Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକର ସରକାରୀ ମଣ୍ଡିରେ ଧାନ ବିକ୍ରି: ୧୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା
ଆଜିର ଖବର

ଚିଲିକା ବ୍ଲକର ସରକାରୀ ମଣ୍ଡିରେ ଧାନ ବିକ୍ରି: ୧୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ।

ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ମାନେ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ଟୋକନ୍ ପାଇଥିବା ଚାଷୀ ନିର୍ଦ୍ଦିଷ୍ଟ ତାରିଖରେ ଧାନ ବିକ୍ରି କରିପାରୁନାହିଁ। ଟୋକନ୍ ତାରିଖର ୧୫ଦିନ ବିଳମ୍ବରେ ଧାନ ନେଉଛନ୍ତି ମିଲର।

ସରକାରୀ ନିର୍ଦ୍ଦେଶ ମୁତାବକ ଟୋକନ୍ ନମ୍ବର ପଞ୍ଜିକୃତ ତାରିଖଠାରୁ ୧୫ଦିନ ବିଳମ୍ବରେ ଉଠୁଛି ଧାନ। ଧାନ ବିକ୍ରି ହେବାର ୧୦ ଦିନ ପରେବି ଚାଷୀକୁ ତାର ପ୍ରାପ୍ୟ ମିଳୁନି। ଚାଷୀ ବ୍ୟାଙ୍କକୁ ସୋସାଇଟି ଧାଇଁ ଧାଇଁ ନୟାନ୍ତ। ଅପରପକ୍ଷରେ ଏଭଳି ସମସ୍ୟା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ୍ ଅଧିନସ୍ଥ ଜରିପଡ଼ା, ସୋରଣ, ବିରିବାଡି, ନଇରି, ଚଣ୍ଡେଶ୍ଵର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ବର୍ଷାକୁ ଚାତକ ଚାହିଁ ରହିବା ଭଳି ବର୍ଷ କର ରୋଜଗାରକୁ ଅନେଇ ରହିଛନ୍ତି।

ଅଧୁନା ଧାନ ଚାଷ ବ୍ୟୟବହୁଳ ସହ ଚାଷୀ ତାର ପରମ୍ପରା ବଜାୟ ରଖି କ୍ଷତିରେ ଚାଲୁଥିବା ବେଳେ ସରକାରଙ୍କର ନିର୍ଦ୍ଦୟ ମନୋଭାବ ସହ ଟାଳଟୁଳ ନୀତି ଯୋଗୁଁ ଚାଷୀ ତାର ହକ୍ ପାଇବାରୁ ବଞ୍ଚିତ ହେଉଛି। ଚାଷୀ ମାନଙ୍କର ଧାନ ବିକ୍ରି ପଇସା କେବେ ପ୍ରାପ୍ୟ ହେବ ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନମ୍ବର ବନ୍ଦ ଥିଲା।

ତେବେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ନରସିଂହ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଏବାବଦରେ ଉତ୍ତର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ି.ଇ.ଓ ଦେଇପାରିବେ ଏବଂ କିଛି ତ୍ରୁଟି ଲାଗି ପଇସା ମିଳିପାରିନଥିବ। ଚାଷୀମାନେ ଟିକେ ଅପେକ୍ଷା କରନ୍ତୁ ବିଳମ୍ବ ହେଲେବି ପଇସା ନିଶ୍ଚିତ ମିଳିବ।

ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଘୋଷଣା ମୁତାବକ ଚାଷୀ ଧାନ ବିକିବାର ୨୪ ଘଣ୍ଟା ରେ ବ୍ୟାଙ୍କ ଖାତାରେ ଚାଷୀର ପ୍ରାପ୍ୟ ମିଳିବ। ତେବେ ଏହା କେତେଦୂର ଫଳପ୍ରଦ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଗକୁ ଏ ବିବାଦର ସମାଧାନ ନହେଲେ ଚାଷୀ ଧାନ ମଣ୍ଡି ଘେରାଉ ସହ ରାଜରାସ୍ତାକୁ ଆସିବାର ଧମକ ଦେଲେଣି। ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଯୋଗାଣ ବିଭାଗର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ନଚେତ ଚାଷୀ ସମାବେଶ ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

ଚିଲିକା ବ୍ଲକ ଧାନ ବିକ୍ରି ସେବା ସମବାୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.