ଭୁବନେଶ୍ଵର: ଆଜି ରାଜ୍ୟରୁ ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ସୁନ୍ଦରଗଡରୁ ୩୦, ମୟୂରଭଞ୍ଜରୁ ୧୯, ବଲାଙ୍ଗୀରିରୁ ୧୫, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୧୦, ବରଗଡରୁ ୯, ଝାରସୁଗୁଡାରୁ ୯, ଅନୁଗୁଳରୁ ୮, ଯାଜପୁରରୁ ୮, କଟକରୁ ୬, କେନ୍ଦୁଝରରୁ ୬, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, ବାଲେଶ୍ବରରୁ ୨, ଭଦ୍ରକରୁ ୨, କଳାହାଣ୍ଡିରୁ ୨, ନବରଙ୍ଗପୁରରୁ ୨, ସୋନପୁରରୁ ୨, କୋରାପୁଟରୁ ୧, ନୟାଗଡରୁ ୧, ନୂଆପଡ଼ାରୁ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୬୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୯୭୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।