ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୪ ଜଣ କରୋନା ଆକ୍ରାନ୍ତ

Published: Jan 21, 2021, 6:36 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୪୩, ଅନୁଗୁଳରୁ ୨୮, ଝାରସୁଗୁଡାରୁ ୧୮, ବରଗଡରୁ ୧୬, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୪, ଯାଜପୁରରୁ ୧୪, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୧୦, ପୁରୀରୁ ୧୦, ନୂଆପଡ଼ାରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗୀରିରୁ ୩, ଜଗତସିଂହପୁରରୁ ୩, କେନ୍ଦୁଝରରୁ ୩, ସୋନପୁରରୁ ୩, କଟକରୁ ୨, ଦେବଗଡରୁ ୨, ଗଜପତିରୁ ୨, ମୟୂରଭଞ୍ଜରୁ ୨, ରାୟଗଡ଼ାରୁ ୨, ଭଦ୍ରକରୁ ୧, ମାଲକାନାଗିରିରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୮୬୬ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୩୬୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts