ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୫ ଜଣ କରୋନା ଆକ୍ରାନ୍ତ

Published: Jan 18, 2021, 9:00 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଗଜପତି ଏବଂ ଖୋର୍ଦ୍ଧାରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରିରୁ ୧୯, ଅନୁଗୁଳରୁ ୧୬, ଝାରସୁଗୁଡାରୁ ୧୬, ସମ୍ବଲପୁରରୁ ୧୬, ବରଗଡରୁ ୧୫, କେନ୍ଦୁଝରରୁ ୧୩, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, କଟକରୁ ୯, ପୁରୀରୁ ୯, କଳାହାଣ୍ଡିରୁ ୮, ମାଲକାନାଗିରିରୁ ୮, ସୁନ୍ଦରଗଡରୁ ୮, କୋରାପୁଟରୁ ୬, ରାୟଗଡ଼ାରୁ ୬, ଦେବଗଡ଼ରୁ ୫, କେନ୍ଦ୍ରାପଡ଼ାରୁ ୫, ନୂଆପଡ଼ାରୁ ୪, ବୌଦ୍ଧରୁ ୩, ଢେଙ୍କାନାଳରୁ ୩, ସୋନପୁରରୁ ୩, ବାଲେଶ୍ବରରୁ ୨, ଭଦ୍ରକରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୯ ହଜାର ୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୬୮୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts