Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର, ପିଚୁ ଉଠି ରାସ୍ତା କଦର୍ଯ୍ୟ ହେବାକୁ ବସିଲାଣି
ଆଜିର ଖବର

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର, ପିଚୁ ଉଠି ରାସ୍ତା କଦର୍ଯ୍ୟ ହେବାକୁ ବସିଲାଣି

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ତୁନଗାଁ ଠାରୁ ଅଁଳାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହେବାର ଅଳ୍ପ ଦିନ ପରେ କଦର୍ଯ୍ୟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ହୋଇଥିବା ଏହି ରାସ୍ତା ତୁନଗାଁ ଠାରୁ ୧ କି.ମି. ସିମେଂଟ କଂକ୍ରିଟ ରାସ୍ତା ସହିତ ମୋଟ ୭ କି.ମି. ୬୩୦ ମି. ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ୟାକେଜ ନଂ. ଓଆର-୧୫-୪୩୭/ବି-୧ ରେ ୨କୋଟୀ ୬୫ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଗତ ୨୫.୦୬.୨୦୧୯ ରେ ଆରମ୍ଭ କରାଯାଇ ୨୪.୦୩.୨୦୨୦ ଦିନ ଶେଷ ହେବାକୁ ଥିଲେହେଁ ଅଳ୍ପ କିଛିଦିନ ହେବ ଏହାର ନିର୍ମାଣ ଶଷେ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ରାସ୍ତା ନିର୍ମାଣ ଶେଷ ହେବାର ଅଳ୍ପ ଦିନ ପରେ ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବା ଯୋଗୁଁ ରାସ୍ତା ର ପିଚୁ ଉଠିଯାଇ ଗେଟିପଥର ସବୁ ମଧ୍ୟ ଉଠିଯିବାକୁ ବସିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ନିର୍ଦ୍ଧାରିତ ପରିମାଣରେ ସାମଗ୍ରୀ ବ୍ୟବହାର କରାଯାଇନଥିବା ହେତୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଅବସ୍ଥା ପୂର୍ବବତ ହୋଇଯାଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେବାର ପାଂଚ ବର୍ଷ ପର୍ଯ୍ୟନ୍ତ ମରାମତି ବ୍ୟବସ୍ଥା ଥିବା ଜଣାପଡିଛି। ନିମ୍ନ ମାନର ରାସ୍ତା ନିର୍ମାଣ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମରାମତି ବ୍ୟବସ୍ଥା ଥିବା ବିଷୟ କହୁଛନ୍ତି କିନ୍ତୁ ଅତି ଅଳ୍ପ ବହଳର ଗେଟି ପକାଇ ପିଚୁ କରି ନିମ୍ନ ମାନର ରାସ୍ତା ନିର୍ମାଣ ବିଷୟରେ ସନ୍ତୋଷ ଜନକ ଉତ୍ତର ଦେଇପାରୁନଥିବା ଜଣାପଡିଛି।

ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଲଡୁଗାଁର ଗୌତମ ଅଗ୍ରୱାଲ ଦ୍ୱାରା ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଉଚ୍ଚ ସ୍ତରରେ ତାଙ୍କର ଲମ୍ବା ହାତ ଥିବା ହେତୁ ଯେତେ ନିମ୍ନ ମାନର କାର୍ଯ୍ୟ କରି ସରକାରୀ ପାଣ୍ଠି ହରିଲୁଟ କଲେ ମଧ୍ୟ ତଦାରଖ କରିବାକୁ କେହିନଥିବା ସାଧାରଣରେ ଆଲୋଚନା ହେଉଛି। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି।

କୋକସରା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.