Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାକିରି ଦେବା ନାମରେ ଠକିଥିବା ଅଭିଯୁକ୍ତ ଗିରଫ
ଆଜିର ଖବର

ଚାକିରି ଦେବା ନାମରେ ଠକିଥିବା ଅଭିଯୁକ୍ତ ଗିରଫ

January 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚାକିରି ଦେବା ନାମରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ନିରୀହ ଯୁବକ ଯୁବତୀଙ୍କୁ ଠକିଥିବା ଜନୈକ ଠକକୁ ଆଜି ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଛି। ଠକ ଜଣକ ହେଲା ଭୁବନେଶ୍ୱର ସୁନ୍ଦରପଡ଼ା ଆପଟ୍‌ମେଣ୍ଟ ଫ୍ଲାଟ୍ ନଂ ୩୦୬ରେ ରହୁଥିବା ସନ୍ତୋଷ କୁମାର ବିଶ୍ୱାଳ। ବାପାଙ୍କ ଘର ଛତ୍ରପୁର ମୁନିସିପେଣ୍ଠ।

ସୂଚନାଯୋଗ୍ୟ ସନ୍ତୋଷ ବ୍ରହ୍ମପୁର ଅନନ୍ତନଗରଠାରେ ଇଣ୍ଡିଆ ହେଲ୍‌ପିଂ ଚାରିଟେବୁଲ୍ ଟ୍ରଷ୍ଟ ଅଫିସ୍ କରିବା ସହ ନିଜକୁ ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି କହି ଗଂଜାମ ଜିଲ୍ଲାର ଯୁବତ ଯୁବତୀଙ୍କୁ ଚାକିରି ପ୍ରଦାନ କରିବା ସକାଶେ ଯୋଗାଯୋଗ କରିଥିଲା। ୨୦୧୩ ମସିହାରୁ ୨୦୧୫ ମସିହା ମଧ୍ୟରେ ବହୁ ଯୁବକ ଯୁବତୀ ଚାକିରି ଆଶାରେ ଏହି ଟ୍ରଷ୍ଟ ସହ ଯୋଗାଯୋଗ କରିବା ସହ ଅର୍ଥ ପ୍ରଦାନ କରିଥିଲେ। କିନ୍ତୁ ସନ୍ତୋଷ ଚାକିରି ନଦେଇ ଅଫିସ୍‌କୁ ବନ୍ଦ କରି ଫେରାର୍ ହୋଇଯାଇଥିଲା। ଏନେଇ ଠିକାମୀର ଶିକାର ହୋଇଥିବା ଯୁବକ ଯୁବତୀମାନେ ଥାନାରେ ଅଭିଯୋଗ କରିବା ପରେ କିଛି ସୁଫଳ ନ ମିଳିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୋଲିସ୍ ଆକ୍ଟିଭ୍ ହୋଇ ମାମଲାଗୁଡ଼ିକର ତଦନ୍ତ କରିଥିଲା। ବର୍ତ୍ତମାନ ସୁଦ୍ଧା ବୈଦ୍ୟନାଥପୁର ଥାନାରେ ୫ଟି ମାମଲା ପଂଜିକୃତ ହୋଇଛି। କେସ ନଂ ୩୨୨/୨୦୨୦ ୟୁ/ଏସ୍ ୪୦୬, ୪୦୯, ୪୨୦, ୫୦୬, ୨୯୪, ୩୪ ଆଇପିସିରେ ସନ୍ତୋଷକୁ ପଚରାଉଚରା ପରେ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରିବା ପରେ ପୋଲିିସ୍ ରିମାଣ୍ଡରେ ଆଣିବା ପାଇଁ ଚେଷ୍ଟା କରିବ ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ଏବଂ ଅନ୍ୟ କେତେ ଜଣଙ୍କୁ ଠକିଛନ୍ତି ତାହା ରିମାଣ୍ଡରେ ଆଣିବା ପରେ ଜଣାପଡ଼ିବ।

ବୈଦ୍ୟନାଥପୁର ପୋଲିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.