Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ‘ଯଶୋଭୂମି’ ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି)ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ଏକ ନୂତନ ମେଟ୍ରୋ ଷ୍ଟେସନ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିବେ।

ଦ୍ୱାରକାଠାରେ ‘ଯଶୋଭୂମି’ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଦୃଢ଼ ହେବ।

ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ‘ଯଶୋଭୂମି’ ବିଶ୍ୱର ସର୍ବବୃହତ ଏମ୍ଆଇସିଇ (ମିଟିଂ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରେ ସ୍ଥାନ ପାଇବ।

ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି।

୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ଅଡିଟୋରିୟମ, ଗ୍ରାଣ୍ଡ ବଲ୍ରୁମ୍ ସମେତ ୧୫ଟି କନଭେନସନ ରୁମ୍ ଏବଂ ମୋଟ ୧୧,୦ ପ୍ରତିନିଧି ରହିବାର କ୍ଷମତା ଥିବା ୧୩ଟି ମିଟିଂ ରୁମ୍ ରହିଛି। ଏହି କନଭେନସନ ସେଣ୍ଟରରେ ଦେଶର ସବୁଠାରୁ ବଡ ଏଲଇଡି ମିଡିଆ ସୁବିଧା ରହିଛି । କନଭେନସନ୍ ସେଣ୍ଟରରେ ଥିବା ପୂର୍ଣ୍ଣାଙ୍ଗ ହଲରେ ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି। ଅଡିଟୋରିୟମରେ ସବୁଠାରୁ ଅଭିନବ ସ୍ୱୟଂଚାଳିତ ବସିବା ବ୍ୟବସ୍ଥା ରହିଛି ଯାହା ଫ୍ଲୋରକୁ ଏକ ଫ୍ଲାଟ ଫ୍ଲୋର କିମ୍ବା ବିଭିନ୍ନ ସିଟିଂ କନଫିଗ୍ରେସନ ପାଇଁ ଏକ ଅଡିଟୋରିୟମ ଷ୍ଟାଇଲ ସ୍ତରୀୟ ବସିବାକୁ ଅନୁମତି ଦେଇଥାଏ । ଅଡିଟୋରିୟମରେ ବ୍ୟବହୃତ କାଠ ଚଟାଣ ଏବଂ ଆକୋଷ୍ଟିକ୍ କାନ୍ଥ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ଅନୁଭୂତି ସୁନିଶ୍ଚିତ କରିବ। ଏକ ଅନନ୍ୟ ପେଟାଲ ଛାତ ଥିବା ଗ୍ରାଣ୍ଡ ବଲ୍ରୁମ୍ ରେ ପ୍ରାୟ ୨,୫୦୦ ଅତିଥି ରହିପାରିବେ। ଏଥିରେ ଏକ ବିସ୍ତାରିତ ଖୋଲା ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ୫୦୦ ଲୋକ ବସିପାରିବେ । ୮ ମହଲା ବିଶିଷ୍ଟ ଏହି ୧୩ଟି ମିଟିଂ ରୁମ୍ ରେ ବିଭିନ୍ନ ସ୍ତରର ବୈଠକ ଅନୁଷ୍ଠିତ ହେବ ବୋଲି ପରିକଳ୍ପନା କରାଯାଇଛି ।

‘ଯଶୋଭୂମି’ ବିଶ୍ୱର ଅନ୍ୟତମ ବୃହତ୍ତମ ପ୍ରଦର୍ଶନୀ ହଲ୍ ମଧ୍ୟ ପ୍ରଦାନ କରୁଛି | ୧.୦୭ ଲକ୍ଷ ବର୍ଗ ମିଟରରୁ ଅଧିକ ପରିମିତ ଏହି ପ୍ରଦର୍ଶନୀ ହଲ୍ ଗୁଡ଼ିକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବହୃତ ହେବ ଏବଂ ଏକ ଭବ୍ୟ ପ୍ରବେଶ ସ୍ଥାନ ସହିତ ସଂଯୁକ୍ତ ହେବ ଯାହା ତମ୍ବା ଛାତ ସହିତ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ବିଭିନ୍ନ ସ୍କାଏଲାଇଟ୍ ମାଧ୍ୟମରେ ମହାକାଶରେ ଆଲୋକ ଫିଲ୍ଟର କରିଥାଏ | ଏଥିରେ ମିଡିଆ ରୁମ୍, ଭିଭିଆଇପି ଲାଉଞ୍ଜ୍, ପ୍ରଶସ୍ତ ସୁବିଧା, ପରିଦର୍ଶକ ସୂଚନା କେନ୍ଦ୍ର, ଟିକେଟ୍ ଆଦି ବିଭିନ୍ନ ସହାୟକ ସ୍ଥାନ ରହିବ।

‘ଯଶୋଭୂମି’ର ସମସ୍ତ ସାର୍ବଜନୀନ ପ୍ରସାରଣ କ୍ଷେତ୍ରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କନଭେନସନ ସେଣ୍ଟର ବାହାରେ ଥିବା ସ୍ଥାନ ସହିତ ନିରନ୍ତରତା ପ୍ରତିପାଦିତ କରେ । ଏହା ଭାରତୀୟ ସଂସ୍କୃତିରୁ ଅନୁପ୍ରାଣିତ ସାମଗ୍ରୀ ଓ ବସ୍ତୁକୁ ନେଇ ନିର୍ମିତ ହୋଇଥିବା ବେଳେ ପିତ୍ତଳ ରଙ୍ଗୋଲି ଢାଞ୍ଚା, ଶବ୍ଦ ଶୋଷଣକାରୀ ଧାତୁ ସିଲିଣ୍ଡର ଏବଂ ଆଲୋକିତ ଢାଞ୍ଚାଯୁକ୍ତ କାନ୍ଥକୁ ପ୍ରତିନିଧିତ୍ୱ କରିଥାଏ ।

ଶତ ପ୍ରତିଶତ ବର୍ଜ୍ୟଜଳ ପୁନଃବ୍ୟବହାର, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଏବଂ ଏହାର କ୍ୟାମ୍ପସ ସିଆଇଆଇର ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି) ଠାରୁ ପ୍ଲାଟିନମ୍ ସାର୍ଟିଫିକେଟ୍ ପାଇଥିବାରୁ ‘ଯଶୋଭୂମି’ ସ୍ଥାୟୀତା ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି।

ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ‘ଯଶୋଭୂମି’ରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ୩ ହଜାରରୁ ଅଧିକ କାର୍ ପାଇଁ ଭୂତଳ କାର୍ ପାର୍କିଂ ସୁବିଧାରେ ୧୦୦ରୁ ଅଧିକ ଇଲେକ୍ଟ୍ରିକ୍ ଚାର୍ଜିଂ ପଏଣ୍ଟ ରହିଛି।

ନୂଆ ମେଟ୍ରୋ ଷ୍ଟେସନ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ର ଉଦଘାଟନ ସହିତ ‘ଯଶୋଭୂମି’କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ସଂଯୋଗ କରାଯିବ। ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବ ଓ୍ବେ ରହିବ – ଏକ ୭୩୫ ମିଟର ଲମ୍ବା ସବ୍ ଓ୍ବେ ଯାହା ଷ୍ଟେସନକୁ ପ୍ରଦର୍ଶନୀ ହଲ, କନଭେନସନ ସେଣ୍ଟର ଏବଂ ସେଣ୍ଟ୍ରାଲ ଏରିନା ସହିତ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ ‘ଯଶୋଭୂମି’ର ଭବିଷ୍ୟତ ପ୍ରଦର୍ଶନୀ ହଲ୍ ସହିତ ସଂଯୋଗ କରୁଛି।

ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋ ଟ୍ରେନର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟର କୁ ବୃଦ୍ଧି କରିବ । ଯାତ୍ରା ସମୟ ହ୍ରାସ କରିବ । ‘ନୂଆଦିଲ୍ଲୀ’ ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ମୋଟ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ୮୯ ଟି ଆସନରେ ହେବ ଭୋଟ୍ ଗ୍ରହଣ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭାର ମୋଟ ୧୮୨ ଟି ଆସନ ମଧ୍ୟରୁ ଆଜି ୮୯ ଟି ଆସନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ଆସନଗୁଡିକରେ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ରାଜ୍ୟରେ ଭଲ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ଆୟୋଗ ପ୍ରତିଶ୍ରୁତିବଦ୍ଧ। ଭୋଟରଙ୍କୁ ନିବେଦନ କରି ସେ କହିଛନ୍ତି ଯେ, ରାଜ୍ୟବାସୀ ନିଜ ଘରୁ ବାହାରି ମତଦାନ କେନ୍ଦ୍ରକୁ ଯାଇ ରାଜ୍ୟର କଲ୍ୟାଣ ପାଇଁ ଭୋଟ୍ ଦିଅନ୍ତୁ।

ଗୁଜୁରାଟ ନିର୍ବାଚନ ବିଷୟରେ ୧୦ ଟି ବଡ କଥା …

୧. ଗୁଜୁରାଟରେ ଆଜି ୧୯ ଟି ଜିଲ୍ଲାର ୮୯ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏବଂ ଆଜି ମୋଟ ୨୫,୪୩୦ ମତଦାନ କେନ୍ଦ୍ରରେ ଭୋଟ୍ ଦିଆଯିବ।

୨. ଗୁଜରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଗୁରୁବାର ଦିନ ସକାଳ ୮ ଟାରୁ ୫ ଟା ମଧ୍ୟରେ ୨୫,୪୩୦ ମତଦାନ କେନ୍ଦ୍ରରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ମତଦାନକୁ ଯିବାକୁ ଥିବା ୮୯ ଟି ଆସନ ମଧ୍ୟରୁ ବିଜେପି ୨୦୧୭ ବିଧାନସଭା ନିର୍ବାଚନରେ ​​୪୮ ଟି ଜିତିଥିବାବେଳେ କଂଗ୍ରେସ ୪୦ ଟି ଆସନ ଜିତିଥିଲା ​​ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ।

୩. ଏହି ନିର୍ବାଚନରେ ​​ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏପି), ବାହୁଜନ ସମାଜବାଦୀ ପାର୍ଟି (ବିଏସପି), ସମାଜବାଦୀ ପାର୍ଟି (ଏସପି), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି) ସହିତ ଅନ୍ୟ ୩୬ ଟି ଦଳ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେପି ଏବଂ କଂଗ୍ରେସ ସମସ୍ତ ୮୯ ଟି ଆସନ ପାଇଁ ପ୍ରାର୍ଥୀ ଦେଇଛନ୍ତି।

୪. ପ୍ରଥମ ପର୍ଯ୍ୟାୟରେ ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି, ସେଥିମଧ୍ୟରୁ ନଅ ଜଣ ବିଜେପି, ୬ ଜଣ କଂଗ୍ରେସ ଏବଂ ୫ ଜଣ AAP ରୁ ପ୍ରାର୍ଥୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ସୌରାଷ୍ଟ୍ର ସମ୍ଭାଗର ଖମ୍ବଲିଆ ବିଧାନସଭାରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

୫. ଗୁଜୁରାଟ ବିଧାନସଭାର ଏହି ୮୯ ଟି ଆସନରେ ଅନେକ ଭିଭିଆଇପି ନେତାଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ ହେବ। ଏହି ନେତାଙ୍କ ମଧ୍ୟରେ ଜାମନଗର ଉତ୍ତରରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା, ସୁରଟର ବିଭିନ୍ନ ଆସନରୁ ବିଜେପି ନେତା ତଥା ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭି ଓ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏବଂ ଭବନଗର ଗ୍ରାମୀଣରୁ ପାଞ୍ଚ ଥର ବିଧାୟକ ପୁରଷୋତ୍ତମ ସୋଲଙ୍କିଙ୍କ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Categories
ବିଶେଷ ଖବର

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ ୩ଶହ କୋଟି

ଭୁବନେଶ୍ବର: Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।

OUTRକୁ ଗସ୍ତ ସମୟରେ ୫-ଟି ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। ୫-ଟି ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇଞ୍ଜିନିଅରିଂ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ।

କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଦିନ ୧ ଟା ସୁଦ୍ଧା ୬୦ ପ୍ରତିଶତ ଭୋଟ: ୨୩ ଟି ସ୍ଥାନରେ ବନ୍ଦ ହେଲା ମତଦାନ

ଭୁବନେଶ୍ଵର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନ ୧ ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।

ତେବେ ରାଜ୍ୟରେ ୨୩ ଟି ସ୍ଥାନରେ ଆଜି ଭୋଟ ଗ୍ରହଣ ବନ୍ଦ ରହିଛି। ରାଜ୍ୟରେ ୧ ଟି ଜିଲ୍ଲା ପରିଷଦ, ୬ ଟି ସରପଞ୍ଚ, ୩ ଟି ପଞ୍ଚାୟତ ଏବଂ ୧୩ ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ବନ୍ଦ ହୋଇଛି। ପ୍ରାର୍ଥୀମାନଙ୍କ ମୃତ୍ୟୁ ଯୋଗୁଁ ମତଦାନ ରହିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

Categories
PanchayatElection ଆଜିର ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ: ଟାଙ୍ଗୀରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆସନ୍ତାକାଲି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ପ୍ରଥ। ଏହି ନିର୍ବାଚନରେ ୧ ଲକ୍ଷ ୩୨ ହଜାର ଭୋଟର ଅଂଶ ଗ୍ରହଣ କରି ସେମାନଙ୍କର ମୁଲ୍ୟବାନ ମତ ସାବ୍ୟସ୍ତ କରିବେ।

ବ୍ଲକର ୩୪୫ ବୁଥ୍ ରେ ହେବ ନିର୍ବାଚନ। ସେଥି ମଧ୍ୟରୁ ୧୫୫ ଟି ବୁଥ୍ ଉତ୍ତେଜନା ପ୍ରବଣ ବୁଥ୍ ସହ ୮୯ ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ବୋଲି ଚିହ୍ନଟ କରାଯାଇଛି। ତେଣୁ ନିର୍ବାଚନକୁ ଶାନ୍ତି ଶ୍ରୁଙ୍ଖଳାର ସହ ଅନୁଷ୍ଠିତ କରିବା ପାଇଁ ଟାଙ୍ଗୀ ଥାନା ପୋଲିସ୍ ପକ୍ଷରୁ ଆଜି ସଂଧ୍ୟ୍ୟାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।

ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥ ପୁର, କନ୍ତଳ ବାଇ, ବାଲିପାଟ ପୁର, ଭୁଷଣ୍ଡ ପୁର ପଂଚାୟତରେ ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।

ଏହି  ଫ୍ଲାଗ୍ ମାର୍ଚ୍ଚ ସମୟରେ ପୋଲିସ୍ ଏସଡିପିଓ ମାନସ ରଂଜନ ବାରିକ୍, ଟାଙ୍ଗୀ ତହସିଲଦାର ସ୍ମୁତି ରଞ୍ଜନ ଶତପଥୀ, ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ଭୂଷଣ୍ଡ ପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆଙ୍କ ସମେତ ୨ ଶହରୁ ଅଧୀକ ପୋଲିସ୍ ଫୋର୍ସ ସାମିଲ ଥିଲେ।

Categories
ବିଶେଷ ଖବର

କୃଷକ ଆନ୍ଦୋଳନର ଗଡରୁ ଜାରି ରହିଛି ୟୁପିରେ ନିର୍ବାଚନ ଯୁଦ୍ଧ, ସକାଳ ୯ ଟା ପର୍ଯ୍ୟନ୍ତ ୭.୯୩% ଭୋଟ୍

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟରେ ଆଜି ୧୧ ଟି ଜିଲ୍ଲାର ମୋଟ ୫୮ ଟି ବିଧାନସଭା ଆସନରେ ଭୋଟ୍ ଦିଆଯାଉଛି। ଥଣ୍ଡା ସତ୍ତ୍ୱେ ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ଭିଡ଼ ଜମାଇଛନ୍ତି। ମୁଜାଫରନଗର, ହାପୁଡ, ମଥୁରା, ଆଗ୍ରା ର ଅନେକ ମତଦାନ କେନ୍ଦ୍ରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଲୋକମାନେ ମତଦାନ ବୁଥରେ ଲାଇନରେ ଅପେକ୍ଷା କରିଥିବା ଦେଖାଯାଇଛି। ଗତ ବର୍ଷ ଏହି ଅଞ୍ଚଳ କୃଷକଙ୍କ ଆନ୍ଦୋଳନର ଏକ ଗଡ଼ ପାଲଟିଥିଲା।

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ୟୁପିର ଅଧିକାଂଶ ଆସନରେ ମତଦାନ ଚାଲିଛି। ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ। ଏହାପୂର୍ବରୁ ନିର୍ବାଚନ କମିଶନ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏହି ପର୍ଯ୍ୟାୟରେ ୫୮ ଟି ବିଧାନସଭା ଆସନ ପାଇଁ ୬୨୩ ଜଣ ପ୍ରାର୍ଥୀ ଅଛନ୍ତି, ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଟନ୍ତି।

ସେକ୍ଟର ୧୨ ଏବଂ ନୋଏଡାର ସେକ୍ଟର ୨୭ ର ଦୁଇଟି ବିଦ୍ୟାଳୟରେ ନିର୍ମିତ ମତଦାନ କେନ୍ଦ୍ରକୁ ସଜାଯାଇଛି। ଯାହାଦ୍ୱାରା ବହୁ ସଂଖ୍ୟକ ଲୋକ ସେଠାକୁ ଆସି ଭୋଟ୍ ଦେଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଶ୍ୟାମଲି, ହାପୁଡ, ଗଗୌତମବୁଦ୍ଧ ନାଗର, ମୁଜାଫରନଗର, ମେରଠ, ବାଗପାତ, ଗାଜିଆବାଦ, ବୁଲନ୍ଦସହର, ଆଲିଗଡ, ମଥୁରା ଏବଂ ଆଗ୍ରା ଜିଲ୍ଲାର ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨.୨୮ କୋଟି ଭୋଟର ସେମାନଙ୍କର ଅଧିକାର ବ୍ୟବହାର କରିବାକୁ ସକ୍ଷମ ହେବେ, ଯେଉଁଥିରେ ୧.୨୪ କୋଟି ପୁରୁଷ, ୧.୦୪ କୋଟି ମହିଳା ଏବଂ ୧୪୪୮ ଟ୍ରାନ୍ସଜେଣ୍ଡର ଭୋଟର ଅନ୍ତର୍ଭୁକ୍ତ।

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ରାଜନୈତିକ ଭାଗ୍ୟ ସ୍ଥିର ହେବ।

Categories
ଆଜିର ଖବର ଜାତୀୟ ଖବର

ୟୁପି ନିର୍ବାଚନ ୨୦୨୨: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ସରିଲା ପ୍ରଚାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାର ୫୮ ଟି ଆସନ ପାଇଁ ପ୍ରଚାର ଆଜି ସନ୍ଧ୍ୟା ୬ ଟାରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ୧୧ ଟି ଜିଲ୍ଲାର ଏହି ୫୮ ଟି ଆସନ ଗୁରୁବାର, ଫେବୃଆରୀ ୧୦ ତାରିଖରେ ଭୋଟ ଗ୍ରହଣ ହେବ। କରୋନାର ତୃତୀୟ ତରଙ୍ଗ କାରଣରୁ ନିର୍ବାଚନ ଆୟୋଗ ଦ୍ଵାରା ପ୍ରତିବନ୍ଧକ ଯୋଗୁଁ ଏହି ପ୍ରଚାର କାର୍ଯ୍ୟ ବହୁ ପ୍ରଭାବିତ ହୋଇଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ୨୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂକୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି। ପ୍ରଥମ ପର୍ଯାୟରେ ସାରା ରାଜ୍ୟରେ ୩୦ଟି ଜିଲ୍ଲାରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜୁ ବାବୁଙ୍କ ଜୟନ୍ତୀ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୩୦୦ ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖାଯାଇଛି।

ଆଜି କୋରାପୁଟ, ଗଜପତି, ଢେଙ୍କାନାଳ, ଅନୁଗୁଳ ବରଗଡ ଓ ଯାଜପୁର ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପିଲାମାନେ ଦେଖିଥିବା ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କର ମିଳିତ ଦାୟିତ୍ବ ଏବଂ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ଏ ଦିଗରେ ସମସ୍ତଙ୍କର ମିଳିତ ସହଯୋଗର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଏହି ଅବସରରେ ସମବେତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନରେ ସ୍ବପ୍ନ ହିଁ ଆଗକୁ ବାଟ ଦେଖାଇଥାଏ। ବଡ ବଡ ସ୍ବପ୍ନ ଦେଖିବା ସହିତ ତାକୁ ପୂରଣ କରିବା ପାଇଁ ଅହରହ ଚେଷ୍ଟା ଜାରି ରଖିବା ହେଉଛି ଜୀବନର ସାର୍ଥକତା। ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ। ନୂଆ ନୂଆ technology ବିଷୟରେ ଜାଣନ୍ତୁ। ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ମୁଖ୍ୟମନ୍ତ୍ରୀ କହିଲେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି। ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ। କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି– ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି। ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି। ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ। ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା। ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି। ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ। ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ କହିଥିଲେ। କୋରାପୁଟର ତପସ୍ବିନୀ ମହାପାତ୍ର, ଗଜପତିରି ମର୍ଣ୍ଣିକା ରାଇତା, ଢେଙ୍କାନାଳର ଶୁଭସ୍ମିତା ସାହୁ, ଅନୁଗୁଳର ଶ୍ରେୟାଂସା ପ୍ରଧାନ, ବରଗଡର ସ୍ମୃତିରେଖା ସାହୁ ଓ ଯାଜପୁରର ରଶ୍ମିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲ ରୂପାନ୍ତରଣ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛି ଏବଂ ସରକାରୀ ସ୍କୁଲରେ ପାଠ ପଢିବାର ଗୌରବ ଆଜି ଆମେ ଅନୁଭବ କରୁଛୁ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସାଂସଦ ମହେଶ ସହୁ ପ୍ରମୁଖ ଉଦ୍‌ବୋଧନ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ଏହା ପିଲାମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମ ସଂଞ୍ଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଏଥିସହ ସଶ୍ଲିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ୩୩୦୦ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍କୁଲର ବିକାଶ ସହ ସଶ୍ଲିଷ୍ଟ ଥିବା ୯୦୦୦ ବ୍ୟକ୍ତି ବିଶେଷଙ୍କ ସହିତ ୭୦୦୦ ମିନିଟ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଆଲୋଚନା କରି ଯୋଜନାକୁ ଚୂଡାନ୍ତ ରୂପ ଦେଇଥିଲେ।

ସ୍କୁଲର ପୁରାତନ ଛାତ୍ର ଭାବରେ ଯାଜପାରରେ ବିରଜା ହାଇସ୍କୁଲରେ ଉପସ୍ଥିତ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ କୁମାର ଘଡାଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଉଦ୍ୟମ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାସ ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓ କାର୍ଯ୍ୟକୁ ସୁନ୍ଦର ଭାବରେ ଆଗେଇ ନେଇଥିବା ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଏକ ସମୃଦ୍ଧ ଓଡିଶାର ସ୍ବପ୍ନକୁ ସାକାର କରିବ ବୋଲି ମତପୋଷଣ କରିଥିଲେ।

ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ଓ ଆଇପିଏସ୍‌ ହୋଇଥିବା ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରି ଧଳ ଏବଂ ଗୁଇନ୍ଦା ବିଭାଗର ଡିଆଇଜି ଅନୂପ ସାହୁ ସେମାନଙ୍କ ସ୍କୁଲ ଜୀବନର ଅନୁଭୂତି ବଖାଣିବା ସହିତ ଦୃଢ ସଂକଳ୍ପ, ଉଚ୍ଚାକାଂକ୍ଷା ଓ କଠିନ ପରିଶ୍ରମ ଦ୍ବାରା ହିଁ ଜୀବନରେ ସଫଳତା ହାସଲ କରାଯାଇପାରେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଉପରେ Task Force Recommendlationର knowledge paper ଉନ୍ମୋଚନ କରିଥିଲେ। ଏଥିରେ ରୂପାନ୍ତରିତ ସ୍କୁଲ ମାନଙ୍କର ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପର୍କରେ ବିଶେଷ ନିର୍ଦ୍ଦେଶାବଳୀ ସନ୍ନିବେଶିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତିଙ୍କ ସମେତ ବିଭିନ୍ନ ଜିଲ୍ଲାର ବିଧାୟକଗଣ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ। ଉନ୍ନୟନ କମିଶନର ପ୍ରଦୀପ ଜେନା ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ପ୍ରଥମ ପର୍ଯ୍ୟାୟ ଟିକାକାରଣ: ବାଲୁଗାଁ ହସ୍ପିଟାଲରେ ଟିକା ନେଲେ ସ୍ୱାସ୍ଥ୍ୟ କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା। ବିଶ୍ବରେ ଏହି ଭୂତାଣୁ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ମଧ୍ୟ ୧ ଲକ୍ଷ ୫୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗରେ ରହିଛି। ଭାରତ ଏକା ସଙ୍ଗେ ଦୁଇ ଦୁଇଟି କରୋନା ଟିକା ପ୍ରସ୍ତୁତ କରି ସବୁ ଦେଶକୁ ଚକିତ କରିଛି। ଭାରତ ପରି ଏକ ଜନ ବହୁଳ ରାଷ୍ଟ୍ରରେ କରୋନାକୁ ରୋକିବାର ଏକ ଚିନ୍ତାର ବିଷୟ ହୋଇପଡିଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ଆଜି ଠାରୁ ଭାରତରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଟିକାକାରଣ ପ୍ରକ୍ରିୟାକୁ ଶୁଭଉଦଘାଟନ କରିଛନ୍ତି।

ଏହି ଆଧାରରେ ଖୋର୍ଦ୍ଧା ଜିଲ୍ଲାର ବିମସି କୁ ବାଦଦେଇ ବାଲୁଗାଁ, ଖୋର୍ଦ୍ଧା, ଜଟଣୀ ମେଣ୍ଢାଶାଳ ଓ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୧୫ଟି ଭାଇଲ ପହଁଚିଛି। ମୋଟ ୬୧୫୦ଜଣଙ୍କୁ ଏହି କରନା ଟୀକା ଦିଆଯିବା ପାଇଁ ଆଜି ଟୀକା ଦାନ କାର୍ଯ୍ୟକ୍ରମ ଚାଲିଛି। ଭି.ଓ-୧-ଆଜି ପ୍ରଥମ ପର୍ଯ୍ୟାୟ ଟିକାଦାନ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ଡିପିସିଏଚଓ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଟୀକା କରଣ ଆରମ୍ଭ କରିଥିଲେ। ସମ୍ପୁର୍ଣ୍ଣ ଟୀକା ପ୍ରଦାନ କାର୍ଯ୍ୟକୁ ପରିଚାଳନା ଦାଇତ୍ୱରେ ଅଛନ୍ତି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିବ୍ୟଶକ୍ତି ଚାନ୍ଦ। ଡାକ୍ତର ଚାନ୍ଦଙ୍କ ସୂଚନା ଅନୁସାରେ ପ୍ରଥମେ ଆଜି ୧୦୦ଜଣଙ୍କୁ ଟୀକା ଦିଆଯିବ। ଏଠାରେ  ମୋଟ ୫୧୫ ଜଣଙ୍କୁ ୩ଟି ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେସେଜ ମାଧ୍ୟମରେ କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ସୂଚନା ମିଳିବ: ଡାକ୍ତର ପଣ୍ଡା

କଟକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକାକାରଣରେ ସାମିଲ କରାଯିବ। ହେଲେ ଟିକାକରଣ ବାଧ୍ୟତାମୂଳକ ନୁହେଁ। ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇ ନାହିଁ। ଏନେଇ ଏସସିବି ମେଡିକାଲ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସ୍ପଷ୍ଟ କରିଛନ୍ତି। ଟିକା ସଂପୂର୍ଣ୍ଣ ନିରାପଦ ଏବଂ ଫଳପ୍ରଦ। ତେଣୁ ସମସ୍ତଙ୍କୁ ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବାକୁ ପଡିବ।

ତେବେ ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ଏହି ମେସେଜ ମାଧ୍ୟମରେ ସୂଚନା ଦିଆଯିବ। ଟିକାକାରଣ ଦିନ ଆବଶ୍ୟକୀୟ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରେ ଟିକା ନେଇପାରିବେ।