Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ ପାଇଁ ଜିଲ୍ଲା ସ୍ତରୀୟ କେନ୍ଦ୍ର ଚିହ୍ନଟ ହେଲା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ
ଆଜିର ଖବର

ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ ପାଇଁ ଜିଲ୍ଲା ସ୍ତରୀୟ କେନ୍ଦ୍ର ଚିହ୍ନଟ ହେଲା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

January 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ରାଜ୍ୟର ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ତା’ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍‌ ପିଟାଲ୍‌ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡ଼ିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି । କୋଭିଡ୍‌-୧୯ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ଚିହ୍ନଟ ହୋଇଛି । ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି।

ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ କେନ୍ଦ୍ର ହୋଇଛି।

କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରର ପାଇଁ ଚିହ୍ନଟ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026
Latest News

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.