Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ
ଆଜିର ଖବର

ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ

January 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ।

ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି।

ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି ଚିନ୍ତା କରୁନଥିଲେ। କଟକରେ ଜନ୍ମିତ ନେତାଜୀ ଖୁବ ପ୍ରତିଭା ସଂପନ୍ନ ଥିଲେ ବୋଲି ସୋଆ କୁଳପତି ତାଙ୍କୁ ସ୍ମରଣ କରି କହିଛନ୍ତି।

ଏହି ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନେତାଜୀଙ୍କୁ ଜଣେ ନିର୍ଭିକ ନେତା ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସୋଆ ଏନଏସଏସ ର ବୋଲି ଡକ୍ଟର ନଚିକେତା ଶର୍ମା।

ଆଗାମୀ ମାସରେ ସୋଆ ଏନଏସ ଏସ ଓ ସୋଆ ୱେଲନେସ ସେଣ୍ଟର ପକ୍ଷରୁ ମିଳିତ ଭାବେ ଗାନ୍ଧୀ କଥା ଓ ସୁବାଷ କଥା ବକୃତ ମାଳା ର ଆୟୋଜନ କରାଯିବ ଡକ୍ଟର ଶର୍ମା ସୂଚନା ଦେଇଥିଲେ।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, ଏନଏସଏସ ପ୍ରୋଗ୍ରାମ ଅଫିସରରସ ଏବଂ ସୋଆର ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଜନ୍ମ ଜୟନ୍ତୀ ପାଳିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Latest News

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.