ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜର ଖାଇଲେ ଆଠ ପ୍ରକାର ରୋଗ ଦୂରରେ ରହିବ

Published: Jan 22, 2021, 7:30 am IST

ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଗାଜର ଦ୍ବାରା କେଉଁ ରୋଗ ଭଲ ହୋଇଥାଏ।

1-ପ୍ରତିଦିନି ଗାଜର ରସ ପିଇବା କିମ୍ବା ଗାଜରକୁ ଛୋଟଛୋଟ କାଟି  ଚିନି ରସରେ ହାଲୁଆ ପରି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ।

2-ପ୍ରତିଦିନ ଗାଜର ରସ ପାନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

3-ଗାଜର ରସ ଶହେ ଗ୍ରାମ, ବନ୍ଧାକୋବି ପତ୍ରରସ ପଚାଶ ଗ୍ରାମ, ପାଳଙ୍ଗ ରସ ପଚାଶ ଗ୍ରାମ ମିଶାଇ ପାନ କଲେ ରକ୍ତ ଅମାଶୟ ରୋଗ ଭଲ ହୋଇଥାଏ। ଏପରିକି ପେଟ ଭିତରେ ଘା ହୋଇଥିଲେ ତାହା ମଧ୍ୟ ଭଲ ହୋଇଥାଏ

4-ନିଆଁରେ ପୋଡି ହୋଇଥିବା ଘା ଉପରେ ଗାଜର ବଟା ପ୍ରଲେପ କଲେ ତାହା ଭଲ ହୋଇଥାଏ।

5-ଜଣ୍ଡିସ ରୋଗୀ ମଧ୍ୟ ଗାଜର ରସ ପାନ କଲେ ସେଥିରୁ ଉପଶମ ମିଳିଥାଏ।

6-ପିଲାମାନଙ୍କର ଦାନ୍ତ ଉଠୁଥିବା ସମୟରେ ଗାଜର ରସ ପିଇବାକୁ ଦେଲେ ଦାନ୍ତ ଶକ୍ତ ହେବା ସହ ଧାଡିରେ ଉଠିଥାଏ

7-ଗାଜର ରସ 200 ଗ୍ରାମ ଏବଂ ପାଳଙ୍ଗପତ୍ର ରସ 50 ଗ୍ରାମ ପାନ କଲେ କୋଷ୍ଠବଦ୍ଧତା ଦୂର  ହୁଏ।

8-ଗାଜର ରସ ପାନ କଲେ ମାନସିକ ଦୁର୍ବଳତା ମଧ୍ୟ ଭଲ ହୋଇଥାଏ।

Related posts