
କଟକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକାକାରଣରେ ସାମିଲ କରାଯିବ। ହେଲେ ଟିକାକରଣ ବାଧ୍ୟତାମୂଳକ ନୁହେଁ। ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇ ନାହିଁ। ଏନେଇ ଏସସିବି ମେଡିକାଲ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସ୍ପଷ୍ଟ କରିଛନ୍ତି। ଟିକା ସଂପୂର୍ଣ୍ଣ ନିରାପଦ ଏବଂ ଫଳପ୍ରଦ। ତେଣୁ ସମସ୍ତଙ୍କୁ ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବାକୁ ପଡିବ।
ତେବେ ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ଏହି ମେସେଜ ମାଧ୍ୟମରେ ସୂଚନା ଦିଆଯିବ। ଟିକାକାରଣ ଦିନ ଆବଶ୍ୟକୀୟ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରେ ଟିକା ନେଇପାରିବେ।