ସ୍ବାସ୍ଥ୍ୟ ଜଗତରେ ଏକ ନୂଆ ଯୁଗର ଶୁଭାରମ୍ଭ, ସାରା ଭାରତରେ ଆରମ୍ଭ ହେଲା କରୋନା ଟୀକାକରଣ

Published: Jan 16, 2021, 11:43 am IST

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତରେ ଆରମ୍ଭ ହୋଇଛି କରୋନା ଟୀକାକରଣ ଅଭିଯାନ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକା ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଟୀକାକରଣ ପ୍ରକ୍ରିୟାର ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଜାରି ରହିବ।

ଭାବ ବିହୋଲ୍ଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କରୋନା ଅନେକ ପରିବାରକୁ ଛାରଖାର କରିଦେଇଛି। ମାଠାରୁ ପୁଅକୁ ଛଡାଇ ନେଇଛି। ବର୍ତ୍ତମାନ ସେଥିରେ ରୋକ ଲଗାଇବାର ସମୟ ଆସିଛି। ଏଥିସହିତ ମୋଦୀ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଟୀକା ବାହାର କରିବାରେ ବର୍ଷ ବର୍ଷ ଲାଗିଯାଏ। ହେଲେ ଆମର ବିଶେଷଜ୍ଞମାନେ କମ ସମୟରେ ଏହା ବାହାର କରିପାରିଛନ୍ତି। ଆମର ଟୀକା ବିଶ୍ବର ଅନ୍ୟାନ ଟୀକାଠାରୁ ବେଶେ ଶସ୍ତା ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି।

Related posts