ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୦ ଜଣ କରୋନା ଆକ୍ରାନ୍ତ

Published: Jan 19, 2021, 8:54 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୪୦ ଜଣ, କଟକରୁ ୨୪, ସମ୍ବଲପୁରରୁ ୨୧, ଅନୁଗୁଳରୁ ୧୮, ବରଗଡ଼ରୁ ୧୮, ଝାରସୁଗୁଡ଼ାରୁ ୧୮, ବଲାଙ୍ଗୀରରୁ ୧୬, ପୁରୀରୁ ୧୨, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୮, ମୟୂରଭଞ୍ଜରୁ ୮, ରାୟଗଡ଼ା ଜିଲ୍ଲାରୁ ୮, ଗଜପତିରୁ ୭, ଭଦ୍ରକରୁ ୬, କୋରାପୁଟରୁ ୬, ନୂଆପଡ଼ାରୁ ୫, କଳାହାଣ୍ଡିରୁ ୩, ସୁବର୍ଣ୍ଣପୁରରୁ ୩, ବାଲେଶ୍ବରରୁ ୨, କେନ୍ଦ୍ରାପଡ଼ାରୁ ୨, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୬୬ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୫୬୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts