Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା: ଫସିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର, ସରପଞ୍ଚଙ୍କୁ ଚେତାବନୀ
ଆଜିର ଖବର

ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା: ଫସିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର, ସରପଞ୍ଚଙ୍କୁ ଚେତାବନୀ

January 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ୧୦ଟିରୁ ଅଧିକ ସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ୨୯.୧୧.୨୦୧୯ ତଦନ୍ତ ରିପୋର୍ଟରୁ ଦୁଇଟି କାର୍ଯ୍ୟରେ ୫ଲକ୍ଷ ୬୮ହଜାର ୧୭୯ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଅର୍ଥକୁ ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍. ଙ୍କୁ ସମପରିମାଣରେ ଏକମାସ ମଧ୍ୟରେ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫନ୍ଦିଫିକର କରି ଖସି ଯାଇଥିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର।

ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍.ଏହି ଅର୍ଥକୁ ଭରଣା ନକରି ଅର୍ଥ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ କେସ୍ ନଂ ୯୨୮୯ ର ବିଚାର କରି ୮.୯.୨୦୨୦ ରିଖରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ରିଟ୍ ପିଟିସନର ତଦନ୍ତ ରିପୋର୍ଟ ଓ ଅର୍ଥ ଆଦାୟ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ଏକ ଅପିଲ୍ ଭାବେ ଗ୍ରହଣ କରି ୬ସପ୍ତାହ ମଧ୍ୟରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଶୁଣାଣି କରାଯାଇ ଉକ୍ତ ପଞ୍ଚାୟତର ସରପଞ୍ଚ ନିୟତି ସ୍ୱାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ଜି.ଆର୍.ଏସ୍ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସହ ଜେଇ ସୁଜିତ ମହାପାତ୍ର ଓ ଆସିଷ୍ଟାଣ୍ଟ ଇଂଜିନିୟର ରାଜଦୀପ ହାଁସଦା ମଧ୍ୟ ସମପରିମାଣରେ ଦାୟୀ ହୋଇ ଥିବାରୁ ସେମାନେ ଉକ୍ତ ଟଙ୍କାକୁ ସମପରିମାଣରେ ଭରଣା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ପିଟିସନକାରୀଙ୍କ ଅଭିଯୋଗର କୌଣସି ଯଥାର୍ଥତା ନାହିଁ କୁହାଯିବା ସହ ଏହି ରିଟ୍ ପିଟିସନକୁ ଖାରଜ କରାଯାଇଥିଲା। ଏନେଇ ସରପଞ୍ଚଙ୍କୁ ଚେତାବନୀ ଦିଆଯିବା ସହ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି। ଏସମ୍ପର୍କରେ ଜିଲ୍ଲାପାଳ, ପିଡି ଡିଆରଡିଏ, ପିଟିସନକାରୀ ଓ ଆଡଭୋକେଟ ଜେନେରାଲଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି।

ତିର୍ତ୍ତୋଲ ବ୍ଲକ୍ ମନରେଗା ସରପଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.