ବିବାହ ଉତ୍ସବ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି: ବ୍ୟାଣ୍ଡ ପାର୍ଟି, ଡିଜେ ପାଇଁ ମିଳିଲା ଅନୁମତି

Published: Jan 12, 2021, 6:09 pm IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବିବାହ ଉତ୍ସବରେ ପ୍ରୋସେସନ୍ ପାଇଁ ମିଳିଲା ଅନୁମତି। ବିବାହ ଉତ୍ସବରେ ଏଣିକି ବ୍ୟାଣ୍ଡ ପାର୍ଟି, ଡିଜେ, ଲାଇଟର ବ୍ୟବହାର କରାଯାଇପାରିବ। ହେଲେ ଏହି ସବୁ ପ୍ରୋସେସନ୍ କୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

ଏହି ଗାଇଲଡ୍‌ଲାଇନ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ ୨ ଶହ ଲୋକ ଅଂଶଗ୍ରହଣ କରିପାରିବେ। ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨ ଶହ ରହିପାରିବେ। ବିବାହ ଉତ୍ସବକୁ ଆସିଥିବ ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

Related posts