Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି
ଆଜିର ଖବର

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
DGP Attends Passing Out Parade at Biju Patnaik State Police Academy
DGP Attends Passing Out Parade at Biju Patnaik State Police Academy

ଭୁବନେଶ୍ଵର: ସୋମବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ନବମ ବ୍ୟାଚର ୫ ଜଣ ଡିଏସପି ସଫଳତାର ସହ ମୌଳିକ ପ୍ରଶିକ୍ଷଣ ସମାପ୍ତ କରି ଏହି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ଏହି ଅବସରରେ DGP ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ଓଡ଼ିଶା ପୋଲିସର ନୂତନ ଶକ୍ତି ଭାବେ ଜନସେବାରେ ନିବେଶିତ ହେବାକୁ ଆହ୍ୱାନ ଦେଇଥିଲେ।

ତାଙ୍କ ଉଦବୋଧନରେ DGP କହିଥିଲେ ଯେ, ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିବା ଗୁଣାତ୍ମକ ପ୍ରଶିକ୍ଷଣ ନୂତନ ଅଧିକାରୀମାନଙ୍କୁ ଦାୟିତ୍ୱବାନ, ସକ୍ଷମ ଓ ପେଶାଦାର ଭାବେ ଗଢ଼ି ତୋଳିବ। ଆଗାମୀ ଦିନରେ ସାଇବର ଅପରାଧ, ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ସାହସ ଓ ସତ୍ୟନିଷ୍ଠାର ସହିତ ମୁକାବିଲା କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା ପୋଲିସ ବ୍ୟବସ୍ଥାକୁ ସଶକ୍ତ ଓ ଆଧୁନିକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ନୂତନ ପଦବୀ ସୃଷ୍ଟି, ନିଯୁକ୍ତି ପ୍ରକ୍ରିୟା, OSSF, OISF ଓ ODRAF ୟୁନିଟର ବିସ୍ତାର ଓ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବା ପଦକ୍ଷେପଗୁଡିକ ପୋଲିସ ବାହିନୀକୁ ଆହୁରି ଶକ୍ତିଶାଳୀ କରୁଥିବା ସେ କହିଥିଲେ।

ସେହିପରି, ନୂତନ ଅପରାଧିକ ଆଇନଗୁଡିକର ସଠିକ୍ କ୍ରିୟାନ୍ୱୟନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ପୋଲିସର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

“ସେବା ଓ ସୁରକ୍ଷା” ହେଉଛି ଓଡ଼ିଶା ପୋଲିସର ମୂଳମନ୍ତ୍ର ଏବଂ ସମାଜର ଦୁର୍ବଳ ଶ୍ରେଣୀ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ। ପେଶାଦାରିତା, ସମ୍ବେଦନଶୀଳତା ଓ ଉତ୍ତମ ବ୍ୟବହାର ଦ୍ୱାରା ପୋଲିସର ପ୍ରତିଛବିକୁ ଉଜ୍ଜ୍ୱଳ କରିବାକୁ ଡିଜିପି ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡିଜିପି କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଥିଲେ। ସୃଷ୍ଟି ପ୍ରଧାନଙ୍କୁ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ଗଭର୍ଣ୍ଣର ମେଡାଲ ଏବଂ ଟ୍ରଫି ସହିତ ଇନଡୋର ବିଷୟରେ ସର୍ବୋଚ୍ଚ ନମ୍ବର ଓ NICFS ମେଡାଲ୍ ଅର୍ଜନ କରିଥିଲେ। ସେହିପରି ସୌରଭ ରଞ୍ଜନ ପ୍ରଧାନ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ସମ୍ମାନିତ ହେବା ସହ ଆଉଟଡୋର ବିଷୟରେ ସର୍ବୋଚ୍ଚ ନମ୍ବର ପାଇଥିଲେ। ପଙ୍କଜ ମାଝୀ AET କୋର୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଡାଇରେକ୍ଟର ଟ୍ରଫି ଲାଭ କରିଥିଲେ। ଏହି ସଫଳତା ପ୍ରଶିକ୍ଷାର୍ଥୀମାନଙ୍କର କଠୋର ପରିଶ୍ରମ, ନିଷ୍ଠା ଓ ଉଚ୍ଚ ମାନର ପ୍ରଶିକ୍ଷଣ ପାଇଁ ସମ୍ଭବ ହୋଇଥିଲା।

ସମାରୋହରେ ଏକାଡେମୀର ନିର୍ଦ୍ଦେଶିକା ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ଼ ଶିଶୁ ଅପରାଧ ନିରାକରଣ ଶାଖା) ଏସ. ସାଇନି, ବରିଷ୍ଠ ପୋଲିସ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ପ୍ରଶିକ୍ଷାର୍ଥୀଙ୍କ ପରିବାରବର୍ଗ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Biju Patnaik passing out parade State Police Academy ଯୋଗେଶ ବାହାଦୁର ଖୁରାନିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026
Latest News

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.