Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ମଧ୍ୟରେ ବାଣପୁରରେ ଆରମ୍ଭ ହେଲା ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ
ଆଜିର ଖବର

ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ମଧ୍ୟରେ ବାଣପୁରରେ ଆରମ୍ଭ ହେଲା ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଦିବା ୧୦.୩୦ ମିନିଟ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର ଉଦଘାଟନ କରିଛନ୍ତି।

ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା ହଳନ୍ଦା, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦ ଆଦି ଚାରିଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏକାକାଳୀନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ ଟିକା ପ୍ରଥମେ ଡ଼ାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ଦିଆଯାଉଛି।

ତେବେ ପ୍ରଥମ ପର୍ଯ୍ୟାୟରେ ବାଣପୁର ବ୍ଲକ ପାଇଁ ୫୫୦ ଟି କୋଭିଡ ଟୀକା ପହଞ୍ଚିଛି। ଆଜି ପ୍ରଥମ ଦିନରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶହରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୋଭିଡ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। କୋଭିଡ କଟକଣା ସହ କଡ଼ା ସୁରକ୍ଷାବଳୟ ମଧ୍ୟରେ ଚାଲିଛି ଟୀକାକରଣ। ତେବେ ଟିକା ଦିଆଯିବା ପରେ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଧେ ଘଣ୍ଟା ଲେଖାଏଁ ପର୍ଯ୍ୟବେକ୍ଷଣ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟରେ ରଖାଯାଉଅଛି।  ଯଦି କାହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବ ତେବେ ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ମେଡିକାଲ ପ୍ରଶାସନ ପୂର୍ବରୁ ସଜାଗ ହୋଇ ରହିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର।

ତେବେ ଟିକା ନେବା ପାଇଁ ଶୃଙ୍ଖଳାର ସହ ଧାଡିରେ ଅପେକ୍ଷାରତ ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ମୁଖରେ ଆଜି ଖୁସି ଏବଂ ହସ ବେଶ ବାରି ହୋଇପଡ଼ୁଥିଲା। ସମସ୍ତେ ସ୍ୱାସ୍ଥ୍ୟକର୍ମୀ ମାନେ ଏଥିଲାଗି ସରକାର ଏବଂ ବାଣପୁର ମେଡିକାଲ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

ଅନ୍ୟପଟେ କ୍ୟାଡର ପୁନର୍ଗଠନ ଓ ପଦବୀ ବଦଳାଇବା ଦାବିକୁ ନେଇ ରାଜ୍ୟବ୍ୟାପି ପୁରୁଷ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗଠିତ ହୋଇଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘର ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯାଉଛି। ଏହି କ୍ରମରେ ବାଣପୁର ମେଡ଼ିକାଲରେ ମଧ୍ୟ ସମ୍ପୃକ୍ତ ବିଭାଗର ସ୍ୱାସ୍ଥ୍ୟ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିବା ସହ ଟୀକାକରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। କିନ୍ତୁ ଦାବି ପୂରଣ ନ ହେବା ଯାଏଁ କରୋନା ଟୀକା ନେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଟୀକାକରଣ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.