Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ ପ୍ରତିଶତ ଟିକାକରଣ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ ପ୍ରତିଶତ ଟିକାକରଣ

January 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ। ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି ଦିନ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି ସମ୍ ହସ୍ପିଟାଲ୍‌ରେ।

ପୁନେ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମିଳିତ ସହଭାଗିତାରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହି ଟିକା ପ୍ରଦାନ କରାଯାଉଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌, ରାଜ୍ୟ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିକା ମେଡିକାଲ୍ ଏବଂ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର। ଗତ ଚାରି ଦିନ ମଧ୍ୟରେ ହୋଇଥିବା ଟିକାକରଣ ପରେ କାହା ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ପ୍ରଫେସର ସାମନ୍ତସିଂହାର।

ଏହି ଟିକାକରଣ କାର୍ଯ୍ୟକ୍ରମକୁ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ତଦାରଖ କରୁଥିବା ବେଳେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡଃ ରାଜେଶ କୁମାର ଲେଙ୍କା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ଡଃ ଅଜୟ କୁମାର ଜେନା, କୋଭାକ୍ସିନ୍ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡଃ ଲିପିଲେଖା ପଟ୍ଟନାୟକ, ଆଡିସ୍‌ନାଲ୍ ନୋଡାଲ ଅଫିସର ଡଃ ବ୍ରଜକିଶୋର ବେହେରା, କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ନିରୀକ୍ଷକ ଡଃ ଇ. ଭେଙ୍କଟ ରାଓ, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡଃ ସୁମିତ୍ରା ପଟ୍ଟନାୟକ, ମେଡିସିନ୍ ବିଭାଗର ମୁଖ୍ୟ ଡଃ ସମୀର ସାହୁ, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ମହାନ୍ତି, ନିଓନାଟୋଲୋଜି ବିଭାଗର ମୁଖ୍ୟ ଡଃ ଜଗଦୀଶ ସାହୁ, କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଏହି ଅଭିଯାନରେ ସକ୍ରିୟ ଯୋଗଦାନ କରିଥିଲେ।

କୋଭିଡ଼-୧୯ ଟିକାକରଣ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.