ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ

Published: Jan 14, 2021, 7:54 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୨୪, ବଲାଙ୍ଗୀରିରୁ ୨୩, ସୁନ୍ଦରଗଡରୁ ୨୩, କଟକରୁ ୧୭, ଖୋର୍ଦ୍ଧାରୁ ୧୬, ମୟୂରଭଞ୍ଜରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୦, ନୂଆପଡାରୁ ୧୦, ପୁରୀରୁ ୧୦, ଝାରସୁଗୁଡାରୁ ୯, ସମ୍ବଲପୁରରୁ ୯, କେନ୍ଦୁଝରରୁ ୬, କେନ୍ଦ୍ରାପଡାରୁ ୪, ଭଦ୍ରକରୁ ୩, ବାଲେଶ୍ବରରୁ ୨, ବୌଦ୍ଧରୁ ୨, ଦେବଗଡରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନୟାଗଡରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୮୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୭୬୩ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୯୮୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts