Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଟୀକାକରଣ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯିବା ସହ କିପରି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଅଧ୍ୟାପକ ଅଧ୍ୟାପିକ।ମାନେ ନିଜ ନିଜ ଗ୍ରୁପ୍ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପରେ ଆଜି ମହାବିଦ୍ୟାଳୟରେ କୋଭିଡ୍ ନିୟମ ଅନୁସାରେ ବାଲୁଗାଁ ଗୋଷ୍ଠୀକେନ୍ଦ୍ରର ସ୍ବାସ୍ଥ୍ୟ କର୍ମଚାରୀମାନେ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ କରୋନ। ଟୀକା ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ମୋଟ ୧୧ ଶହ ଲୋକ ନେବେ ଦ୍ଵିତୀୟ ଡୋଜ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ କେତେ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୧ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୨- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ)

୫– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୯୦ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ)

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (ବାଲୁଗାଁ ଏନଏସି)- ୧୦୦ ଡୋଜ

୨- ଛତ୍ରଗଡ ପ୍ରାଥମିକ ବିଦ୍ୟାଳୟ (ଡୁଙ୍ଗମାଳ ଗ୍ରା.ପ)- ୫୦ ଡୋଜ

୩- ମାଣ୍ଡିଆମେରୁ ପ୍ରାଥମିକ ବିଦ୍ୟାଳୟ (ବଉଳାବନ୍ଧ ଗ୍ରା.ପ)- ୫୦ ଡୋଜ

୪- ବାଲିନାସି ପ୍ରାଥମିକ ବିଦ୍ୟାଳୟ (କଳକଳେଶ୍ୱର ଗ୍ରା.ପ)- ୫୦ ଡୋଜ

୫- ବିରିବାଡ଼ି ବାତ୍ୟା ଆଶ୍ରୟସ୍ଥଳୀ (ବିରିବାଡ଼ି ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

କଳାହାଣ୍ଡି ରେ ପି.ସି.ଭି. ଟୀକାକରଣର କାର୍ଯ୍ୟକ୍ରମ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ଟୀକାକରଣ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ: ଦୁଇଟି କେନ୍ଦ୍ରରେ ଦିଆଯିବ ୫୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ବ୍ଲକ ଏବଂ ଏନଏସିରେ ଟୀକାକରଣ ପ୍ରକ୍ରିୟା ଜାରି ରହିବ। ଆସନ୍ତାକାଲି ଏହି ଅଞ୍ଚଳର ଦୁଇଟି କେନ୍ଦ୍ରରେ ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୩୦୦ଡୋଜ

୨- ଭାଲେରି ଉଚ୍ଚ ବିଦ୍ୟାଳୟ, ଚାଷଙ୍ଗରା- ୨୦୦ ଡୋଜ

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୧୦ ରୁ ଅପରାହ୍ନ ୧ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲି ଟୀକାକରଣ ବନ୍ଦ ରହିବା ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଟୀକା ଆସିନପାରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଟୀକାକରଣକୁ ଗୁରତ୍ଵ ଦେଇ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏବଂ ଆସନ୍ତାକାଲି ପାଇଁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ପାଇଁ ୫୦୦ ଡୋଜର ଟୀକା ପଠାଯାଇଛି। ଫଳରେ ଆସନ୍ତାକାଲି ଟୀକାକରଣ କରାଯିବ ବୋଲି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଟୀକାକରଣ କାର୍ଯ୍ୟକ୍ରମ: ଜାଣନ୍ତୁ ଆସନ୍ତାକାଲି କେଉଁ କେନ୍ଦ୍ରରେ ଦିଆଯିବ କେତେ ସଂଖ୍ୟକ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ଏଗାର ଶହ ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ।

ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆସନ୍ତାକାଲି ଟୀକା କରଣ ବନ୍ଦ ରହିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ମଧ୍ୟରେ ବାଣପୁରରେ ଆରମ୍ଭ ହେଲା ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଦିବା ୧୦.୩୦ ମିନିଟ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର ଉଦଘାଟନ କରିଛନ୍ତି।

ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା ହଳନ୍ଦା, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦ ଆଦି ଚାରିଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏକାକାଳୀନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ ଟିକା ପ୍ରଥମେ ଡ଼ାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ଦିଆଯାଉଛି।

ତେବେ ପ୍ରଥମ ପର୍ଯ୍ୟାୟରେ ବାଣପୁର ବ୍ଲକ ପାଇଁ ୫୫୦ ଟି କୋଭିଡ ଟୀକା ପହଞ୍ଚିଛି। ଆଜି ପ୍ରଥମ ଦିନରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶହରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୋଭିଡ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। କୋଭିଡ କଟକଣା ସହ କଡ଼ା ସୁରକ୍ଷାବଳୟ ମଧ୍ୟରେ ଚାଲିଛି ଟୀକାକରଣ। ତେବେ ଟିକା ଦିଆଯିବା ପରେ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଧେ ଘଣ୍ଟା ଲେଖାଏଁ ପର୍ଯ୍ୟବେକ୍ଷଣ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟରେ ରଖାଯାଉଅଛି।  ଯଦି କାହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବ ତେବେ ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ମେଡିକାଲ ପ୍ରଶାସନ ପୂର୍ବରୁ ସଜାଗ ହୋଇ ରହିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର।

ତେବେ ଟିକା ନେବା ପାଇଁ ଶୃଙ୍ଖଳାର ସହ ଧାଡିରେ ଅପେକ୍ଷାରତ ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ମୁଖରେ ଆଜି ଖୁସି ଏବଂ ହସ ବେଶ ବାରି ହୋଇପଡ଼ୁଥିଲା। ସମସ୍ତେ ସ୍ୱାସ୍ଥ୍ୟକର୍ମୀ ମାନେ ଏଥିଲାଗି ସରକାର ଏବଂ ବାଣପୁର ମେଡିକାଲ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

ଅନ୍ୟପଟେ କ୍ୟାଡର ପୁନର୍ଗଠନ ଓ ପଦବୀ ବଦଳାଇବା ଦାବିକୁ ନେଇ ରାଜ୍ୟବ୍ୟାପି ପୁରୁଷ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗଠିତ ହୋଇଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘର ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯାଉଛି। ଏହି କ୍ରମରେ ବାଣପୁର ମେଡ଼ିକାଲରେ ମଧ୍ୟ ସମ୍ପୃକ୍ତ ବିଭାଗର ସ୍ୱାସ୍ଥ୍ୟ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିବା ସହ ଟୀକାକରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। କିନ୍ତୁ ଦାବି ପୂରଣ ନ ହେବା ଯାଏଁ କରୋନା ଟୀକା ନେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।