Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ ନିୟମକୁ ଅବମାନନା!: ବହୁ ମାସ ହେଲା ବାଣପୁର ପଞ୍ଚାୟତ ସମିତିର ବୈଠକ ରହିଛି ବନ୍ଦ
ଆଜିର ଖବର

ରାଜ୍ୟ ସରକାରଙ୍କ ନିୟମକୁ ଅବମାନନା!: ବହୁ ମାସ ହେଲା ବାଣପୁର ପଞ୍ଚାୟତ ସମିତିର ବୈଠକ ରହିଛି ବନ୍ଦ

January 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଦୀର୍ଘ ଦଶ ମାସ ଭିତରେ ଗୋଟିଏ ଥର ପାଇଁ ମଧ୍ୟ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇପାରିନାହିଁ।

ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଗତ ୧୮.୧୦.୧୯ରେ ଚିଠି ସଂଖ୍ୟା ୧୮୫୬୭ ରେ ଏକ ପତ୍ର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଯେ, ପ୍ରତି ଦୁଇ ମାସରେ ଅତିକମରେ ଗୋଟାଏ ଥର ବୈଠକ ପ୍ରତି ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେବ। ଉକ୍ତ ବୈଠକକୁ ପଞ୍ଚାୟତ ସମିତି ଚେୟାରମ୍ୟାନ ଅଧ୍ୟକ୍ଷତା କରିବେ।

ଅନୁରୂପଭାବେ ବିଭିନ୍ନ ବକେୟା ବିଲର ପ୍ରତିସ୍ଵାକ୍ଷର କରିବାରେ କୌଣସି ବ୍ଲକ ଚେୟାରମ୍ୟାନ ଯଦି ଅହେତୁକ ବିଳମ୍ବ କରନ୍ତି କିମ୍ବା ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ସେହି ପରିସ୍ଥିତିରେ ଜିଲ୍ଲାପାଳ ଏହାର ସତ୍ୟାସତ୍ୟକୁ ହୃଦୟଙ୍ଗମ କରି ପି.ଡ଼ି କିମ୍ବା ଉପ ଜିଲ୍ଲାପାଳଙ୍କଠାରୁ ସମ୍ପୃକ୍ତ ବିଲଗୁଡିକୁ ସ୍ଵାକ୍ଷର କରାଇ ପାସ କରେଇବା ପାଇଁ ବି.ଡ଼ି.ଓ ଙ୍କୁ ନିର୍ଦ୍ଦେଶ ଦେଇପାରିବେ।

ପଞ୍ଚାୟତ ସମିତି ବୈଠକ ନିହାତି ଏକ ଗୁରୁତ୍ୱପୂର୍ଣ ବୈଠକ। କାରଣ ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ଉକ୍ତ ବୈଠକରେ ସମସ୍ତ ଜନପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତରେ ଉପୁଜୁଥିବା ସମସ୍ତ ଛୋଟ ବଡ଼ ସମସ୍ୟାଗୁଡ଼ିକ ଉପସ୍ଥାପନା କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁମୋଦନ ପାଇଁ ମଧ୍ୟ ଉପସ୍ଥାପନା କରାଯାଏ। ଏବଂ ସର୍ବ ସହମତି କ୍ରମେ ସେସବୁ ସମାଧାନ ଏବଂ ଅନୁମୋଦିତ କରାଯାଇଥାଏ।

ହେଲେ ଏପରି ଗୁରୁତ୍ୱ ବହନ ରଖୁଥିବା ବୈଠକ କିପରି ଭାବେ ଦୀର୍ଘ ଦଶ ମାସ ହେଲା ବାଣପୁର ବ୍ଲକରେ ହୋଇନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ। ହସ୍ତଗତ ତଥ୍ୟ ମୁତାବକ ବାଣପୁର ପଞ୍ଚାୟତ ସମିତି ବୈଠକ ଶେଷଥର ପାଇଁ ଫେବୃଆରୀ ମାସ ୨୦୨୦ ରେ ଅନୁଷ୍ଠିତ ହୋଇଥିଲା। ଏହାପରେ କୋଭିଡ ଲାଗି ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା।

ତେବେ ବର୍ତ୍ତମାନ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ହେଲାଣି ଅନଲକ ପ୍ରକ୍ରିୟା ଜାରି ରହିଥିବା ସ୍ଥଳେ ସମସ୍ତ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲୁଛି। ତେବେ ବାଣପୁର ବ୍ଲକରେ କଣ ପାଇଁ ସମିତି ବୈଠକ ଅନୁଷ୍ଠିତ ହୋଇପାରୁନାହିଁ ତାହାର ଜବାବ କାହାପାଖେ ନାହିଁ।

ସୂଚନା ମୁତାବକ ଚଳିତ ମାସରେ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱରା ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରିଦିଆଯାଉଛି। ଗତ ୧୫ ଏବଂ ୧୯ ତାରିଖ ପାଇଁ ବୈଠକ ସ୍ଥିର ହୋଇଥିବାସ୍ଥଳେ ଦୁଇ ଥର ବାତିଲ କରାଯାଇଛି।

ଏ ନେଇ ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବୈଠକ ଦିନ ଧାର୍ଯ୍ୟ ହେଇପାରୁନାହିଁ ବୋଲି କହିବା ସହ ଖୁବ ଶୀଘ୍ର ସମିତି ବୈଠକ ଆୟୋଜନ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯଦି ବ୍ଲକ ଅଧ୍ୟକ୍ଷା ଅନୁପସ୍ଥିତ ରହୁଛନ୍ତି ତେବେ ସେ ପରିସ୍ଥିତିରେ ବି.ଡ଼ି.ଓ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ତାରିଖ ନିର୍ଧାରଣ କରି ବ୍ଲକ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ କରାଇପାରିବେ ବୋଲି ସୂଚନା ଦେଇଥିଲେ।

କିନ୍ତୁ ଭିତିରି ସୂତ୍ରରୁ ଖବର ମିଳିଛି ଯେ, ଉକ୍ତ ବୈଠକ ନକରେଇବା ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ କୁଆଡେ ରାଜନେତା ଏବଂ କେତେକ ସରପଞ୍ଚମାନଙ୍କ ଚାପ ପଡୁଛି। ତେବେ ବାଣପୁର ପଞ୍ଚାୟତ ସମିତିର ବୈଠକ କେବେ ବସୁଛି ଏବଂ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କେବେ ହୋଇପାରୁଛି, ତାହା ଦେଖିବା ବାକି ରହିଲା।

ବାଣପୁର ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.