀରେ ଉପସ୍ଥିତି) ଲାଗୁ କରାଯିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଅଭିଭାବକମାନଙ୍କ ଅନୁମତି ଉପରେ ନିର୍ଭର କରିବ।

7-ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପି ଉପରେ ଆଧାରିତ ସେମାନଙ୍କର ନିଜସ୍ୱ ଏସଓପି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରସ୍ତୁତ କରିବେ, ଏଥିରେ ସ୍ଥାନୀୟ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବ।

8-ଯେଉଁ ବିଦ୍ୟାଳୟଗୁଡ଼ିକ ଖୋଲିବେ ସେମାନେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଜାରି ହେଉଥିବା ଏସଓପି ମାନିବା ଲାଗି ବାଧ୍ୟ।

9-କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତିକୁ ଆକଳନ କରିବା ପରେ ଗୃହ ମନ୍ତ୍ରଣାଳୟ ସହିତ ଆବଶ୍ୟକ ବିଚାରବିମର୍ଶ କରି କଲେଜ/ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରିବ। ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଏବଂ ଉତ୍ସାହିତ କରାଯିବ।

10-ତେବେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟକଳାପ ଆବଶ୍ୟକ କରୁଥିବାରୁ ୧୫ ଅକ୍ଟୋବର, ୨୦୨୦ ଠାରୁ ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ନିମ୍ନମତେ ଅନୁମତି ଦିଆଯିବ :

11-କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଯଦି ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ନାତୋକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟର ଆବଶ୍ୟକତା ରହିଥିବା ଅନୁଭବ କରନ୍ତି ତା’ହେଲେ ସେ ସେମାନଙ୍କୁ ଆସିବା ଲାଗି ଅନୁମତି ଦେଇପାରିବେ।

12-ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଆଦିଗୁଡ଼ିକ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟର ଆବଶ୍ୟକ କରୁଥିବା ପିଏଚଡି ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ଗ୍ରହଣ କରିପାରିବେ।

ନିୟମିତ ସମାବେଶ

କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ / ଶିକ୍ଷାଗତ / କ୍ରୀଡ଼ା / ମନୋରଞ୍ଜନ / ସାଂସ୍କୃତିକ / ଧାର୍ମିକ / ରାଜନୈତିକ କାର‌୍ୟ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାବେଶ ପାଇଁ ୧୦୦ ଜଣ ମଧ୍ୟରେ ଲୋକଙ୍କ ସମାବେଶକୁ ପୂର୍ବରୁ ଅନୁମତି ଦିଆଯାଇସାରିଛି। ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏପରି ସମାବେଶରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିମନ୍ତେ ଅନୁମତି ଦେଇପାରିବେ।

୧୫ ଅକ୍ଟୋବର, ୨୦୨୦ ପରେ କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତ ସର୍ତ୍ତାବଳୀ ସହିତ ଏପରି ସମାବେଶକୁ ଅନୁମତି ଦିଆଯାଇପାରିବ

1-ଆବଦ୍ଧ ସ୍ଥାନଗୁଡ଼ିକରେ ସଭାଗୃହର ସମ୍ପୂର୍ଣ୍ଣ କ୍ଷମତାର ୫୦ ପ୍ରତିଶତ ଏବଂ ୨୦୦ରୁ କମ ଲୋକଙ୍କର ସମାବେଶକୁ ଅନୁମତି ମିଳିବ। ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ ବ୍ୟବସ୍ଥା ଏବଂ ହାତ ସଫା କିମ୍ବା ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

2-ଖୋଲା ସ୍ଥାନଗୁଡ଼ିକରେ ପଡ଼ିଆ/ଖାଲିସ୍ଥାନକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ବାଧ୍ୟତାମୂଳକ ଭାବେ ଫେସ ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହାତ ସଫା କିମ୍ବା ସାନିଟାଇଜର ବ୍ୟବସ୍ଥା ସହିତ ଅନୁମତି ଦିଆଯିବ।

3-ଏପରି ସମାବେଶ କାରଣରୁ ଯେପରି କୋଭିଡ-୧୯ ବ୍ୟାପିବ ନାହିଁ, ତାହା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ବିସ୍ତୃତ ଏସଓପି ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ।

କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର‌୍ୟ୍ୟକଳାପକୁ ଅନୁମତି ମିଳିବ :

1-ଗୃହ ମନ୍ତ୍ରଣାଳୟର ଅନୁମତି ବିନା ଅନ୍ତର୍ଜାତୀୟ ବିମାନ ଯାତ୍ରା।

2-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ୩୧ ଅକ୍ଟୋବର ୨୦୨୦ ପର‌୍ୟ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ଜାରି କରାଯିବ।

3-ସଂକ୍ରମଣ ଶୃଙ୍ଖଳକୁ ପ୍ରଭାବୀ ଢଙ୍ଗରେ ଭାଙ୍ଗିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନକୁ ବିବେଚନା କରି କ୍ଷେତ୍ରୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ଚିହ୍ନିତ କରାଯିବ । ଏହିସବୁ କଣ୍ଟେନମେଣ୍ଟ ଜୋନରେ କଠୋର ଭାବେ କଟକଣା ଲାଗୁ କରାଯିବ ଏବଂ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟକଳାପଗୁଡ଼ିକୁ ଅନୁମତି ମିଳିବ।

4-କଣ୍ଟେନମେଣ୍ଟ ଜୋନ ମଧ୍ୟରେ କଡ଼ାକଡ଼ି ଭାବେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ରହିବ ଏବଂ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟକଳାପ ନିମନ୍ତେ ଅନୁମତି ମିଳିବ।

5-ଏସବୁ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷ ସେମାନଙ୍କର ୱେବସାଇଟରେ ବିଜ୍ଞପ୍ତି ଜରିଆରେ ସୂଚୀତ କରିବେ ଏବଂ ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦେବେ।

6-ରାଜ୍ୟଗୁଡ଼ିକ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ କରିପାରିବେ ନାହିଁ

7-କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ନକରି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶ ସରକାର କଣ୍ଟେନମେଣ୍ଟ ଜୋନ ବାହାରେ କୌଣସି ସ୍ଥାନୀୟ ଲକଡାଉନ (ରାଜ୍ୟ / ଜିଲ୍ଲା / ସବଡିଭିଜନ / ସହର / ଗ୍ରାମୀଣ ସ୍ତରରେ), ଲାଗୁ କରିପାରିବେ ନାହିଁ।

ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଯାତାୟାତକୁ ଅନୁମତି

ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ। ଏପରି ଯାତାୟାତ ନିମନ୍ତେ କୌଣସି ଭିନ୍ନ ଅନୁମତି/ଅନୁମୋଦନ/ଇ-ପରମିଟ ଆବଶ୍ୟକ ପଡ଼ିବ ନାହିଁ।

କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶନାମା

କୋଭିଡ-୧୯ ପରିଚାଳନା ଲାଗି ସାମାଜିକ ଦୂରତା ସୁନିଶ୍ଚିତ କରିବା ସକାଶେ ସାରା ଦେଶରେ ଜାତୀୟ ନିର୍ଦ୍ଦେଶନାମାର କାର‌୍ୟ୍ୟକାରିତା ଜାରି ରହିବ। ଦୋକାନଗୁଡ଼ିକରେ ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ସାମାଜିକ ଦୂରତା ବଜାୟ ରହିବ। ଜାତୀୟ ନିର୍ଦ୍ଦେଶନାମା ପ୍ରଭାବୀ ଢଙ୍ଗରେ ପାଳନ ହେଉଛି କି ନାହିଁ ତାହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁଧ୍ୟାନ କରାଯିବ।

ଦୁର୍ବଳ ବ୍ୟକ୍ତିଙ୍କ ସୁରକ୍ଷା

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ପୂର୍ବରୁ କୌଣସି ରୋଗରେ ପୀଡ଼ିତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଅତ୍ୟନ୍ତ ଆବଶ୍ୟକତା ନଥିଲେ କିମ୍ବା ସ୍ୱାସ୍ଥ୍ୟ ସଂକ୍ରାନ୍ତ କାରଣ ନଥିଲେ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଉଛି।