ରାଜ୍ୟରେ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Jan 13, 2021, 11:49 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବାବେଳେ ୮୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୪୫୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୪୧  ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍‌ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ ୩୦, ଅନୁଗୁଳରୁ ୨୪, ବାଲେଶ୍ଵର ଜିଲ୍ଲାରୁ ୯ ଜଣ, ବରଗଡ଼ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀରିରୁ ଜିଲ୍ଲାରୁ ୭,  କଟକରୁ ୧୪ ଜଣ, ଦେବଗଡ଼ରୁ ୧, ଢେଙ୍କାନାଳ ଜିଲ୍ଲାରୁ ୨, ଗଜପତି ଇଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୯, ଝାରସୁଗୁଡା ଜିଲ୍ଲାରୁ ୧୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡା ଜିଲ୍ଲାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ, ମାଲକାନଗିରି ଜିଲ୍ଲାରୁ ୮, ମୟୁରଭଞ୍ଜ ଜିଲ୍ଲାରୁ ୮ ଜଣ, ନୂଆପଡ଼ା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୦ ଜଣ, ରାୟଗଡା ଜିଲ୍ଲାରୁ ୭, ସମ୍ବଲପୁରରୁ ୧୬, ସୋନପୁର ଜିଲ୍ଲାରୁ ୧ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts