ରାଜ୍ୟରେ ଆଜି ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Jan 18, 2021, 12:03 pm IST

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୯ ଜଣ ଚିହ୍ନଟ ହୋଇଥିବାବେଳେ ୫୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୫୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୯୪୪ ଜଣ।

ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୧ କୁ ବୃଦ୍ଧି ହୋଇଛି।

ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୧୩୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୫, ଅନୁଗୁଳରୁ ୫, ବାଲେଶ୍ଵର ଜିଲ୍ଲାରୁ ୯ ଜଣ, ବରଗଡ଼ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀରିରୁ ଜିଲ୍ଲାରୁ ୩,  ବୌଦ୍ଧ ଜିଲ୍ଲାରୁ ୨, କଟକରୁ ୨ ଜଣ, ଗଜପତି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୧, ଯାଜପୁର ଜିଲ୍ଲାରୁ ୭, ଝାରସୁଗୁଡା ଜିଲ୍ଲାରୁ ୧୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୧, କେନ୍ଦୁଝର ଜିଲ୍ଲାରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ସମ୍ବଲପୁରରୁ ୧୯, ଏବଂ ଷ୍ଟେଟ ପୁଲ୍‌ରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts