Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଅଁଳ ବୟସରେ ବୁଢା ଅଜାର ବୋଝ: ପାଠ ପଢାରେ ଅର୍ଥ ସାଜିଛି ବାଧକ
ଆଜିର ଖବର

କଅଁଳ ବୟସରେ ବୁଢା ଅଜାର ବୋଝ: ପାଠ ପଢାରେ ଅର୍ଥ ସାଜିଛି ବାଧକ

January 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା ଗରୀବ ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଂଚି ପାରୁ ନାହିଁ। ଯା ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସେମିତି ଜଣେ ଆଦିବାସୀ ବାଳିକା ହେଲେ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର କାଦୋବାହାଳି ଗ୍ରାମର ରଶ୍ମିତା ମିର୍ଦ୍ଧା। ଏବେ ସେ ୮ ମ ଶ୍ରେଣୀରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲିରେ ପାଠ ପଢୁଛନ୍ତି। ହେଲେ କରୋନା ଯୋଗୁଁ ସେ ପାଠ ପଢିବା ପାଇଁ ବିଦ୍ୟାଳୟର ହଷ୍ଟେଲରେ ରହିପାରୁନାହାନ୍ତି। ଯା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପଢୁଥିବା ସମୟରେ ହଷ୍ଟେଲରେ ଦି ଓଳି ଖାଇବାକୁ ମିଳିଯାଏ। ହେଲେ ତାହା ବି କରୋନା ପାଇଁ ବାଧକ ସାଜିଲା। ଜମିବାଡି ସେତେଟା ନ ଥିବାରୁ ଖାଇବାକୁ ପେଟ ପୁରା ମିଳୁନି ସବୁ ସମୟରେ। ଅଜା କୁ ମିିଳୁଥିବା ୩୫ କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳିଆ। ଅଜା ବୁଢାର ଦେହ ପା ପାଇଁ ଚାଉଳ କିଛି ବିକ୍ରି କରି ସେ ଔଷଧ କିଣି ଥାନ୍ତି। ଅଜା ବୁଢାକୁ ଖୁଆଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଏଇ କଅଁଳ ବୟସର ଝିଅ ରଶ୍ମିତା ସବୁ ତୁଲାଇ ଥାଏ। ସେ ଅନେକ ସ୍ୱପ୍ୱ ଦେଖିଛନ୍ତି ହେଲେ ପାଠ ପଢାରେ ଅର୍ଥ ସାଜିଛି ବାଧକ।

ରଶ୍ମିତା ଛୋଟ ଥିବା ସମୟରୁ ହିଁ ବାପା ଶୁକୃ ମିର୍ଦ୍ଧାକୁ ହରାଇଛି। ରଶ୍ମିତା ଯେତେବେଳେ ଛୋଟ ଥିଲା ସେଇ ସମୟରୁ ତାର ମାଆ ଅନ୍ୟତ୍ର ବିବାହ କରି ପଳାଇଲା ଯେ ଆଉ ଘରକୁ ଫେରିଲା ନାହିଁ। ନିଃସଙ୍ଗ ହୋଇଗଲା ରଶ୍ମିତା ମିର୍ଦ୍ଧା। କେବଳ ୮୦ବର୍ଷର ଅଜା ବୁଢା ଅନାମ ମିର୍ଦ୍ଧା ହେଲା ତାର ସାହା ଭରଷା, ଆଉ ସବୁ କିଛି। ରଶ୍ମିତା ଅଜାର ୩ ପୁଅରୁ ଆଉ ଦୁଇ ପୁଅ ଯେଝା ବାଟରେ। ତାର ଅଜାକୁ ମିଳୁଥିବା ଭତାରୁ ଯାହା କିଛି ଚଳିଯାଏ ତେଲ ଲୁଣର ସଂସାର। ତଥାପି ଜୀବନଯୁଦ୍ଧରେ ହାରି ନ ଯାଇ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି ରଶ୍ମିତା।

କାହାକୁ ମନର ବେଦନାକୁ ପ୍ରକାଶ କଲେ ସେ କିଛି ସୁବିଧା ସୁଯୋଗ ଦେବ ତାହା ମଧ୍ୟ ମନରେ ତାର ଜୁଟିନି। ଏଇ ଛୋଟ ସମୟରୁ ଏକଲା ହୋଇ ଯାଇଥିବା କଅଁଳ ବୟସର ଝିଅ ରଶ୍ମିତା ଏବେ ଏକଲା ପଥର ଯାତ୍ରୀ। ପ୍ରଶାସନର କେହି ବି ଅଧିକାରୀକୁ ଏ ଝିଅଟି କିପରି ଚଳୁଛି ଆଉ କିପରି ବଂଚୁଛି କେହି ବି ଜଣାଇ ନାହାନ୍ତି। କାହାର ଦୃଷ୍ଟି ପଡି ନ ଥିଲେ ମଧ୍ୟ ଛୋଟ ସମୟରୁ ବାପାକୁ ହରାଇ ଓ ମାଆ ଅନ୍ୟତ୍ର ବିବାହ କରି ପଳାଇଥିଲେ ମଧ୍ୟ ନିଜ ଗୋଡରେ ନିଜେ ଛିଡା ହେବାକୁ ପ୍ରୟାସ ଜାରି ରଖିଛି ଆଦିବାସୀ ଝିଅ ରଶ୍ମିତା ମିର୍ଦ୍ଧା। ନାକଟିଦେଉଳ ବିଡିଓ, ରେଢାଖୋଲ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଓ  ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି।

ଅର୍ଥ ସାଜିଛି ବାଧକ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026
Latest News

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.