Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲା ଜାଲି ଶ୍ରମିକ ପରିଚୟ ପତ୍ର: ଢ଼ାଲରେ ଜନସେବା କେନ୍ଦ୍ର ଏବଂ ଇଣ୍ଟରନେଟ୍ କେନ୍ଦ୍ର
ଆଜିର ଖବର

ଗଂଜାମ ଜିଲ୍ଲା ଜାଲି ଶ୍ରମିକ ପରିଚୟ ପତ୍ର: ଢ଼ାଲରେ ଜନସେବା କେନ୍ଦ୍ର ଏବଂ ଇଣ୍ଟରନେଟ୍ କେନ୍ଦ୍ର

January 18, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାମାଜିକ ସୁରକ୍ଷା
'ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି': କେନ୍ଦ୍ର ସରକାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକ୍‌ରେ ଜାଲି ଶ୍ରମିକ କାର୍ଡ଼ ପୈଠ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ସାମାନ୍ୟ ଶ୍ରମିକ ପରିଚୟ ପତ୍ରଟିଏ କରିବା ପାଇଁ ଶ୍ରମିକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବାବେଳେ ଏହା ପରିଚୟ ପତ୍ର କରିବା ପାଇଁ ମଧ୍ୟ କିଛି ଅସାଧୁ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଦେଖାଦେଇଛି।

ସୂଚନାଥାଉକି ତଳଦିନେ ଛତ୍ରପୁର ବ୍ଳକ୍‌, ଶେରଗଡ଼ ବ୍ଲକ୍ ଆଦି ଅଂଚଳରେ ଲୋକେ ପାଇଥିବା ଶ୍ରମିକ ପରିଚୟ ପତ୍ରକୁ ଜାଲି କରି ଟଙ୍କା ହଡ଼ପ କରାଯାଇଥିବାକୁ ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ବ୍ଳକ୍ ନୁହେଁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସଦରମହକୁମା ଏବଂ ଅନ୍ୟ ବ୍ଲକ୍‌ମାନଙ୍କରେ ମଧ୍ୟ ଏହିପରି ଜାଲିଜାତିର ଶିକାର ହୋଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଏଫେକ୍ସ ଓଡ଼ିଶା ନେଟ୍‌କେଫ୍ ସଂସ୍ଥାର କର୍ମଚାରୀର ପରିଚୟ ଦେଇ କେତେକ ବ୍ୟକ୍ତି ଜିଲ୍ଲାକୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ସମେତ ନେଟ୍‌ଜୋନ୍‌ରେ ପହଞ୍ଚି କଥାବାର୍ତ୍ତା କରିଥିଲେ। ଯେଉଁମାନଙ୍କ ନାମରେ ରାସନ କାର୍ଡ଼ ରହିଛି, ସେମାନଙ୍କୁ ଶ୍ରମିକ ପରିଚୟ ପତ୍ର ଦିଆଯିବ ବୋଲି କହିଥିଲେ। ଯାହାକି ବ୍ରହ୍ମପୁର ସହରରେ ମଧ୍ୟ କିଛି ସାହିରେ କିଛି ବ୍ୟକ୍ତିବିଶେଷ ଘର ଘର ବୁଲୁଥିବା ମଧ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି। ଯେଉଁ ବ୍ୟକ୍ତିମାନେ ଶ୍ରମିକ ପରିଚୟ ପତ୍ର ଆବଶ୍ୟକ କରୁଛନ୍ତି ସେମାନଙ୍କଠାରୁ ଦୁଇଶହରୁ ଚାରିଶହ ଟଙ୍କା ପ୍ରର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସଂପୃକ୍ତ କର୍ମଚାରୀମାନେ କହିଥିଲେ।

ଶ୍ରମିକ ପରିଚୟ ପତ୍ର ପାଇବାକୁ ହେଲେ ଆବେଦନକାରୀମାନେ ଆଧାର କାର୍ଡ଼, ଫଟୋ, ବ୍ୟାଙ୍କ ପାସ୍‌ବୁକ୍‌ର ଜେରେକ୍ସ କପି ଏବଂ ରାସନ କାର୍ଡ଼ ସାଙ୍ଗରେ ନେଇ ଆସି ଆବେଦନ କରିବା ପାଇଁ କହିଥିଲେ ଏବଂ ଆବେଦନ କରିବାର ୩୦ ଦିନ ଭିତରେ ପରିଚୟ ପତ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏଭଳିକି ଜିଲ୍ଲାରେ କାର୍ଯ୍ୟରତ ଥିବା ବିଭିନ୍ନ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରଗୁଡ଼ିକରେ ଆବେଦନ କରିପାରିବ ବୋଲି କୁହାଯାଇଥିଲା। ଯାହାକି ଜନସେବା କେନ୍ଦ୍ର ଏବଂ ନେଟ୍‌ଜୋନ୍‌ମାନଙ୍କୁ ଲୋଭ ଦେଖାଇ ଏଭଳି ସୁବିଧାରେ ଶ୍ରମିକ ପରିଚୟ ପତ୍ର ଦିଆଯିବ ବୋଲି କୁହାଯାଇଥିଲା। ଏଥିପାଇଁ ମଧ୍ୟ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ର ଉକ୍ତ ଠକ କଂପାନୀଠାରୁ ଏହି ବାବଦରେ କିଛି କମିଶନ ପାଉଥିଲେ। ଯାହାଫଳରେ କିଛି ନ ବୁଝି କୌଣସି ପ୍ରକାର ସୂଚନା ନଥାଇ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରମାନେ ଲୋକମାନଙ୍କୁ ଶ୍ରମ ପରିଚୟ ପତ୍ର ଯୋଗାଇ ଦିଆଯିବ ବୋଲି କିପରି କହୁଥିଲେ ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ।

ସୂଚନାଥାଉକି ତଳଦିନେ ଶେରଗଡ଼ ଅଂଚଳର କିଛି ଲୋକ ଛତ୍ରପୁର ଜିଲ୍ଲା ଶ୍ରମି କାର୍ଯ୍ୟାଳୟକୁ ଆସି ସହାୟତା ରାଶି ପାଇଁ ଆବେଦନ କରିଥିଲେ ଏବଂ ଆବେଦନ କରିବା ପାଇଁ ସାଥୀରେ ଆଣିଥିବା ଶ୍ରମିକ ପରିଚୟ ପତ୍ରଗୁଡ଼ିକୁ ପ୍ରଦାନ କରିଥିଲେ। ସେଠାରେ ସେହି ଶ୍ରମିକ ପରିଚୟ ପତ୍ର ଯାଞ୍ଚ ବେଳେ ତାହା ସଂପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଥିଲା। ସୂଚନାଥାଉକି ଉକ୍ତ ପରିଚୟ ପତ୍ରରେ ଜାଲ୍ ସିଲ୍ ଏବଂ ଜାଲି ଦସ୍ତଖତ କରାଯାଇଥିବା ଶ୍ରମିକ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଛତ୍ରପୁର ବ୍ଲକ୍‌ର ସୁନ୍ଦରପୁର ଏକ ଜନସେବା କେନ୍ଦ୍ର ଜରିଆରେ ୧୮୩ ଜଣ, ପୋଟଲାମ୍‌ପୁର, ମାଧବପୁର ସମେତ ବିଭିନ୍ନ ପଂଚାୟତ ସହ ଗଂଜାମ ବ୍ଲକ୍‌ର ମଧ୍ୟ ବହୁ ଲୋକ ଏହି ଜାଲିଆତିର ଶିକାର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ବ୍ଲକ୍‌ରେ ସରକାରଙ୍କଠାରୁ ଆସୁଥିବା ଅର୍ଥକୁ ବାଟମାରଣା କରିବା ପାଇଁ କିଛି ଅସାଧୁ ସଂସ୍ଥା ଏହିଭଳି କାର୍ଯ୍ୟ କରୁଥିବା ଯୋଗୁଁ ଏହି ଜାଲିଆତି ସ୍ପଷ୍ଟ ହେବା ପରେ ଜିଲ୍ଲାପାଳଙ୍କୁ ଏହି ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି।

ସୂଚନାଥାଉକି ସରକାରଙ୍କ ଦ୍ୱାରା ସ୍ଥାପିତ ଜନସେବା କେନ୍ଦ୍ରଗୁଡ଼ିକରେ ଏହିଭଳି ଅନେକ କ୍ଷେତ୍ରରେ ଲୋକମାନେ ଠକାମିର ଶିକାର ହୋଇଥାନ୍ତି। ଏହିଭଳିକି ଆଧାର କାର୍ଡ଼ଠାରୁ ଆରମ୍ଭ କରି ଇ-ରେଜିଷ୍ଟସନ ପାଇଁ ଆବେଦନ କରିବା ପାଇଁ ମଧ୍ୟ ମୋଟା ଅଙ୍କର ଜନହିତକାରୀ ସଂସ୍ଥା ଦାବି କରୁଛି। ନୂତନ ଆଧାର କରିବା ପାଇଁ ଦୁଇଶହରୁ ତିନିଶହ ଟଙ୍କା ମାଗୁଥିବାବେଳେ ଇ-ରେଜିଷ୍ଟ୍ରେସନ ଏବଂ ତହସିଲ୍ ଅଫିସ କାର୍ଯ୍ୟ ପାଇଁ ଆବଶ୍ୟକ କାଗଜପତ୍ର ପାଇଁ ମଧ୍ୟ ଦରକାରଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି। ଯାହାକି ଏହାର ଫାଇଦା ଉଠାଇ କିଛି ସଂସ୍ଥା ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରଗୁଡ଼ିକୁ ସହାୟତାରେ ଜାଲି ସାର୍ଟିଫିକେଟ୍ କରିବାରେ ସଫଳ ହେଉଛନ୍ତି।

ତେଣୁ ସରକାର ଏହି ଜନସେବା କେନ୍ଦ୍ରଗୁଡ଼ିକ ସହ ନେଟ୍‌ଜୋନ୍‌ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ସହ ଜନସେବା କେନ୍ଦ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ଆଇନ କରାଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।

ଗଂଜାମ ଜିଲ୍ଲା ଜନସେବା କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.