ବିଜେପିରେ ସାମିଲ ହେଲ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ଆଇଏସ ଅଧିକାରୀ ଅରବିନ୍ଦ କୁମାର

Published: Jan 14, 2021, 2:24 pm IST

ଲକ୍ଷ୍ନୌ: ଗୁଜୁରାଟ କ୍ୟାଡେରର ପୂର୍ବ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ରାଜନୀତିରେ ପାଦ ଦେଇଛନ୍ତି। ଅରବିନ୍ଦ ଶର୍ମା ଆଜି ଲକ୍ଷ୍ନୌରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ମଊ ଜିଲ୍ଲାର ଅରବିନ୍ଦ ୨୦୨୨ରୁ ଅବସର ନେଇଥାନ୍ତେ। ହେଲେ ହଠାତ ସେ ସ୍ଵେଚ୍ଛାକୃତ ଭାବେ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ଵସ୍ତ ଅଧିକାରୀ ଥିଲେ ଶର୍ମା। ବିଜେପିର ସଦସ୍ୟତା ନେବା ପରେ ଶ୍ରୀ ଶର୍ମା କହିଛନ୍ତି ଯେ, ମୁଁ ମଊର ଏକ ପଛୁଆ ଗାଁରୁ ଆସିଛି। ଦଳ ମତେ ଯେଉଁ ଦାୟିତ୍ଵ ଦେବେ ମୁଁ ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ଗତକାଲି ରାତିରେ ମତେ ବିଜେପିର ସଦସ୍ୟତା ପାଇଁ ଅବଗତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଅରବିନ୍ଦ କୁମାର ଶର୍ମା ୧୯୮୮ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି। ସେ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଗୁଜୁରାଟର ନରେନ୍ଦ୍ର ମୋଦୀଙ୍କ ସାଥିରେ ବିଭିନ୍ନ ପଦବୀରେ କାମ କରୁଥିଲେ। ପରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ଶର୍ମାଙ୍କୁ ମଧ୍ୟ ତାଙ୍କ ସାଥିରେ ପିଏମଓ କୁ ଆଣିଥିଲେ। ଶ୍ରୀ ଶର୍ମା ବିଜେପିରେ ସାମିଲ ହେବା ପୂର୍ବରୁ ସେ କେନ୍ଦ୍ରୀୟ ସୂକ୍ଷ୍ମ, ଲଘୁ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ।

Related posts