କୃଷି ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

Published: Jan 24, 2021, 5:37 pm IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ଆନ୍ଦୋଳନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ଗଣମାଧ୍ୟମକକୁ ଏନେଇ ନିଜର ମତ ରଖିଛନ୍ତି।

ସେ କହିଛନ୍ତି ଯେ, ” କୃଷକ ସଂଘ କେବଳ ଚାଷୀ ଆଇନ୍‌ ରଦ୍ଦ କରିବା ସମ୍ପର୍କରେ କଥା ହେଉଛି। ସେମାନେ କୃଷି ଆଇନ୍‌ ଲାଭ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଏଥିପାଇଁ ବାରମ୍ବାର ଆଲୋଚନା ହେଉଥିଲେ ବି ଏଥିରେ କୌଣସି ଫଳ ବାହାରିପାରୁ ନାହିଁ। ଆମେ ସେମାନଙ୍କର ସମସ୍ୟା ବୁଝିଥିଲୁ। ଏହାପରେ ସମସ୍ୟାକୁ ବିଶ୍ଲେଷଣ କରି ପ୍ରସ୍ତାବ ମଧ୍ୟ ଦେଇଥିଲୁ। କିନ୍ତୁ ସେମାନଙ୍କର ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ଉଚିତ ନ ଥିଲା। ଯଦି ସେମାନେ ଏହି ପ୍ରସ୍ତାବକୁ ସ୍ୱୀକାର କରିଥାନ୍ତେ, ତେବେ ସରକାର ମଧ୍ୟ ଆଗକୁ ବଢ଼ିଥାନ୍ତେ।”

ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ଏକାଦଶତମ ଆଲୋଚନା ଆରମ୍ଭ ହୋଇଥିଲା, ସେତେବେଳେ ଆମେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କଣ ବିଚାର କଲେବୋଲି କୃଷି ନେତାଙ୍କୁ ପଚାରିଥିଲୁ? କେଉଁ ପ୍ରସ୍ତାବରେ ଆପଣମାନେ ରାଜି ସେ ବିଷୟରେ ଆପଣମାନେ ଜଣାନ୍ତୁ। ଯଦି ଆପଣଙ୍କ ପାଖରେ କୌଣସି ପ୍ରସ୍ତାବ ଅଛି ତେବେ କୁହନ୍ତୁ।”ହେଲେ ସେମାନେ କେବଳ କୃଷି ଆଇନ୍ ରଦ୍ଦ କରିବାକୁ ଜିଦ ଧରିଲେ। ଯାହାଫଳରେ କୌଣସି ସମାଧାନର ବାଟ ଫିଟି ପାରୁନାହିଁ। ବୋଧହୁଏ ଚାଷୀ ଆନ୍ଦୋଳନ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଅଛି, ଯେଉଁ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁନି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

Related posts