ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଟକରେ କାର୍ଯ୍ୟକ୍ରମ

Published: Jan 23, 2021, 4:33 pm IST

କଟକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ଅନ୍ତର୍ଗତ “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ” ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ପ୍ରଧାନ ସଂସ୍କୃତି ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ମତ ବିନିମୟ କରିଥିଲେ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିସର ପରିଦର୍ଶନ କରିଥିଲେ ।

Related posts