Categories
ଆଜିର ଖବର ରାଜ୍ୟ ଖବର

ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି।

ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା।

ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି।

ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ସରକାରୀ କର୍ମଚାରୀଙ୍କୁ ଗିରଫ ଦାବି କଲା କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁନାଣି କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ବାକୁ ଯାଇଥିବା ଦୈନିକ ସମାଜ ଖବର କାଗଜ ପ୍ରତିନିଧି କିସାନ ପଟ୍ଟନାୟକଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ ମାତାଲ ଅବସ୍ଥାରେ ଅସଭ୍ୟ ଭାଷାରେ ଗଲିଗୁଲଜ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଆକ୍ରମଣ କରିଥିଲେ। ସାମ୍ବଦିକ ଜଣକ ଏ ବିଷୟରେ ଅମପାଣି ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନ ହେବାରୁ ଓଡିଶା ରାଜ୍ୟ ସାମ୍ୱାଦିକ ସଂଘ (ଏସ ୟୁ ଯେ) ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଚକ୍ର ବେସ୍ରା, ରଘୁମଣି ପୁଝାରି, ଜଗଦୀଶ ନାଏକ, ରଜନୀ କାନ୍ତ ଛ୍ହତ୍ରିଆ, ହର୍ସବର୍ଧନ୍ ପାଣିଗ୍ରାହୀ, ପରମାନନ୍ଦ ଛତ୍ରିଆ, ବାସୁଦେବ ଛତ୍ରିଆ, ଜୟରାମ, ତ୍ରିକୋକ୍ୟ ବେସ୍ରା, ହରିହର ଛ୍ହତ୍ରିଆ, ବିଜୟ ପଣ୍ଡା ପ୍ରମୁଖ ଆମପାନି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କୁ କଳାହାଣ୍ଡି ଏସପି ଓ ଡି ଜି ପି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଦ୍ୟପ ଅଧିକାରୀଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ତତଫରୁ ଦାବୀ କରଯାଇଥିଲା। ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନଂକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରଯାଇଥିଲା। କଲାହାଣ୍ଡି ସାମ୍ୱାଦିକ ସଂଘ ସର୍ବଦା ସାମ୍ୱାଦିକ ମାନଙ୍କ ମାନ ସମ୍ମାନ ଓ ସ୍ବାଭିମାନ ରକ୍ଷା ପ୍ରତି ସର୍ବଦା ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ମତ ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର, ୨୦୨୪ ପାଇଁ ପ୍ରସ୍ତୃତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଗତ ୨୦୧୭ ମସିହା ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ନର୍ଲା ବ୍ଲକରେ ମହାଂତି ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବା ପରେ ୨୦୨୨ ରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଜନସମର୍ଥନ ମିଳିବା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି। ସେହି କ୍ରମରେ ଧର୍ମଗଡ ବିଧାନସଭା ଆସନ ଅନ୍ତର୍ଗତ କୋକସରା ବ୍ଲକରେ ମଧ୍ୟ ଚଳିତ ୨୦୨୨ ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ଅଗ୍ରୱାଲ ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି।

ହାର୍ଡୱେର ଦୋକାନ ବ୍ୟବସାୟରୁ ସିଧାସଳଖ ପଂଚାୟତ ସମିତି ରାଜନୀତିରେ ପ୍ରବେଶ କରି ଜନମତ ପାଇବା ପରେ ସିଧାସଳଖ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଧର୍ମଗଡ ସାଧାରଣ ବିଧାନସଭା ଆସନ ପାଇଁ ପ୍ରସ୍ତୃତି ଚଳାଇଥିବା ସେମାନଙ୍କ ନିକଟତମ ମହଲରୁ ଜଣାପଡିଛି। ବିଗତ ଦିନରେ ଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଲିନ ହୋଇଯାଇଥିବା ବେଳେ କୋକସରାରୁ ଆଶାୟୀ ପ୍ରର୍ଥୀମାନେ ପ୍ରାୟତଃ ନିରାଶ ହେଉଥିବା ବେଳେ କାଳିଆ ଭରସାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଗାମୀ ଦିନରେ ନିଶ୍ଚିତ ଭାବରେ ସଫଳ ହୋଇ ଯେକୌଣସି ଦଳରୁ ଟିକେଟ ପାଇବାରେ କେହି ରୋକି ପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ସମଗ୍ର ଓଡିଶାର ଆରାଧ୍ୟ କାଳିଆଙ୍କ ନାମରେ ଅନେକ ଯୋଜନା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କାଳିଆ ହିଁ ଆଗାମୀ ଦିନରେ ନିର୍ବାଚନ ବୈତରଣୀ ପାର କରିଦେବାର ଭରସା ରଖିଥିବାର କୁହାଯାଉଛି।

ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡିକରୁ ବହୁ ଆଶାୟୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୃତ କରୁଥିବା ଜଣାପଡିଛି। ନିର୍ଦଳୀୟ ଭାବେ ଜନସମର୍ଥନ ପାଇ କୋକସରା ପଂଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ରାଜୀବ ଅଗ୍ରୱାଲ ବର୍ତ୍ତମାନ ଠାରୁ ଆଗାମୀ ୨୦୨୪ ନିର୍ବାଚନରେ ଧର୍ମଗଡ ବିଧାନସଭା ଆସନ ଉପରେ ନଜର ପକାଇଥିବା ଏବଂ ସେହି ଅନୁସାରେ କାଳିଆ ଭରସାରେ କ୍ଷେତ୍ର ପ୍ରସ୍ତୃତ କରୁଥିବା ପ୍ରକାଶ।

ଅନ୍ୟ ପକ୍ଷରେ ସମଗ୍ର ଅଂଚଳରେ ରାସ୍ତା ଘାଟ ନିର୍ମାଣ/ମରାମତିରେ ବ୍ୟାପକ ଅନିୟମିତତା, ଜମି କାରବାରରେ ଦୁର୍ନୀତି, ଛତୁଆ କାରବାରରେ ଦୁର୍ନୀତି, ଖାଉଟି ଯୋଗାଣ ରେ ବ୍ୟାପକ ଜାଲିଆତି ଇତ୍ୟାଦି ଅନେକ ଅଭିଯୋଗ ହେଉଥିବା ବେଳେ କାଳିଆ ଭରସାରେ ସେସବୁର କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବା ସାଧାରଣରେ ଆଲୋଚନା ହେଉଛି। ଜମି କାରବାରରେ ଜନୈକ ଜମିବିକ୍ରେତାଙ୍କ ଦେହାନ୍ତ ହେବା ସାଙ୍ଗକୁ ଜନୈକ ଭାଗୁଆଳି କରୋନା ଆକ୍ରାନ୍ତ ହୋଇ ସଠିକ ଚିକିତ୍ସା ଅଭାବରୁ ଦେହାନ୍ତ ହୋଇଯାଇଥିବା କୁହାଯାଉଥିବା ବେଳେ କାଳିଆ ଭରସାରେ ସେସବୁର ସମାଧାନ ହୋଇଯାଇଥିବା ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି।

କଳାହାଣ୍ଡି ଜିଲ୍ଲା ଦାୟୀତ୍ୱରେ ଥିବା ପ୍ରତ୍ୟେକ ରାଜନୈତିକ ଦଳର ସବୁ ସ୍ତରର ନେତା କର୍ମୀ ସମସ୍ତେ କାଳିଆ ଭରସାରେ ଥିବାର କୁହାଯାଉଛି ଏବଂ ସେହି ସେବା ସମର୍ପଣ ଭାବ ଭକ୍ତିର ଆଧାରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଆଗାମୀ ଦିନରେ ଯେକୌଣସି ଦଳରେ ରାଜନୈତିକ ଥଇଥାନ କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ନିକଟତମ ମହଲରେ ଆଲୋଚନା ହେଉଛି।

କୋକସରା ତହସିଲରେ ରାଜୀବଙ୍କ ମାଧ୍ୟମରେ ବ୍ୟାପକ ଭାବେ ଜମିଜମା କାରବାର ହୋଇଥିବା ବେଳେ ରାଜସ୍ୱ ବିଭାଗ ଦ୍ୱାରା ସେସବୁର ତଦନ୍ତ ଚାଲିଥିବା କୁହାଯାଉଛି। ଏହାମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମଗଡ ବିଧାୟକ ହେବା ନିଶ୍ଚିତ ଭାବେ ସେହି ଅଂଚଳର ଗୌରବର ବିଷୟ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର, ପିଚୁ ଉଠି ରାସ୍ତା କଦର୍ଯ୍ୟ ହେବାକୁ ବସିଲାଣି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ତୁନଗାଁ ଠାରୁ ଅଁଳାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହେବାର ଅଳ୍ପ ଦିନ ପରେ କଦର୍ଯ୍ୟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ହୋଇଥିବା ଏହି ରାସ୍ତା ତୁନଗାଁ ଠାରୁ ୧ କି.ମି. ସିମେଂଟ କଂକ୍ରିଟ ରାସ୍ତା ସହିତ ମୋଟ ୭ କି.ମି. ୬୩୦ ମି. ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ୟାକେଜ ନଂ. ଓଆର-୧୫-୪୩୭/ବି-୧ ରେ ୨କୋଟୀ ୬୫ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଗତ ୨୫.୦୬.୨୦୧୯ ରେ ଆରମ୍ଭ କରାଯାଇ ୨୪.୦୩.୨୦୨୦ ଦିନ ଶେଷ ହେବାକୁ ଥିଲେହେଁ ଅଳ୍ପ କିଛିଦିନ ହେବ ଏହାର ନିର୍ମାଣ ଶଷେ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ରାସ୍ତା ନିର୍ମାଣ ଶେଷ ହେବାର ଅଳ୍ପ ଦିନ ପରେ ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବା ଯୋଗୁଁ ରାସ୍ତା ର ପିଚୁ ଉଠିଯାଇ ଗେଟିପଥର ସବୁ ମଧ୍ୟ ଉଠିଯିବାକୁ ବସିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ନିର୍ଦ୍ଧାରିତ ପରିମାଣରେ ସାମଗ୍ରୀ ବ୍ୟବହାର କରାଯାଇନଥିବା ହେତୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଅବସ୍ଥା ପୂର୍ବବତ ହୋଇଯାଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେବାର ପାଂଚ ବର୍ଷ ପର୍ଯ୍ୟନ୍ତ ମରାମତି ବ୍ୟବସ୍ଥା ଥିବା ଜଣାପଡିଛି। ନିମ୍ନ ମାନର ରାସ୍ତା ନିର୍ମାଣ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମରାମତି ବ୍ୟବସ୍ଥା ଥିବା ବିଷୟ କହୁଛନ୍ତି କିନ୍ତୁ ଅତି ଅଳ୍ପ ବହଳର ଗେଟି ପକାଇ ପିଚୁ କରି ନିମ୍ନ ମାନର ରାସ୍ତା ନିର୍ମାଣ ବିଷୟରେ ସନ୍ତୋଷ ଜନକ ଉତ୍ତର ଦେଇପାରୁନଥିବା ଜଣାପଡିଛି।

ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଲଡୁଗାଁର ଗୌତମ ଅଗ୍ରୱାଲ ଦ୍ୱାରା ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଉଚ୍ଚ ସ୍ତରରେ ତାଙ୍କର ଲମ୍ବା ହାତ ଥିବା ହେତୁ ଯେତେ ନିମ୍ନ ମାନର କାର୍ଯ୍ୟ କରି ସରକାରୀ ପାଣ୍ଠି ହରିଲୁଟ କଲେ ମଧ୍ୟ ତଦାରଖ କରିବାକୁ କେହିନଥିବା ସାଧାରଣରେ ଆଲୋଚନା ହେଉଛି। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବକେୟା ଦରମା ଦେବାକୁ ଟଙ୍କା ଦାବୀ: ଭିଜିଲାନ୍ସ ପଂଝାରେ କୋକସରା ସିଡିପିଓ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି ନିଜ ଅଧିନସ୍ଥ ଜନୈକ ଅଙ୍ଗନୱାଡି କର୍ମୀଂକ ଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିବା ଜଣାପଡିଛି।

ମିଳିଥିବା ତଥ୍ୟ ଅନୁସାରେ କୋକସରା ବ୍ଲକର ସୁନାମାଲ ଗ୍ରାମର ଅଙ୍ଗନୱାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କର ବିଗତ ତିନି ମାସର ବକେୟା ଦରମା ମଂଜୁର କରିଦେବାକୁ ପାଂଚ ହଜାର ଟଂକା ଦାବୀ କରିଥିଲେ। ଏସଂପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୨୭ ତା.୦୨.୧୨.୨୦୨୦ ଦୁର୍ନୀତି ନିବାରଣ ଆଇନ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଥିଲା।

ତଦନୁସାରେ ଅଙ୍ଗନୱାଡି କର୍ମୀ ଜଣକ ସିଡିପିଓଙ୍କୁ ଲାଂଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ ଘଟଣାସ୍ଥଳରୁ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିର କୋକସରା ବ୍ଲକ ମନରେଗା କାର୍ଯ୍ୟରେ ଦୁର୍ନୀତି ଘଟଣା, ନିରପେକ୍ଷ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଶେଷରେ ଗଣଧାରଣାରେ ବସିଲେ ଡାଲଗୁମା ପଞ୍ଚାୟତ ବାସିନ୍ଦା ।ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଗତ 6 ଓ 9 ତାରିଖ ଦିନ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ନିତୀରେ ସଂପୃକ୍ତ ବ୍ୟକ୍ତି ଓ ଅଧିକାରୀମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନଷ୍ଠାନ ଓ ସଠିକ୍ ତଦନ୍ତ ନ ହେବା ନେଇ ଗଣଧାରଣା ଦେଇଥିବା ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ।

ଗତ ସପ୍ତାହ 22 ତାରିଖ ଦିନ ଦୁର୍ନୀତି ରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦେଇ ଗୋଟିଏ ସପ୍ତାହ ସମୟ ଦେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହିଥିବା ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଯେ ପର୍ଯ୍ୟନ୍ତ ଉଚିତ୍ ତଦନ୍ତ ନ ହୋଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଛି ସେ ପର୍ଯ୍ୟନ୍ତ ଗଣଧାରଣା ଜାରିରହିବ ବୋଲି ପଞ୍ଚାୟତ ବାସିନ୍ଦା ପ୍ରକାଶ କରିଛନ୍ତି।