Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର, ୨୦୨୪ ପାଇଁ ପ୍ରସ୍ତୃତି
ଆଜିର ଖବର

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଧର୍ମଗଡ ବିଧାନସଭା ଆସନ ଉପରେ ନଜର, ୨୦୨୪ ପାଇଁ ପ୍ରସ୍ତୃତି

May 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଗତ ୨୦୧୭ ମସିହା ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ନର୍ଲା ବ୍ଲକରେ ମହାଂତି ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବା ପରେ ୨୦୨୨ ରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଜନସମର୍ଥନ ମିଳିବା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି। ସେହି କ୍ରମରେ ଧର୍ମଗଡ ବିଧାନସଭା ଆସନ ଅନ୍ତର୍ଗତ କୋକସରା ବ୍ଲକରେ ମଧ୍ୟ ଚଳିତ ୨୦୨୨ ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ଅଗ୍ରୱାଲ ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି।

ହାର୍ଡୱେର ଦୋକାନ ବ୍ୟବସାୟରୁ ସିଧାସଳଖ ପଂଚାୟତ ସମିତି ରାଜନୀତିରେ ପ୍ରବେଶ କରି ଜନମତ ପାଇବା ପରେ ସିଧାସଳଖ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଧର୍ମଗଡ ସାଧାରଣ ବିଧାନସଭା ଆସନ ପାଇଁ ପ୍ରସ୍ତୃତି ଚଳାଇଥିବା ସେମାନଙ୍କ ନିକଟତମ ମହଲରୁ ଜଣାପଡିଛି। ବିଗତ ଦିନରେ ଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଲିନ ହୋଇଯାଇଥିବା ବେଳେ କୋକସରାରୁ ଆଶାୟୀ ପ୍ରର୍ଥୀମାନେ ପ୍ରାୟତଃ ନିରାଶ ହେଉଥିବା ବେଳେ କାଳିଆ ଭରସାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଗାମୀ ଦିନରେ ନିଶ୍ଚିତ ଭାବରେ ସଫଳ ହୋଇ ଯେକୌଣସି ଦଳରୁ ଟିକେଟ ପାଇବାରେ କେହି ରୋକି ପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ସମଗ୍ର ଓଡିଶାର ଆରାଧ୍ୟ କାଳିଆଙ୍କ ନାମରେ ଅନେକ ଯୋଜନା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କାଳିଆ ହିଁ ଆଗାମୀ ଦିନରେ ନିର୍ବାଚନ ବୈତରଣୀ ପାର କରିଦେବାର ଭରସା ରଖିଥିବାର କୁହାଯାଉଛି।

ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡିକରୁ ବହୁ ଆଶାୟୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୃତ କରୁଥିବା ଜଣାପଡିଛି। ନିର୍ଦଳୀୟ ଭାବେ ଜନସମର୍ଥନ ପାଇ କୋକସରା ପଂଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ରାଜୀବ ଅଗ୍ରୱାଲ ବର୍ତ୍ତମାନ ଠାରୁ ଆଗାମୀ ୨୦୨୪ ନିର୍ବାଚନରେ ଧର୍ମଗଡ ବିଧାନସଭା ଆସନ ଉପରେ ନଜର ପକାଇଥିବା ଏବଂ ସେହି ଅନୁସାରେ କାଳିଆ ଭରସାରେ କ୍ଷେତ୍ର ପ୍ରସ୍ତୃତ କରୁଥିବା ପ୍ରକାଶ।

ଅନ୍ୟ ପକ୍ଷରେ ସମଗ୍ର ଅଂଚଳରେ ରାସ୍ତା ଘାଟ ନିର୍ମାଣ/ମରାମତିରେ ବ୍ୟାପକ ଅନିୟମିତତା, ଜମି କାରବାରରେ ଦୁର୍ନୀତି, ଛତୁଆ କାରବାରରେ ଦୁର୍ନୀତି, ଖାଉଟି ଯୋଗାଣ ରେ ବ୍ୟାପକ ଜାଲିଆତି ଇତ୍ୟାଦି ଅନେକ ଅଭିଯୋଗ ହେଉଥିବା ବେଳେ କାଳିଆ ଭରସାରେ ସେସବୁର କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବା ସାଧାରଣରେ ଆଲୋଚନା ହେଉଛି। ଜମି କାରବାରରେ ଜନୈକ ଜମିବିକ୍ରେତାଙ୍କ ଦେହାନ୍ତ ହେବା ସାଙ୍ଗକୁ ଜନୈକ ଭାଗୁଆଳି କରୋନା ଆକ୍ରାନ୍ତ ହୋଇ ସଠିକ ଚିକିତ୍ସା ଅଭାବରୁ ଦେହାନ୍ତ ହୋଇଯାଇଥିବା କୁହାଯାଉଥିବା ବେଳେ କାଳିଆ ଭରସାରେ ସେସବୁର ସମାଧାନ ହୋଇଯାଇଥିବା ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି।

କଳାହାଣ୍ଡି ଜିଲ୍ଲା ଦାୟୀତ୍ୱରେ ଥିବା ପ୍ରତ୍ୟେକ ରାଜନୈତିକ ଦଳର ସବୁ ସ୍ତରର ନେତା କର୍ମୀ ସମସ୍ତେ କାଳିଆ ଭରସାରେ ଥିବାର କୁହାଯାଉଛି ଏବଂ ସେହି ସେବା ସମର୍ପଣ ଭାବ ଭକ୍ତିର ଆଧାରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଆଗାମୀ ଦିନରେ ଯେକୌଣସି ଦଳରେ ରାଜନୈତିକ ଥଇଥାନ କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ନିକଟତମ ମହଲରେ ଆଲୋଚନା ହେଉଛି।

କୋକସରା ତହସିଲରେ ରାଜୀବଙ୍କ ମାଧ୍ୟମରେ ବ୍ୟାପକ ଭାବେ ଜମିଜମା କାରବାର ହୋଇଥିବା ବେଳେ ରାଜସ୍ୱ ବିଭାଗ ଦ୍ୱାରା ସେସବୁର ତଦନ୍ତ ଚାଲିଥିବା କୁହାଯାଉଛି। ଏହାମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମଗଡ ବିଧାୟକ ହେବା ନିଶ୍ଚିତ ଭାବେ ସେହି ଅଂଚଳର ଗୌରବର ବିଷୟ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.