ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୭୦ ଜଣ କରୋନା ଆକ୍ରାନ୍ତ

Published: Jan 20, 2021, 8:19 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୩୭, ଅନୁଗୁଳରୁ ୨୮, ବରଗଡରୁ ୨୩, ପୁରୀରୁ ୨୦, ଝାରସୁଗୁଡାରୁ ୧୭, ସୁନ୍ଦରଗଡରୁ ୧୪ ଜଣ, ଗଜପତିରୁ ୧୦, କନ୍ଧମାଳରୁ ୧୦, ଖୋର୍ଦ୍ଧାରୁ ୧୦, ବାଲେଶ୍ବରରୁ ୯, କୋରାପୁଟରୁ ୯, ମୟୂରଭଞ୍ଜରୁ ୯, ରାୟଗଡାରୁ ୯, ବଲାଙ୍ଗୀରିରୁ ୮, କଳାହାଣ୍ଡିରୁ ୮, କଟକରୁ ୫, କେନ୍ଦ୍ରାପଡାରୁ ୫, ନୂଆପଡାରୁ ୫, ମାଲକାନାଗିରିରୁ ୪, ସୋନପୁରରୁ ୪, ଭଦ୍ରକରୁ ୩, ଦେବଗଡରୁ ୩, ଜଗତସିଂହପୁରରୁ ୩, ଗଞ୍ଜାମରୁ ୨, ବୌଦ୍ଧରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ଓ ଷ୍ଟେଟପୁଲରୁ ୨ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୩୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୪୪୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts